Videos
|
Odisha

ଫୈଜ ରେହମାନଙ୍କ କେଳେଙ୍କାରୀର ଲମ୍ବା ଚିଠା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଫୈଜ ରେହମାନଙ୍କ କେଳେଙ୍କାରୀର ଲମ୍ବା ଚିଠା

Key Points

ସମାଜସେବା ନାଁରେ ସାଙ୍ଘାତିକ କେଳେଙ୍କାରୀ

ଲୋକଙ୍କ ଦାରିଦ୍ର୍ୟ ଓ ସରଳତାର ସୁଯୋଗ ନେଇ ଭୟଙ୍କର କାରନାମା

ଧର୍ମାନ୍ତରୀକରଣର ବଡ଼ ରାକେଟର ପର୍ଦ୍ଦାଫାସ୍

ସମାଜସେବା ନାଁରେ ସାଙ୍ଘାତିକ କେଳେଙ୍କାରୀ । ଲୋକଙ୍କ ଦାରିଦ୍ର୍ୟ ଓ ସରଳତାର ସୁଯୋଗ ନେଇ ଭୟଙ୍କର କାରନାମା । ଧର୍ମାନ୍ତରୀକରଣର ବଡ଼ ରାକେଟର ପର୍ଦ୍ଦାଫାସ୍ । ଅର୍ଗସ ହାତରେ ଆମେରିକା, କାନାଡ଼ାରୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ଯାଏଁ ଫୈଜ ରେହମାନଙ୍କ କେଳେଙ୍କାରୀର ଲମ୍ବା ଚିଠା । ଆବାସିକ ସ୍କୁଲ ନାଁରେ ଧର୍ମାନ୍ତରୀକରଣର ଭୟଙ୍କର ଖେଳର ସାଂଘାତିକ ଅଭିଯୋଗ । ବେଙ୍ଗଲରେ ପଞ୍ଜୀକୃତ ସଂସ୍ଥା, ଓଡ଼ିଶାରେ କରୁଛି ମହା କେଳେଙ୍କାରୀ। ଆବାସିକ ସ୍କୁଲ ନାଁରେ ଧର୍ମାନ୍ତରୀକରଣର ଭୟଙ୍କର ଅଭିଯୋଗ।


ଏ କେଳେଙ୍କାରୀର ମାଷ୍ଟର ମାଇଣ୍ଡ ହେଉଛି ଫୈଜ ରେହମାନ। 2019ରେ ପୋକସୋ ମାମଲାରେ ଅଭିଯୁକ୍ତ ହୋଇଥିଲା ଫୈଜ୍ ରେହମାନ୍। ଢେଙ୍କାନାଳରେ ଫୈଜ ବିରୋଧରେ ଆସିଥିବା ନାବାଳିକାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ। 2019ରେ କେତେକ ହଷ୍ଟେଲ ବନ୍ଦ କରାଯାଇଥିଲା। ଏବେ ପୁଣି ସେହି ସବୁ ହଷ୍ଟେଲ ଚଳାଉଛି ଫୈଜ୍ ରେହମାନ। ପଶ୍ଚିମବଙ୍ଗର ନୟାଗ୍ରାମ ଥାନାରେ ଫୈଜ ଅହମ୍ମଦ ସମେତ 5 ଜଣଙ୍କ ନାଁରେ ଅଛି ଅଭିଯୋଗ। ଓଡ଼ିଶାରେ ଏହି ସାଂଘାତିକ କେଳେଙ୍କାରୀର ସୁରାକ୍ ମିଳିବା ପରେ ତଦନ୍ତ ପାଇଁ ସବୁ ଜିଲ୍ଲାର SPଙ୍କୁ ଦିଆଯାଇଥିଲା ନିର୍ଦ୍ଦେଶ। ପୋଲିସ ଡିଜିଙ୍କୁ ଏହି ତଦନ୍ତ ରିପୋର୍ଟ ଦେଇଛି ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା । ଯେଉଁଥିରେ ସାମ୍ନାକୁ ଆସିଛି ସାଂଘାତିକ କେଳେଙ୍କାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


SPଙ୍କ ରିପୋର୍ଟରେ ରହିଛି ସାଂଘାତିକ ତଥ୍ୟ। ଡ୍ରିମ୍ ସେଣ୍ଟର ହଷ୍ଟେଲ ନାଁରେ ରାଜ୍ୟର ବହୁ ଜିଲ୍ଲାରେ ଖୋଲାଯାଇଛି ହଷ୍ଟେଲ। ଅଧିକାଂଶ ହଷ୍ଟେଲ ପାଇଁ କୌଣସି ସରକାରୀ ବିଭାଗଠାରୁ ଅନୁମତି ଅଣାଯାଇନାହିଁ। 18 ବର୍ଷରୁ କମ୍ ବୟସର ପିଲାଙ୍କୁ ବେଆଇନ ଭାବେ ରଖାଯାଉଛି। ଧର୍ମାନ୍ତରୀକରଣ ସଂସ୍ଥାର ମୂଳ ଉଦ୍ଦେଶ୍ୟ । ହଷ୍ଟେଲ ଚଳାଇବା ନାଁରୁ ଅଣାଯାଉଛି ବିଦେଶରୁ କୋଟି କୋଟି ଟଙ୍କାର ଫଣ୍ଡିଂ। ବେଆଇନ ଭାବେ ବିଦେଶରୁ ଟଙ୍କା ଆଣି ଚଳାଯାଉଛି ହଷ୍ଟେଲ। କେନ୍ଦ୍ର ସରକାରଙ୍କ Foreign Contribution Regulation Act ବା FCRAର ବଡ଼ ଉଲ୍ଲଂଘନ । ଧର୍ମାନ୍ତରୀକରଣ ପାଇଁ କେମିତି ଚାଲିଥିଲା କୋଟି କୋଟି ଟଙ୍କାର କାରବାର ତାର ଦସ୍ତାବିଜ ଲାଗିଛି ଅର୍ଗସ୍ ନ୍ୟୁଜ୍ ହାତରେ। ଧର୍ମାନ୍ତରୀକରଣ ସହ ଆତଙ୍କବାଦ, ଶିଶୁ ଯୌନ କେଳେଙ୍କାରୀ, ଯୁବତୀ ଚାଲାଣ ଭଳି କାମରେ ଏହି ଟଙ୍କା ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି । 

faiz-rehman-was-an-accused-in-a-pocso-case-in-2019 | Argus News