Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fake packaged water / ମାର୍କେଟରେ ଆପଣ ପିଉଥିବା ପାଣି ଶୁଦ୍ଧ ତ ?

Bikash Mohanty
Browse all articles by Bikash Mohanty
·4 months ago·2 min read
ମାର୍କେଟରେ ଆପଣ ପିଉଥିବା ପାଣି ଶୁଦ୍ଧ ତ ?
Packaged water

Key Points

ବଜାରରେ ବିକ୍ରି ହେଉଛି ଅନେକ ନକଲି ପ୍ୟାକେଜିଂ ଦୂଷିତ ପାଣି
୨୯ ଟି ପାଣି ନମୁନା ପରୀକ୍ଷା ହୋଇଥିବା ବେଳେ ୮ଟି ସାମ୍ପୁଲ ଅନସେଫ 
ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା 

ମାର୍କେଟରେ ଆପଣ ପିଉଥିବା ପାଣି ଶୁଦ୍ଧ ତ ?ପଇସା ଦେଇ ବାହାରୁ ପିଉଥିବା ପାଣି ବୋତଲ ଅସଲି ତ ? କାହିଁକି ନା ବଜାରରେ ବିକ୍ରି ହେଉଛି ଅନେକ ନକଲି ପ୍ୟାକେଜିଂ ଦୂଷିତ ପାଣି। ଚଳିତ ବର୍ଷ ୨୯ ଟି ପାଣି ନମୁନା ପରୀକ୍ଷା ହୋଇଥିବା ବେଳେ ୮ଟି ସାମ୍ପୁଲ ଅନସେଫ ବାହାରିଛି ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଥିରୁ ନିସ୍ତାର ମିଳିପାରିନାହିଁ। ଶୋଷ ହେଲେ ପ୍ରାୟତଃ ଥଣ୍ଡା ପାଉଚ ଓ ବୋତଲ ପାଣି ଉପରେ ନିର୍ଭର କରୁଛନ୍ତି। ଲୋକେ ଯେଉଁ ପାଉଚ ପାଣି ପିଉଛନ୍ତି, ତାହାର ଶୁଦ୍ଧତା ଓ ଗୁଣବତ୍ତା ବିଷୟରେ କାହାରିକୁ ଜଣାନାହଁ।  ଯେତେବେଳେ ଆମେ ଶୋଷିଲା ସେତେବେଳେ ଜଳ ପ୍ରଥମ ଆବଶ୍ୟକ ହୋଇଥାଏ। ମାତ୍ର ଆମ ଟ୍ୟାପ୍‌ କିମ୍ବା ବୋତଲ ପାଣିରେ ଆସୁଥିବା ଜଳର ଗୁଣବତ୍ତା ବିଷୟରେ ଆମେ ଅଜ୍ଞ। ଯାହାର ଫାଇଦା ନେଇ ବେପାରୀମାନେ ଖୋଲାଖୋଲି ବେଆଇନ ଭାବେ ପାଉଚ ଓ ବୋତଲରେ ପିଇବା ପାଣି ବିକ୍ରି କରୁଛନ୍ତି।

ପିଇବା ପାଣି କାରବାର ବିପୁଳ ମାତ୍ରାରେ ବଢ଼ିବାରେ ଲାଗିଛି। ଲାଇସେନ୍ସ ନ ନେଇ ଲକ୍ଷାଧିକ ଟଙ୍କାର ପିଇବା ପାଣିର କାରବାର ଚାଲିଛି। ନାମୀଦାମୀ କମ୍ପାନୀ ନାଁରେ ନକଲି ପାଣି ବୋତଲ ବି ବଜାରରେ ମିଳୁଛି। କେବେ ଓ କେଉଁ କମ୍ପାନୀର ପାଣି ବୋତଲ ବଜାରକୁ ଆସୁଛି, ତାହାର କିଛି ସୂଚନା ଲେଖାଯାଉ ନ ଥିବା ଦେଖିବାକୁ ମିଳୁଛି। ବୋତଲରେ ବିକ୍ରି ହେଉଥିବା ପାଣିର ଟିଡିଏସ୍‌ ଓ ପିପିଏମ୍‌ ଯାଞ୍ଚ ନ କରି ହାଲୁକା ନୀଳ ରଙ୍ଗ କରିବାକୁ ସେଥିରେ କେମିକାଲ୍‌ ମିଶାଇ ବୋତଲ ଭର୍ତ୍ତି କରି ବେପାର ଚଳାଇଛନ୍ତି।

କୀଟାଣୁନାଶକ ବା ଅନ୍ୟ ଅର୍ଥରେ ଶୁଦ୍ଧ ବୋଲି କହି ବୋତଲ ପାଣି ବିକ୍ରି ଚାଲିଛି। ବୋତଲ ବା ପାଉଚରେ ବିକ୍ରି ହେଉଥିବା ପାଣି ସ୍ବାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଉଥିଲେ ମଧ୍ୟ ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଶୁଦ୍ଧ ବୋଲି କୁହାଯାଇ ବିକ୍ରି ହେଉଥିବା ବୋତଲ ପାଣିର ଶୁଦ୍ଧତାର ମାତ୍ରା କମ୍‌ ରହୁଥିବା ବେଳେ ଟିଡିଏସ୍‌ ଲେବୁଲ ପିଇବା ପାଇଁ ଅସୁରକ୍ଷିତ ରହୁଛି। ନାଚୁରାଲ୍‌ ରିସୋର୍ସେସ୍‌ ଡିଫେନ୍ସ କାଉନ୍‌ସିଲର ଅଧ୍ୟୟନରୁ ଜଣାପଡିଛି ଯେ, ବୋତଲ ପାଣି ଓ ସାଧାରଣ ପାଣି ପ୍ରାୟତଃ ସମାନ। ମିନେରାଲ ୱାଟର ନାମରେ ବିକ୍ରି ହେଉଥିବା ବୋତଲ ପାଣି ପାଇଁ ବ୍ୟବହୃତ ହେଉଥିବା ବୋତଲର ପ୍ରସ୍ତୁତି ବେଳେ ଏକ ବିଶେଷ ରସାୟନ ପେଥଲେଟସ୍‌ର ବ୍ୟବହାର କରାଯାଏ। ଏହି ରସାୟନ ବୋତଲକୁ ମୁଲାୟମ ରଖିବାରେ ସାହାଯ୍ୟ କରିଥାଏ। ଏହି ରସାୟନ ସୌନ୍ଦର୍ଯ୍ୟ ପ୍ରସାଧନ ଏବଂ ଖେଳଣା ନିର୍ମାଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ସାଧାରଣ ତାପମାତ୍ରାଠାରୁ ଅଧିକ ତାପମାତ୍ରାରେ ଏହି ରସାୟନ ପାଣିରେ ମିଶିଯାଏ ଓ ଆମ ଶରୀରକୁ ଗଲେ ଅନେକ ପ୍ରକାର କୁପ୍ରଭାବ ଦେଖାଇଥାଏ। ଆଣ୍ଟିମନି ନାମକ ରସାୟନରୁ ପ୍ରସ୍ତୁତ ବୋତଲରେ ପାଣି ରଖାଗଲେ ପାଣି ଯେତିକି ପୁରୁଣା ହେବ ଆଣ୍ଟିମନିର ମାତ୍ରା ସେତିକି ବଢ଼ିବ। ଏଣୁ ଏହାର ବ୍ୟବହାର ଶରୀର ପାଇଁ କ୍ଷତିକାରକ।

ପଢନ୍ତୁ ଏହି ଖବର: ଖରା ଆସିନି,ଦେଖା ଦେଲାଣି ଜଳ ଯନ୍ତ୍ରଣା, ପୂର୍ବ ସରକାରଙ୍କ ଠିକାଦାର ପୋଷାନୀତିର ଫଳ ଭୋଗୁଛନ୍ତି ଲୋକେ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake packaged water | 8 of 29 Packaged Water Samples Unsafe, Health Minister Informs Odisha Assembly | Argus News