ବାହାଘର ପରେ ବି ପ୍ରେମ ! ଷ୍ଟିଙ୍ଗ ଅପରେସନରେ ଧରିଲା ସ୍ତ୍ରୀ
·1 year ago·1 min read

ଅର୍ଗସ ବ୍ୟୁରୋ : ସ୍ଵାମୀ ଉପରେ ସ୍ତ୍ରୀର ଷ୍ଟିଙ୍ଗ ଅପରେସନ । ପୋଲିସକୁ ନେଇ ଓୟୋ ହୋଟେଲ ରୁମରୁ ଅନ୍ୟ ଦୁଇ ଯୁବତୀଙ୍କ ସହ ଧରିଲା ସ୍ତ୍ରୀ । ଏମିତି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ଵର ଇନଫୋସିଟି ଥାନା ଅଧୀନରେ । ଏହି ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ଗତକାଲି ରାତି ପ୍ରାୟ ୩ଟାରେ ଚଢ଼ାଉ କରିଥିଲା ପୋଲିସ । ଗୋଟିଏ ରୁମରୁ ଜଣେ ପୁରୁଷଙ୍କ ସହ ଦୁଇ ଜଣ ବେଙ୍ଗଲୀ ଯୁବତୀ ଥିବା ଧରାପଡ଼ିଥିଲେ। ନିଜ ସ୍ଵାମୀଙ୍କ ବିରୋଧରେ ପୋଲିସ ପାଖରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ।
ଦେଢ଼ ବର୍ଷ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିଲା। ତେବେ ସ୍ବାମୀଙ୍କ ଉପରେ ସ୍ତ୍ରୀଙ୍କର ସନ୍ଦେହ ଥିଲା। ଗତକାଲି ରାତିରେ ମହିଳାଙ୍କ ମୋବାଇଲକୁ ଏକ ଜମାଟୋ ଅର୍ଡର ବାବଦରେ ମେସେଜ୍ ଯାଇଥିଲା। ସେହି ମେସେଜରୁ ସ୍ବାମୀ ତାଙ୍କର ଓୟୋ ହୋଟେଲ୍ ରୁମରେ ଥିବା ଜାଣିଥିଲେ ସ୍ତ୍ରୀ। ସମ୍ପୃକ୍ତ ବ୍ୟକ୍ତିଙ୍କ ଘର କଟକରେ, ପୂର୍ବରୁ ଚାକିରି କରିଥିବା ଏହି ଯୁବକ ଚାକିରି ଛାଡ଼ି ୟୁଟ୍ୟୁବରେ ଭିଡ଼ିଓ କରୁଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: