Videos
|
Odisha

ଅମରେଶ୍ବର ପୀଠରେ ଜାଗର ପାଇଁ ବ୍ୟାପକ ପ୍ରସ୍ତୁତି

Ritu Das
Browse all articles by Ritu Das
·2 years ago·1 min read
ଅମରେଶ୍ବର ପୀଠରେ ଜାଗର ପାଇଁ ବ୍ୟାପକ ପ୍ରସ୍ତୁତି

ଅର୍ଗସ ବ୍ୟୁରୋ: ଆଉ ଦିନକ ପରେ ଦେବ ଦେବ ମହାଦେବଙ୍କର ଜାଗର ପର୍ବ । ଆଉ ଜାଗର ପର୍ବ ପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇଛି କଟକର ସର୍ବପୁରାତନ ଅମରେଶ୍ଵର ଶୈବପୀଠ। କାରଣ ଆଜି ହେଉଛି ପଙ୍କଉଦ୍ଧାର ଏକାଦଶୀ। ବର୍ଷକୁ ଥରେ ଆଜିର ଦିନରେ ମନ୍ଦିରର ଗର୍ଭ ଗୃହରୁ ପଙ୍କ ଉଦ୍ଧାର କରାଯାଇଥାଏ । ଏ ହେଉଛି କଟକର ସର୍ବ ପୁରାତନ ଶୈବ ପୀଠ ଅମରେଶ୍ଵର ମନ୍ଦିର। ପୂଜକ ମାନେ ମିଶି ମନ୍ଦିରର ଗର୍ଭ ଗୃହରୁ ପଙ୍କ ଉଦ୍ଧାର କରିଛନ୍ତି । କେବଳ ପଙ୍କ ଉଦ୍ଧାର ନୁହେଁ ମନ୍ଦିର ଭିତରେ ଥିବା ବିଭିନ୍ନ ପିତ୍ତଳ ମୂର୍ତ୍ତି ପାର୍ଶ୍ଵ ଦେବା ଦେବୀଙ୍କୁ  ସଫାସୁତୁରା କରିବା ସହ ମନ୍ଦିରକୁ ନୂଆ ରଙ୍ଗ ମଧ୍ୟ ଦିଆଯାଇଛି । ଜାଗର ପୂଜା ପାଇଁ ସମସ୍ତ ନୀତି ନିର୍ଘଣ୍ଟ ଅନୁସାରେ ମହାଦୀପ ଉଠାଯିବ ବୋଲି କହିଛନ୍ତି ମନ୍ଦିର ପୂଜକ ।

ସେପଟେ ଜାଗର ଦିନ ମନ୍ଦିର ଦର୍ଶନ କରିବା ସହ ରାତିରେ ଉଜାଗର ରହି ଦୀପ ଜାଳିବା ପାଇଁ ମନ୍ଦିର ପକ୍ଷରୁ  ବ୍ୟାପକ ବେବସ୍ଥା କରାଯାଇଛି । ଜାଗର ଦିନ ଭୋର 4ଟାରୁ ମନ୍ଦିର ପହଡ଼ ଖୋଲାଯିବ ସ୍ନାନ କରାଯିବ ସହ ବିଭିନ୍ନ ନୀତି କାନ୍ତି କରାଯିବ। ଭକ୍ତଙ୍କ ଦର୍ଶନ ପାଇଁ ଭୋରରୁ ମନ୍ଦିର ଖୋଲାଯିବ ଏବଂ ଭୋର ୪ଟାରେ ମହାଦୀପ ଉଠାଯିବ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ଦର୍ଶନ ଓ ପୂଜା ଅର୍ଚ୍ଚନା ପାଇଁ  ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ମନ୍ଦିରର ସଦସ୍ୟ। ଜାଗର ଦିନ କଟକରେ ଥିବା ବିଭିନ୍ନ ଶୈବ ପୀଠରେ  ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Extensive preparation | Argus News