Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢ଼ିଲା ଛୁଟି: ୧୮ ପରିବର୍ତ୍ତେ ୨୦ରେ ଖୋଲିବ ସ୍କୁଲ

Rashmita Mishra
Browse all articles by Rashmita Mishra
·1 year ago·2 min read
ବଢ଼ିଲା ଛୁଟି: ୧୮ ପରିବର୍ତ୍ତେ ୨୦ରେ ଖୋଲିବ ସ୍କୁଲ

Key Points

୧୮ ପରିବର୍ତ୍ତେ ୨୦ ତାରିଖରେ ସ୍କୁଲ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ

ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି 

ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ମିଳିବ

ଚଳିତବର୍ଷ ପାଣିପାଗରେ ଅନିୟମିତତା ଓ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟଦିନ ଠାରୁ ଆଉ ଅଧିକ ୩ ଦିନ ପାଇଁ ସବୁ ଘରୋଇ ଏବଂ ସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଏବେ ଗ୍ରୀଷ୍ମ ଲହରି ଜାରି ରହିଛି। ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଯାହାକି ଛାତ୍ରଛାତ୍ରୀମାନଙ୍କୁ ସ୍କୁଲକୁ ଯିବା ଆସିବାରେ ଅସୁବିଧା ସୃଷ୍ଟି କରିବ।

୨୦ ତାରିଖରେ ଖୋଲିବ ସବୁ ସ୍କୁଲ । ୧୮ ପରିବର୍ତ୍ତେ ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ ।

ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ମିଳିବ । ଯେମିତି ସ୍ୱାସ୍ଥ୍ୟକର ପରିବେଶ ଭିତରେ ଉତ୍ତମ ଖାଦ୍ୟ ମିଳିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି କରିଛନ୍ତି ।

ସ୍କୁଲରେ ପିଲାଙ୍କ ମିଡ୍‌ ଡେ ମିଲକୁ ନେଇ ଅନେକ ସମୟରେ ଅଭିଯୋଗ ହୋଇଥାଏ । କେଉଁଠି ପାଣିଆ ଡାଲି କଥା ଉଠେ ତ ଆଉ କେଉଁଠି ପୋକରା ଚାଉଳରେ ଭାତ କଥା ଆସେ । ଏହାକୁ ରୋକିବା ପାଇଁ ଏବେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ଜଣାଇଛି । ସ୍କୁଲ ଖୋଲିବା ପୂର୍ବରୁ ରୋଷେଇ ସ୍ଥାନ ପରିଷ୍କାର କରିବା ସହ ମାନ ପରୀକ୍ଷଣ ପାଇଁ ରେଜିଷ୍ଟର ରଖିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ ।

ବିଶେଷ କରି ମଧ୍ୟାହ୍ନ ଭୋଜନ ମାନ ପରଖିବେ ଅଭିଭାବକ । ରୋଷେଇ ସାମଗ୍ରୀ ଯାଞ୍ଚ କରିବେ ପ୍ରଧାନଶିକ୍ଷକ । ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀ କରିବେ ବୈଠକ । ସ୍କୁଲ୍‌ରେ ରହିବ ମାନ ପରୀକ୍ଷଣ ରେଜିଷ୍ଟର । ସ୍କୁଲ୍‌ ଖୋଲିବା ପୂର୍ବଦିନ ରୋଷେଇ ସ୍ଥାନ ପରିଷ୍କାର ହେବ । ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେବେନି କୌଣସି ଛାତ୍ରଛାତ୍ରୀ । ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଅଭିଭାବକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
extended-vacation-school-will-reopen-on-the-20th-instead-of-the-18th | Argus News