Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime / NCW ଅଧ୍ୟକ୍ଷା ପରିଚୟ ଦେଇ ଠକେଇ, ୨ ଗିରଫ

Banajyotshna Ray
Browse all articles by Banajyotshna Ray
·9 months ago·2 min read
NCW ଅଧ୍ୟକ୍ଷା ପରିଚୟ ଦେଇ ଠକେଇ, ୨ ଗିରଫ

Key Points

NCW ଅଧ୍ୟକ୍ଷା ପରିଚୟ ଦେଇ ଠକେଇ
ଜାତୀୟ ମହିଳା କମିଶନର ଅଧ୍ୟକ୍ଷା କହି ଠକେଇ, ୨ ଗିରଫ
ମୈତ୍ରୀବିହାର ଅଞ୍ଚଳରୁ ହରିୟାଣାର ୨ ଠକଙ୍କୁ ଗିରଫ କରିଛି ପୋଲିସ
ବିଭିନ୍ନ ରାଜ୍ୟରେ ଲୁଟୁଥିଲେ, ରେଡ୍ କରି ଧରିଲା ପୋଲିସ

ପୋଲିସ ହାତରେ ଠକ 420 । କାଗଜପତ୍ର ନକଲ କରି ପାଉଥିଲା ଭିଭିଆଇପି ଟ୍ରିଟମେଣ୍ଟ । NCW ଅଧ୍ୟକ୍ଷା ପରିଚୟ ଦେଇ ଚଲାଇଥିଲେ ଠକେଇ। କେନ୍ଦ୍ର ସରକାରଙ୍କ ବଡ଼ ପଦବୀରେ ଚାକିରି ଲୋଭ ଦେଖାଇ ବିଭିନ୍ନ ରାଜ୍ୟରେ କରୁଥିଲେ ଲୁଟ୍‌। ବିଭିନ୍ନ ରାଜ୍ୟରେ ଲୁଟୁଥିଲେ, ରେଡ୍ କରି ଧରିଲା ପୋଲିସ । ମୈତ୍ରୀବିହାର ପୋଲିସ ସହାୟତାରେ ହରିୟାଣାର ୨ କୁଖ୍ୟାତ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ପ୍ରୋଟୋକଲ୍‌ରେ ବିଭିନ୍ନ ଅଞ୍ଚଳର ବୁଲି ଠକେଇରେ ସମ୍ପୃକ୍ତ ଥିଲେ । କେନ୍ଦ୍ର ସରକାରଙ୍କ ବଡ଼ ପଦବୀରେ ଚାକିରି ଲୋଭ ଦେଖାଇ ଠକୁଥିଲେ । ଗିରଫ ବେଳେ ସେମାନଙ୍କ ଠାରୁ ନକଲି ପରିଚୟ ପତ୍ର,ନକଲି ଲେଟର ପ୍ୟାଡ଼ ଜବତ କରାଯାଇଛି ।ଏଭଳି ଘଟଣା ବାରମ୍ୱାର ରାଜ୍ୟରେ ଘଟୁଥିବାବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ଭିନ୍ନ ଭିନ୍ନ ଆଳ ଦେଖାଇ ଠକିବାରେ ବ୍ୟସ୍ତ। ଏହାପୂର୍ବରୁ ମଧ୍ୟ ଆପଣ ଅନେକ ଘଟଣା ଦେଖିଥିବେ କେଉଁଠି ଓଲାରେ ବୁଲି ଠକୁଛନ୍ତି ତ ପୁଣି କେଉଁଠି ନୂଆ ନୂଆ ଟ୍ରିକ ଆପଣାଉଛନ୍ତି। 


ଯାତ୍ରା ପାର୍ଟି ମାଲିକଙ୍କର ଅଭିନବ ଠକେଇ:

ଆଗରୁ ଜାଣିଥିବେ 17 ଫେବୃଆରୀରେ ଅସଲି ପୋଲିସ ହାତରେ ଧରାପଡିଥିଲା ନକଲି ପୋଲିସ। ଚିତ୍ରାଳୟରୁ ପୋଲିସ ପୋଷାକ ପିନ୍ଧି ଯାତ୍ରା ପାର୍ଟି ମାଲିକ କରୁଥିଲେ ଅଭିନବ ଠକେଇ। ନିଜକୁ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଫିସରର ପରିଚୟ ଦେଇ ଠକେଇ କରୁଥିଲେ । କାହାକୁ ଚାକିରି ଦେବାର ଲୋଭ ତ କାହାର କେସ ରଫା ଦଫା କରିଦେବାର ଆଶା ଦେଇ ଠକୁଥିଲେ ଏହି ଠକ । ଯାହାର ଶିକାର ହେଉଥିଲେ ଅନେକ ଯୁବପିଢି। ଅଭିଯୋଗ ପାଇବା ପରେ ଭାରତ ରଙ୍ଗମଞ୍ଚ ଯାତ୍ରା ପାର୍ଟିର ମାଲିକ ରଞ୍ଜନ ନାୟକକୁ ଗିରଫ କରିଥିଲା କମିଶନରେଟ ପୋଲିସର ପାହାଳ ଥାନା ଟିମ୍ ।


ଅନଲାଇନରେ କଲ ଗାର୍ଲ୍ ଅଫର୍ ଦେଇ ଠକେଇ:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


22 ମାର୍ଚ୍ଚରେ ସାମ୍ନାକୁ ଆସିଥିଲା ଅନଲାଇନରେ କଲଗାର୍ଲ ଅଫର୍ ଦେଇ ଠକାମୀ । ରାଜଧାନୀରୁ ଠକ ଲେଡି କୁଇନକୁ ଧରିଥିଲା କମିଶନରେଟ ପୋଲିସ । ଯେକି ଅନଲାଇନ ଏସକର୍ଟ ସର୍ଭିସ ଆଳରେ ଚଲାଇଥିଲା ରାକେଟ୍। କଲଗାର୍ଲ୍ ଅଫର୍ ଦେଇ ଠକୁଥିବା ଲେଡିଙ୍କୁ ଭୁବନେଶ୍ୱର ନୟାପଲ୍ଲୀରୁ ଗିରଫ କରିଥିଲା ସାଇବର ଥାନା ଟିମ୍। ଗତ ବର୍ଷ ପୁରା ରାକେଟ୍ ଠାବ କରିଥିଲା ସାଇବର ପୋଲିସ। ପୋଲିସ ଆଖିରେ ଚକମା ଦେଇ ଫେରାର ଥିବା ଲେଡି କୁଇନ୍ ପରେ ଧରାପଡିଥିଲା। ବିଶେଷ କରି ଫୋନ କଲ୍ ମାଧ୍ୟମରେ ନିଜର ସୁମଧୁର କଣ୍ଠରେ ସେ ଗ୍ରାହକମାନଙ୍କୁ ଫସାଉଥିଲା। ଆଉ ଯୁବତୀ ଯୋଗାଇବାର ଆଳ ଦେଖାଇ ଠକାମି କରୁଥିଲା। ତେବେ ଅଭିଯୁକ୍ତ ଗୀତାଞ୍ଜଳି ପରିଡ଼ାର ଘର ପିପିଲି ଥାନା ଗଡିଶାଗଦାରେ ହୋଇଥିବା ଜଣାପଡିଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Crime | Fake NCW Chairperson Racket Busted, Two Arrested | Argus News | Argus News