Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fake Certificate / ସରକାରଙ୍କୁ ଚୂନ ଲଗାଇବା ପାଇଁ ଜାଲିଆତି,ଜୀବିତ ଶ୍ରମିକଙ୍କୁ କାଗଜପତ୍ର ରେ ମୃତ୍ୟୁ ଦର୍ଶାଇ "ମୃତ୍ୟୁ କାଳୀନ ସହାୟତା ରାଶି" ହଡପ

Bikash Mohanty
Browse all articles by Bikash Mohanty
·5 months ago·2 min read
ସରକାରଙ୍କୁ ଚୂନ ଲଗାଇବା ପାଇଁ ଜାଲିଆତି,ଜୀବିତ ଶ୍ରମିକଙ୍କୁ କାଗଜପତ୍ର ରେ ମୃତ୍ୟୁ ଦର୍ଶାଇ "ମୃତ୍ୟୁ କାଳୀନ ସହାୟତା ରାଶି" ହଡପ
Fake Certificate

Key Points

ନବରଙ୍ଗପୁରରେ ବଡ଼ ଧରଣର ଜାଲିଆତି
ସରକାରୀ ଅର୍ଥ ଲୁଟ ପାଇଁ ବଡ଼ ରାକେଟ୍
ଜୀବିତ ଲୋକଙ୍କୁ ଦର୍ଶାଇଲେ ମୃତ ଦଲାଲଙ୍କୁ କିଏ ଦେଉଛି ସୁରକ୍ଷା ?
ସରକାରଙ୍କୁ ଚୂନ ଲଗାଇବା ପାଇଁ ଜାଲିଆତି। ସରକାରୀ ଅର୍ଥ ଆତ୍ମସାତ ପାଇଁ ଜୀବିତ ଶ୍ରମିକ ମାନଙ୍କୁ କାଗଜପତ୍ର ରେ ମୃତ୍ୟୁ ଦର୍ଶାଇ "ମୃତ୍ୟୁ କାଳୀନ ସହାୟତା ରାଶି" ହଡପ। ନବରଂଗପୁର ଜିଲ୍ଲାରେ ଚାଲିଛି ବଡ଼ ଧରଣ ର ନକଲି ସାର୍ଟିଫିକେଟ ରାକେଟ। ଆଉ ଦଲାଲ ଙ୍କ ଜାଲରେ ପଡିଛି ଜିଲ୍ଲା ଶ୍ରମ ବିଭାଗ। ଆଉ ଏହାର ଦସ୍ତାବିତ ଲାଗିଛି ଅର୍ଗସ ହାତରେ । ନବରଙ୍ଗପୁର ଜିଲ୍ଲାରୁ Exclusive ରିପୋର୍ଟ।

ଜୀବିତ ଶ୍ରମିକଙ୍କୁ ମୃତ୍ୟୁ ଦର୍ଶାଇ ଟଙ୍କା ହଡପ। ଦସ୍ତାବିଜ ଯାଞ୍ଚ ନକରି "ମୃତ୍ୟୁ କାଳୀନ ସହାୟତା ରାଶି" ଅନୁମୋଦନ କରି ଅଡୁଆରେ ଜିଲ୍ଲା ଶ୍ରମ ବିଭାଗ। ଦଲାଲ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଦୁର୍ନୀତି ହୋଇଥିବାର ଆସିଲା ସଙ୍ଗୀନ ଅଭିଯୋଗ।

ଦେଖନ୍ତୁ ଏ ମୃତ ପ୍ରମାଣପତ୍ରକୁ । ମୃତକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ରାଜୋଡା ପଂଚାୟତ ଅନ୍ତର୍ଗତ ଠୂସିଗୁଡା ଗ୍ରାମର ପୁର୍ଣି ଭତରା। ଏହି ଦସ୍ତାବିଜ କହୁଛି ତାଙ୍କର ମୃତ୍ୟୁ 10.02.2023 ତାରିଖରେ ହୋଇଛି। ଯାହାର Death certificate ରେଜିଷ୍ଟ୍ରସନ ନମ୍ବର ହେଉଛି - 46/2023, ଏଠାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ପୂର୍ଣ୍ଣି ଭତରା ଆଉ ଦୁନିଆରେ ନାହାନ୍ତି। ଏବେ ଆସନ୍ତୁ ଦେଖିବା ଏହି ବାସ୍ତବ ଦୃଶ୍ୟକୁ - ଏ ହେଉଛନ୍ତି ସେଇ ପୂର୍ଣ୍ଣି ଭତରା । ଯାହାର ମୃତ ପ୍ରମାଣପତ୍ର ଆପଣମାନେ ଦେଖିଥିଲେ । ଅର୍ଥାତ ଜୀବିତ ବ୍ୟକ୍ତିଙ୍କର ନକଲି ମୃତ ପ୍ରମାଣପତ୍ର ତିଆରି କରାଯାଇଛି l କେବଳ ମୃତ ପ୍ରମାଣପତ୍ର ହିଁ ନୁହଁ। ତାଙ୍କ ସ୍ୱାମୀ ରବି ଭତରା ଙ୍କ ନାମରେ ଉତ୍ତରାଧିକାରୀ ପ୍ରମାଣପତ୍ର ମଧ୍ୟ କୋଡୀଙ୍ଗା ତହସିଲ ବିଭାଗ ପକ୍ଷରୁ ମିଳିଛି। ଆଉ କିଏ ଓ କେମିତି ଏହି ପ୍ରମାଣ ପତ୍ର ଦେଲା ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ ।

ସେହିଭଳି ଏ ଦେଖନ୍ତୁ ଟୁନୁ ଭତରା ଙ୍କ "ମୃତ ପ୍ରମାଣପତ୍ର"। ଦସ୍ତାବିଜ କହୁଛି ଟୁନୁ ମୃତ। କିନ୍ତୁ, ବାସ୍ତବ ଚିତ୍ର ତାହାର ଠିକ ଓଲଟା। ଟୁନୁ ଭତରା ବର୍ତମାନ ସୁସ୍ଥ ଥିବା ବେଳେ ଘରର ସମସ୍ତ କାର୍ଯ୍ୟ ନିଜେ କରୁଛନ୍ତି । ତାଙ୍କ ସ୍ତ୍ରୀ ନାମରେ ମଧ୍ୟ ଉତ୍ତରାଧିକାରୀ ସାର୍ଟିଫିକେଟ ତିଆରି କରାଯାଇଛି ।

ଏଭଳି ଜାଲିଆତି କେବଳ କୋଷଗୁମୁଡା ବ୍ଲକ ରେ ନୁହଁ, ପାପଡାହାଣ୍ଡି ବ୍ଲକ ରେ ମଧ୍ୟ କରାଯାଇଛି । ପାପଡାହାଣ୍ଡି ବ୍ଲକ ଡ଼ଙ୍ଗରା ପଂଚାୟତ ଅନ୍ତର୍ଗତ କୁମ୍ଭାରଗୁଡା ଗ୍ରାମର ପୁରୁଷତି ମାଝୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି । ଦଲାଲ ମାନେ ଶ୍ରମିକମାନଙ୍କୁ ଏକ ଲକ୍ଷ ଟଙ୍କାର ମାଗଣା ଋଣ କରାଇଦେବା ଆଶା ଦେଖାଇ ସେମାନଙ୍କ ଠାରୁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ , ଲେବରକାର୍ଡ, ଫୋଟ ଆଦି ସଂଗ୍ରହ କରି ଅସାଧୁ ଉପାୟରେ ନକଲି "ମୃତ ପ୍ରମାଣପତ୍ର" ଓ ନକଲି "ଉତ୍ତୋରାଧିକାରୀ ପ୍ରମାଣ ପତ୍ର" ତିଆରି କରି ମୃତ୍ୟୁକାଳୀନ ସହାୟତା ରାଶି ପାଇଁ ଜିଲ୍ଲା ଶ୍ରମ ବିଭାଗ କୁ ଆବେଦନ କରିଥିବା ଜଣାପଡିଛି ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଦଲାଲ ଙ୍କ ସହ ମିଶି ଏଭଳି ଆତ୍ମସାତ କରିବାରେ ଲିପ୍ତ ନାହାନ୍ତି ତ ଅଧିକାରୀ ? କାହିଁକି ବିନା ଯାଞ୍ଚ ରେ ଏତେ ଗୁଡ଼ାଏ ସରକାରୀ ଟଙ୍କା ମଞ୍ଜୁର କରିଦେଲେ ବିଭାଗୀୟ ଅଧିକାରୀ ? ତାହା ଏବେ ସନ୍ଦେହଘେରରେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake Certificate | Nabarangpur Fake Death Certificate Scam | Government Aid Fraud | Argus News