Videos
|
Odisha

ସମାଜସେବା ନାଁରେ ଫୈଜ ରେହମାନଙ୍କ ସାଙ୍ଘାତିକ କେଳେଙ୍କାରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ସମାଜସେବା ନାଁରେ ଫୈଜ ରେହମାନଙ୍କ ସାଙ୍ଘାତିକ କେଳେଙ୍କାରୀ

Key Points

ଖୋଲିଲା ଫୈଜ ରେହମାନଙ୍କ କେଳେଙ୍କାରୀର ଲମ୍ବା ଚିଠା
ଲୋକଙ୍କ ଦାରିଦ୍ର୍ୟ ଓ ସରଳତାର ସୁଯୋଗ ନେଇ ଭୟଙ୍କର କାରନାମା
ଓଡ଼ିଶାର ବହୁ ଜିଲ୍ଲାରେ ଧର୍ମାନ୍ତରୀକରଣର କେନ୍ଦ୍ର
ବିଦେଶୀ ଟଙ୍କାରେ ବଡ଼ ଷଡଯନ୍ତ୍ର

ବାଲେଶ୍ବର, ସୋନପୁର, ଝାରସୁଗୁଡ଼ା, ଢେଙ୍କାନାଳ, ବ୍ରହ୍ମପୁର, କଟକ, ନବରଙ୍ଗପୁର, କୋରାପୁଟ ଏମିତି ସାରା ରାଜ୍ୟରେ ବିଛେଇ ହୋଇଯାଇଛି ଧର୍ମାନ୍ତରୀକରଣର ଫ୍ୟାକ୍ଟ୍ରି। ଗରିବ, ଅବହେଳିତ, ଦଳିତ, ଆଦିବାସୀଙ୍କୁ ଶିକ୍ଷା, ହଷ୍ଟେଲ ସୁବିଧା ଦେବା ନାଁରେ କେମିତି ଚାଲିଛି ସାଂଘାତିକ କେଳେଙ୍କାରୀ ତାର ପର୍ଦ୍ଦାଫାସ୍ କରିଛି ଅର୍ଗସ୍। ଖୋଲିସାରିଛି ଏ କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଫୈଜ ରେହମାନର ଅସଲ ମୁଖା।

ବେଙ୍ଗଲରେ ପଞ୍ଜୀକୃତ ସଂସ୍ଥା ସାଲଗଡ଼ିଆ ହାପି ଏଣ୍ଡ ହୋଲି ହୋମ୍ ସୋସାଇଟି ଓଡ଼ିଶାରେ କରୁଛି ମହା କେଳେଙ୍କାରୀ। ଡ୍ରିମ୍ ସେଣ୍ଟର ହଷ୍ଟେଲ ନାଁରେ କାନାଡ଼ା, ଆମେରିକା ଭଳି ଦେଶରୁ କୋଟି କୋଟି ଟଙ୍କାର ବିଦେଶୀ ଫଣ୍ଡ ଆଣି ଫୈଜ ରେହମାନ ବଛାଇଛି ଧର୍ମାନ୍ତରୀକରଣ ଜାଲ ।

ବଲାଙ୍ଗିର, ବାଲେଶ୍ବର, ବରଗଡ଼, ବୌଦ୍ଧ, କଟକ, ଢେଙ୍କାନାଳ ଜିଲ୍ଲାରେ ଚାଲୁଛି ଡ୍ରିମ୍ ସେଣ୍ଟର ହଷ୍ଟେଲ। ଦେବଗଡ଼, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟରେ ଚାଲୁଛି ଡ୍ରିମ୍ ସେଣ୍ଟର ହଷ୍ଟେଲ। ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ରାଉରକେଲା, ସୁବର୍ଣ୍ଣପୁରରେ ବି ଚାଲୁଛି ଡ୍ରିମ୍ ସେଣ୍ଟର ହଷ୍ଟେଲ । କିନ୍ତୁ ଅଧିକାଂଶ ହଷ୍ଟେଲ ପାଇଁ ନାହିଁ କୌଣସି ସରକାରୀ ଅନୁମତି।

୨୦୧୯ରେ ପୋକସୋ ମାମଲାରେ ଅଭିଯୁକ୍ତ ହୋଇଥିଲା ଫୈଜ୍ ରେହମାନ୍। ଢେଙ୍କାନାଳରେ ଫୈଜ ବିରୋଧରେ ଆସିଥିଲା ନାବାଳିକାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ। ୨୦୧୯ରେ କେତେକ ହଷ୍ଟେଲ ବନ୍ଦ କରାଯାଇଥିଲା। ଏବେ ପୁଣି ସେହି ସବୁ ହଷ୍ଟେଲ ଚଳାଉଛି ଫୈଜ୍ ରେହମାନ।

ଫୈଜ ରେହମାନଙ୍କ ସଂସ୍ଥା ବାବଦରେ ଅଭିଯୋଗ ପରେ ତଦନ୍ତ ପାଇଁ ସବୁ ଜିଲ୍ଲାର SPଙ୍କୁ ଦିଆଯାଇଥିଲା ନିର୍ଦ୍ଦେଶ । ଏସପି ମାନଙ୍କ ତଦନ୍ତ ରିପୋର୍ଟରେ ହୋଇଛି ସାଂଘାତିକ କେଳେଙ୍କାରୀର ଖୁଲାସା। ଅଧିକାଂଶ ହଷ୍ଟେଲ ପାଇଁ କୌଣସି ସରକାରୀ ବିଭାଗଠାରୁ ଅନୁମତି ଅଣାଯାଇନାହିଁ। 18 ବର୍ଷରୁ କମ୍ ବୟସର ପିଲାଙ୍କୁ ବେଆଇନ ଭାବେ ରଖାଯାଉଛି। ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି SP। ଧର୍ମାନ୍ତରୀକରଣ ସଂସ୍ଥାର ମୂଳ ଉଦ୍ଦେଶ୍ୟ ବୋଲି ରିପୋର୍ଟରେ ଉଲ୍ଲେଖ । ଗରିବ ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କର ଜୋରଜବରଦସ୍ତ କରାଯାଉଛି ଧର୍ମାନ୍ତରୀକରଣ। ଝାରସୁଗୁଡ଼ା SPଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ହଷ୍ଟେଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ପୂର୍ବ ଭଳି ଏସବୁ ଖୋଲାଯାଇଛି।

ପ୍ରଶ୍ନ ଉଠୁଛି ଏଯାଏଁ କେମିତି ଖୁଲମ ଖୁଲ୍ଲା ବୁଲୁଛି ଏ ସାଂଘାତିକ କାରନାମାର ମାଷ୍ଟରମାଇଣ୍ଡ ? କେବେ ବନ୍ଦ ହେବ ଏ ଡ୍ରିମ୍ ସେଣ୍ଟର ହଷ୍ଟେଲ ? କେବେ ଫୈଜ ରେହମାନ ବିରୋଧରେ ହେବ ଆକ୍ସନ୍ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
faiz-rehmans-murderous-act-in-the-name-of-social-service | Argus News