Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ଦେଶକ ସଂଘ vs ଅଭିନେତା ମନୋଜ ମିଶ୍ର ହେଲେ ମୁହାଁମୁହିଁ

Smruti Parija
Browse all articles by Smruti Parija
·1 year ago·1 min read
ନିର୍ଦେଶକ ସଂଘ vs ଅଭିନେତା ମନୋଜ ମିଶ୍ର ହେଲେ ମୁହାଁମୁହିଁ

Key Points

  • ଚର୍ଚ୍ଚାରେ ଓଲିଉଡ
  • କିଛି ଦିନର ବିରତି ପରେ ପୁଣି ଫେରିଲା ଓଲିଉଡ କଳି
  • ଫିଲ୍ମ ଯେତିକି ହିଟ ନୁହେଁ ଇଣ୍ଡଷ୍ଟ୍ରିର କଳି ସେତିକି ହିଟ୍
  • ନିର୍ଦେଶକ ସଂଘ vs ଅଭିନେତା ମନୋଜ ମିଶ୍ର ହେଲେ ମୁହାଁମୁହିଁ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ରଖି ପୁଣି ବିବାଦରେ ମନୋଜ ମିଶ୍ର । ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଚଳଚିତ୍ରକୁ ବଦନାମ କରୁଥିବା ଅଭିଯୋଗ । ସାଇବର ଥାନାରେ ଏତଲା ଦେଲେ ଓଡ଼ିଆ ଫିଲ୍ମ ଓ ନିର୍ଦେଶକ ସଂଘ । ଏହାର ଉତ୍ତର ରଖି ଏକ ସାମ୍ବାଦିକ ସାମ୍ମିଳନୀ ମାଧ୍ୟମରେ ଉତ୍ତର ରଖିଛନ୍ତି ମନୋଜ ମିଶ୍ର । କହିଛନ୍ତି ଯେଉଁମାନେ ମୋ ନାରେ ଅଭିଯୋଗ ଦେଇଛନ୍ତି ସେମାନେ ଫିଲ୍ମ ତିଆରି କରିବା ଜାଣିନାହାନ୍ତି । ସେମାନଙ୍କୁ ହଟାଇ ଓଲିଉଡ଼କୁ ଅପଡେଟ୍ କଲେ ଯାଇ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ସମ୍ଭବ । ଯେତେ ଯାଏଁ ଏମାନେ ଫିଲ୍ମ ପ୍ରସ୍ତୁତ କରିବା ବନ୍ଦ କରିନାହାନ୍ତି ସେତେ ଯାଏଁ  ମୁଁ ଚୁପ ବସିବି ନାହିଁ ବୋଲି ସିଧାସଳଖ ବିସ୍ଫୋରକ ବୟାନ ଦେଇଛନ୍ତି ମନୋଜ ।

ମନୋଜଙ୍କୁ କାଉଣ୍ଟର କରିଛନ୍ତି ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । କହିଛନ୍ତି ମନୋଜ ଫିଲ୍ମ ଇଣ୍ଡଷ୍ଟ୍ରିର କର୍ଣ୍ଣନ୍ଧର ନୁହନ୍ତି । ମନୋଜ ମିଶ୍ର ଶାଳିନତା ରଖି କଥା କୁହନ୍ତୁ । ମନୋଜ ମିଶ୍ରଙ୍କ ଷ୍ଟ୍ରାଟେଜି କେମିତି ମିଡ଼ିଆ ଆଟେନସନ୍ ପାଇବେ । ସବ୍ୟସାଚୀ ମହାପାତ୍ର ପ୍ରଶ୍ନ କରିଛନ୍ତି ସେ କ'ଣ ଏକା ଏକ୍ସପର୍ଟ ।

ତେବେ ଓଡ଼ିଆ ସିନେ ଜଗତରେ ଅଭିନେତା ଓ ନିର୍ଦ୍ଦେଶକମାନଙ୍କ ଭିତରେ ଚାଲିଥିବା ଆରୋପ ପ୍ରତ୍ୟାରୋପକୁ ନେଇ ଚର୍ଚ୍ଚା ଜୋର । ଲୋକେ କହିବା ଆରମ୍ଭ କଲେଣି ଯେ ଓଲିଉଡରେ ଫିଲ୍ମ ଯେତିକି ହିଟ୍ ନୁହେଁ ଇଣ୍ଡଷ୍ଟ୍ରି ଭିତରେ ଚାଲିଥିବା କଳି ସେତିକି ସୁପରହିଟ୍ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
face-off-between-ollywood-actor-manoj-mishra-and-director-sabyasachi-mohapatra | Argus News