Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ

Smruti Parija
Browse all articles by Smruti Parija
·1 year ago·1 min read
ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର:  ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । ଅମର କହିଛନ୍ତି, ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି । ଦୁଇ ଜଣ ରାଜ୍ୟସଭା ସାଂସଦ ପରେ ଅନ୍ୟ ମାନେ ମଧ୍ୟ ସେହି ଲାଇନରେ ଅଛନ୍ତି । ସେମାନେ ହୁଏତ ଛାଡି ପାରନ୍ତି । ଏଠି ପ୍ରଶ୍ନ ଉଠୁଛି, ମମତା ମହାନ୍ତ ଓ ସୁଜିତ କୁମାରଙ୍କ ପରେ କିଏ ସେ ସାଂସଦ ଯେଉଁମାନେ ବିଜେଡି ଛାଡ଼ିବାକୁ ଯାଉଛନ୍ତି ।

ସେ ଆହୁରି ବି କହିଛନ୍ତି,  ବିଜେଡି ପୁଞ୍ଜିଭୂତ ଅସନ୍ତୋଷ ଥିଲା । କିନ୍ତୁ କେହି କହୁ ନଥିଲେ । ମୁଁ ମୁହଁ ଖୋଲିବା ଆରମ୍ଭ କରିବା ପରେ ଧୀରେ ଧୀରେ ବାସ୍ତବତାକୁ ବୁଝୁଥିବା ନେତା ମାନେ ସମସ୍ତେ କହିବା ଆରମ୍ଭ କରିଛନ୍ତି । ଦଳରେ ସଂସ୍କାର ଆଣିବା ଲାଗି ସ୍ଥିତିରେ ସୁଧାର ଆଣିବା ଲାଗି କହିଥିଲି କିନ୍ତୁ ତାକୁ ଭୁଲ ବାଟରେ ନେଇ ଅଣ ନିଶ୍ବାସୀ ଥିବା କଥା କୁହାଗଲା । ଯିଏ ଅଣନିଶ୍ବାସୀ ଶବ୍ଦଟି ଲଗେଇଛନ୍ତି ସେ କେତେ ଅମ୍ଳଜାନ କି ଅଙ୍ଗାରକାମ୍ଳ ପାଉଛନ୍ତି ଜାଣିନି ବୋଲି କହିଛନ୍ତି ଅମର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Explosive statement of senior politician Amar Satpathy-on-party-politics | Argus News