Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାବଧାନ ! ମାଳ ମାଳ ୱେବସାଇଟ୍ ରେ ଶ୍ରୀମନ୍ଦିରକୁ ଫେକ୍ ତଥ୍ୟ

Smruti Parija
Browse all articles by Smruti Parija
·10 months ago·1 min read
ସାବଧାନ ! ମାଳ ମାଳ ୱେବସାଇଟ୍ ରେ ଶ୍ରୀମନ୍ଦିରକୁ ଫେକ୍ ତଥ୍ୟ

Key Points

ମହାପ୍ରଭୁଙ୍କ ଦର୍ଶନ ପାଇଁ ୱେବସାଇଟରେ ଦିଆଯାଉଛି ଫେକ୍ ତଥ୍ୟ

ଶ୍ରୀମନ୍ଦିରରେ ନାହିଁ କୌଣସି ଟଙ୍କା ବ୍ୟବସ୍ଥା

ହେଲେ ଦର୍ଶନ ବୁକିଂ, ମନ୍ଦିର ଟାଇମିଙ୍ଗସ୍ ରେ କରାଯାଉଛି ମିଛ ପ୍ରଚାର

ପୁରୀରେ ଶ୍ରୀମନ୍ଦିର ଦର୍ଶନ ପାଇଁ ୱେବସାଇଟରେ ତଥ୍ୟ ଖୋଜୁଛନ୍ତି କି । ତେବେ ସାବଧାନ ! ଗୋଟିଏ କି ଦୁଇଟି ନୁହେଁ ମାଳ ମାଳ ୱେବସାଇଟରେ ଶ୍ରୀମନ୍ଦିରକୁ ନେଇ ରହିଛି ଫେକ୍ ତଥ୍ୟ । ଭିଆଇପି ଦର୍ଶନ ନାଁ ରେ ନିର୍ଦ୍ଦିଷ୍ଟ ଦେୟ ରାଶିର ତଥ୍ୟ ରଖିଛନ୍ତି ବିଭିନ୍ନ ୱେବସାଇଟ୍ ।


ତେବେ ଶ୍ରୀମନ୍ଦିର ଦର୍ଶନ ପାଇଁ କୌଣସି ଟଙ୍କା ବ୍ୟବସ୍ଥା ନଥିବାବେଳେ ଗୁଗୁଲ୍ ରେ ଉପଲବ୍ଧ ବିଭିନ୍ନ ୱେବ୍ ସାଇଟ୍ ରେ ରହିଛି । ଶୁଳ୍କ ଯୁକ୍ତ ଦେୟକୁ ନେଇ ତଥ୍ୟ ଥିବା ଦେଖିବାକୁ ମିଳିଛି । ଯାହାକି ସମ୍ପୂର୍ଣ୍ଣ ଭୂଲ୍ ତଥ୍ୟ । ମହାପ୍ରଭୁଙ୍କ ଦର୍ଶ ପାଇଁ କୌଣସି ଦେୟ ଲାଗିନଥାଏ । ହେଲେ ଇଣ୍ଡିଆ ଥ୍ରିଲସ୍, ପିଲିଗ୍ରୀମେଜ୍ ଟୁର୍, ଦର୍ଶନ ବୁକିଂ, ମନ୍ଦିର ଟାଇମିଙ୍ଗସ୍ ଆଦି ଅନେକ ୱେବସାଇଟ୍ ରେ ଫେକ୍ ତଥ୍ୟ ରହିଛି । ଏସବୁ ୱେବସାଇଟ୍ ରେ ଟଙ୍କା ଦେଇ ଭିଆଇପି ଦର୍ଶନ ବାବଦରେ ଫେକ୍ ସୂଚନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କେତେକ ୱେବସାଇଟ୍ ରେ ରହିଛି ଫୋନ୍ ନମ୍ବର ଓ ମେଲ୍ ଆଇଡି । ତେବେ ଏସବୁ ୱେବସାଇଟ୍ କେଉଁ ସାହସରେ ଏଭଳି ତଥ୍ୟ ରଖିଛନ୍ତି । ଏମାନଙ୍କ ପଛରେ ଆଉ କିଏ ରହିଛି କି ? ଏସବୁକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Sponsored
fake-information-is-being-provided-on-the-website-for-the-darshan-of-lord-mahaprabhu | Argus News