Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ-ଜୟଶଙ୍କର

Smruti Parija
Browse all articles by Smruti Parija
·2 years ago·1 min read
ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ-ଜୟଶଙ୍କର

ଅର୍ଗସ ବ୍ୟୁରୋ: ଓଡ଼ିଆ ଭାଷା, ସାହିତ୍ୟ, ଅସ୍ମିତାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉଚ୍ଚ ପ୍ରଶଂସା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଆଜି ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇ ଓଡ଼ିଶାରେ ପର୍ଯ୍ୟଟନର ଅପାର ସମ୍ଭାବନା ଥିବା କହିଛନ୍ତି । G20 କାର୍ଯ୍ୟକ୍ରମରେ କୋଣାର୍କ ଚକ୍ର ସ୍ଥାନିତ ହୋଇଥିଲା । ରାଜ୍ୟରେ ବିଜେପି ସରକାର ଆସିଲେ G20ର ସଫଳ ରୂପାୟନ ହୋଇପାରିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।  

ଓଡ଼ିଶାର ଲୋକ କୁଶଳୀ । ଓଡ଼ିଶା ଲୋକଙ୍କ ଭିତରେ ଅନେକ ସମ୍ଭାବନା ରହିଛି । ବୁଦ୍ଧି, ବିଚାର ବଳରେ ଅନେକ ଓଡ଼ିଆ ଲୋକ ବାହାରେ କାର୍ଯ୍ୟ କରୁଛନ୍ତି । ରାଜ୍ୟର ପାସପୋର୍ଟ ସମସ୍ୟା ଥିଲା ।  ମୋଦି ସରକାର ସମୟରେ ଓଡ଼ିଶାର 20ଟି ପୋଷ୍ଟ ଅଫିସରେ ପାସପୋର୍ଟ ସେବା କେନ୍ଦ୍ର ଖୋଲାଯିବା ପରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଥିବା କହିଛନ୍ତି ଜୟଶଙ୍କର । ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପରେ 18 ଲକ୍ଷ କୋଟିରୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଓଡ଼ିଶାରେ ୫୮ ହଜାର କିମି ରାସ୍ତା ତିଆରି ହୋଇଛି । ୩ ହଜାର କିମି ପାଇପ ଲାଇନ୍ ବିଛା ଯାଇଛି । 2ଟି ସ୍ମାର୍ଟ ସିଟି ହୋଇଥିବା ସେ କହିଛନ୍ତି ।

ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ ନକରି ରାଜ୍ୟବାସୀଙ୍କୁ ଯୋଜନାରେ ଲାଭ ପାଇବାରୁ ବଞ୍ଚିତ କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଆସନ୍ତାକାଲି କଟକ ଓ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
external-affair-minister-said-odisha-leader-should-be-a-odia-people | Argus News