Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fake Medicines / ସାବଧାନ...ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ୍

Rashmita Mishra
Browse all articles by Rashmita Mishra
·7 months ago·2 min read
ସାବଧାନ...ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ୍
Fake Medicines

Key Points

କେଉଁ କେଉଁ ମେଡିସିନ ନକଲି ?
ନକଲି ମେଡିସିନକୁ ସାବଧାନ ।
ନକଲି ଔଷଧ ତାଲିକାରେ ବହୁ ଦୈନନ୍ଦିନ ବ୍ୟବହୃତ ମେଡିସିନ ।

ସାବଧାନ...ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ । ରୋଗୀଙ୍କ ବିଶ୍ଵସରେ ଦିଆଯାଉଛି ବିଷ । ମାର୍କେଟରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ । ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ମେଡିସିନ । ଆଉ ୩୮୮ଟି ନିମ୍ନମାନର ମେଡ଼ିସିନ । ଗତ ୪ ବର୍ଷରେ ଅଢେଇ କୋଟିର ଉର୍ଦ୍ଧ୍ୱ ଟଙ୍କାର ନକଲି ମେଡ଼ିସିନ ଜବତ କଲେଣି ସରକାର । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

୨୦୨୧ ରୁ ୨୦୨୪-୨୫ ଭିତରେ ୧୬୮ଟି ନକଲି ମେଡିସିନ ଚିହ୍ନଟ ହୋଇଛି । ସେହିଭଳି ୩୮୮ଟି ନିମ୍ନ ମାନର ମେଡ଼ିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି । ଅର୍ଥାତ nsq ବା not of standard quality ।

୨୦୨୧ରେ ୭୯ ଟି, ୨୦୨୨ରେ ୬୪ଟି, ୨୦୨୩ରେ ୧୪ଟି ଏବଂ ୨୦୨୪ରେ ୧୧ ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି । ଟେଲମା ୪୦, ପାନ୍୪୦, O2, ଜିରୋଡଲ ଏସପି, ପାରାସିଟାମଲ ପେଡ଼ିଆଟ୍ରିକ୍ ସିରପ୍, ପାରାସିଟାମଲ ଟାବଲେଟ୍‌, ରାନିଟିନ୍, ଆମଲକାଇଣ୍ଡ, ପାରାସିଟାମୋଲ୍ ଟାବଲେଟ୍, ପାଣ୍ଟାପ୍ରାଜୋଲ୍, ଲିଭୋଷ୍ଟାଇଜିଂ, ପାଣ୍ଟାପ୍-୪୦, ସିଲଭାମ୍ ୬୨୫, ରାବେପ୍ରାଜୋଲ୍ ଭଳି ଦୈନନ୍ଦିନ ବ୍ୟବହୃତ ମେଡିସିନର ନକଲି ମେଡ଼ିସିନ ବି ବଜାରରେ ବହୁଳ ମାତ୍ରରେ ବୁଲୁଛି ।

ଆହୁରି ପଢ଼ନ୍ତୁ: ବହୁଚର୍ଚ୍ଚିତ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲା: ୬୮୦ ପୃଷ୍ଠାର ଚାର୍ଜସିଟ୍

କିଛିଦିନ ପୂର୍ବରୁ ମଧ୍ୟ ବିଧାନସଭାରେ ଲିଖିତ ଭାବରେ ଉତ୍ତର ରଖିଥିଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିଲା ନକଲି ଔଷଧ । ୩ବର୍ଷରେ ୧୦୩ଟି ମେଡିସିନ ନିମ୍ନମାନର ଥିବା ଧରାପଡିଛି ।

ମାର୍କେଟରେ କିପରି ନକଲି ମେଡିସିନ ବୁଲୁଛି ସେନେଇ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତରରେ ତଥ୍ୟ ରଖିଛନ୍ତି । ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ମେଡ଼ିସିନ । ମାର୍କେଟରେ ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନ ମାନର ବୋଲି ଜାଣା ପଡ଼ିଛି ।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କଲିକତା, ହାଇଦ୍ରାବାଦ ଆଦି ସ୍ଥାନରୁ ଓଡିଶା କୁ ଆସୁଥିଲା ନକଲି ମେଡ଼ିସିନ । ତିନି ବର୍ଷରେ ୧୦୩ ଟି ମେଡ଼ିସିନ ନିମ୍ନ ମାନର ଥିବା ଧରା ପଡ଼ିଛି । ୪ ସପ୍ଲାୟର ଙ୍କ ସମେତ ସେହି କମ୍ପାନୀ କୁ କଳା ତାଲିକା ଭୁକ୍ତ କରାଯାଇଛି । ୨୦୨୨-୨୩ ରେ ୪୫ ଟି ମେଡ଼ିସିନ କୁ ନିମ୍ନ ମାନର ଘୋଷଣା କରାଯାଇଛି । ସେହିପରି ୨୦୨୩-୨୪ ରେ ୩୨ ଟି, ୨୦୨୪-୨୫ ରେ ୨୬ ଟି ମେଡ଼ିସିନ ନିମ୍ନ ମାନର ଥିବା ଧରା ପଡ଼ିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Beware: Fake Medicines Flooding the Market | Public Health Alert | Argus News