Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

PUCC / ବଜାରରେ ନକଲି ସାର୍ଟିଫିକେଟ୍ ! ଅର୍ଗସରେ ଖବର ବାଜିବା ପରେ ୫୨ ଲାଇସେନ୍ସ କ୍ୟାନ୍‌ସଲ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
ବଜାରରେ ନକଲି ସାର୍ଟିଫିକେଟ୍ ! ଅର୍ଗସରେ ଖବର ବାଜିବା ପରେ ୫୨ ଲାଇସେନ୍ସ କ୍ୟାନ୍‌ସଲ
PUCC

Key Points

ରାଜ୍ୟ ଓ ରାଜ୍ୟ ବାହାରର ପଲ୍ୟୁସନ୍ ଦଲାଲଙ୍କ ଉପରେ ହେବ କି ବଡ଼ କାର୍ଯ୍ୟାନୁଷ୍ଠାନ ?

ରାଜ୍ୟ ଓ ରାଜ୍ୟ ବାହାରେ ମାତିଛନ୍ତି ପଲ୍ୟୁସନ ଦଲାଲ୍ । ଅର୍ଗସରେ ପର୍ଦ୍ଦାଫାସ୍ ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ୫୨ଟି ପଲ୍ୟୁସନ ସେଣ୍ଟରର ଲାଇସେନ୍ସ ରଦ୍ଦ କରାଯାଇଥିବା କହିଛନ୍ତି ପରିବହନ କମିଶନର । କିନ୍ତୁ ପ୍ରଶ୍ନ ହେଲା ରାଜ୍ୟ ବାହାରର ଏ ଦଲାଲମାନଙ୍କ ଉପରେ କି ଆକ୍ସନ ହେବ ? ଯେଉଁମାନେ ଏହି ଦଲାଲଙ୍କ ମାଧ୍ୟମରେ ପଲ୍ୟୁସନ ସାର୍ଟିଫିକେଟ୍ କରାଇଛନ୍ତି ସେମାନଙ୍କର ସାର୍ଟିଫିକେଟ୍ ବୈଧ ରହିବ ତ ?

ବେଆଇନ ଭାବେ ଚାଲିଥିବା PUCC ସାର୍ଟିଫିକେଟ୍ କେଳେଙ୍କାରୀ । ଆନ୍ତଃରାଜ୍ୟ ନେଟୱର୍କର ପର୍ଦ୍ଦାଫାସ୍ କରିଛି ଅର୍ଗସ୍ । ଖବର ପ୍ରସାରଣ ପରେ ଏବେ ଦଲାଲଙ୍କ ଭିତରେ ଛନକା । ଅଧିକାଂଶ ଦଲାଲ କାର୍ଯ୍ୟାନୁଷ୍ଠାନ ଭୟରେ ଗଳାବାଟରେ ଆଉ PUCC ସାର୍ଟିଫିକେଟ କରୁନାହାନ୍ତି ।

ସେପଟେ ମାମଲାରେ ଆସିଛି ପରିବହନ କମିଶନର ଅମିତାଭ ଠାକୁରଙ୍କ ପତିକ୍ରିୟା । PUCC ସେଣ୍ଟର ଗୁଡ଼ିକ ଚେକିଂ କରାଯାଉଛି । ଏଯାଏଁ ୫୨ଟି PUC ସେଣ୍ଟର ଲାଇସେନ୍ସ ସସପେଣ୍ଡ କରାଯାଇଛି । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ସୋ କଜ୍ ଆସିବା ପରେ କିଛି ଭୁଲ ଥିଲେ ସେମାନଙ୍କର ଲାଇସେନ୍ସ ବାତିଲ କରାଯିବ ।

ଅନ୍ୟପଟେ ଜନତାଙ୍କ ମଧ୍ୟରେ ଦେଖାଯାଇଛି ଅସନ୍ତୋଷ । PUCC ସାର୍ଟିଫିକେଟ୍ ପାଇଁ ଗାଡ଼ି ଚାଳକମାନେ ଘଣ୍ଟା ଘଣ୍ଟା ଲମ୍ବା ଲାଇନ୍ ଲଗାଉଥିବା ବେଳେ ସେପଟେ ଦଲାଲମାନଙ୍କ ଏପରି କାରନାମା ଦେଖି ସମସ୍ତେ ଅସନ୍ତୋଷ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
PUCC | Fake certificates in the market ! 52 licenses cancelled after news broke in Argus | Argus News