Fake Police / ନକଲି ପୋଲିସ ହୋଇ ଲୋକଙ୍କୁ ଠକୁଥିଲା, ଧରିଲା ପୋଲିସ
·7 months ago·2 min read

Key Points
ନକଲି ପୋଲିସ କନଷ୍ଟେବଳ ଗିରଫ
ପୋଷାକ, ଜୋତା ଓ ଖେଳନା ବନ୍ଧୁକ ଜବତ
ଅଧିକ ତଦନ୍ତ କରୁଛି ପୋଲିସ
ପୋଷାକ, ଜୋତା ଓ ଖେଳନା ବନ୍ଧୁକ ଜବତ
ଅଧିକ ତଦନ୍ତ କରୁଛି ପୋଲିସ
ନକଲି ପୋଲିକୁ ଧରିଲା ଅସଲି ପୋଲିସ। ପୋଷାକ, ଜୋତା ଓ ଖେଳନା ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ। ବ୍ରହ୍ମପୁର ସଦର ଥାନା ପୋଲିସ ପଦରବାଲି ଛକରୁ ଜଣେ ନକଲି ପୋଲିସ କନଷ୍ଟେବଳକୁ ଗିରଫ କରିଛି। ସେ ହେଲେ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ ମନୋଜ କୁମାର ସ୍ବାଇଁ। ନିଜକୁ ମିଛ ପୋଲିସ କନଷ୍ଟେବଳ ପରିଚୟ ଦେଇ ନକଲି ପୋଷାକ, ଖେଳନା ବନ୍ଧୁକ, ଜୋତା, ବେଲ୍ଟ, ପୋଲିସ ଲାଠି ସବୁ କିଣି ବ୍ୟବହାର କରୁଥିଲା । ହେଲେ ମନୋଜ ଏପରି କାହିଁକି ନିଜକୁ ନକଲି ପୋଲିସର ପରିଚୟ ଦେଉଥିଲେ ତାହା ବଡ଼ ପ୍ରଶ୍ନ। କେବଳ ସେତିକି ନୁହେଁ, ମନୋଜ କୁମାର ସ୍ୱାଇଁ ଲେଖାଥିବା ପୋଲିସ ନେମ୍ ପ୍ଲେଟ୍, ମେଟାଲ ସେଲଜର ଲେଟର, ପୋଲିସ ପୋଷାକରେ ଥିବା ବେଳେ ଉଠାଯାଇଥିବା ୨ଟି ଫଟୋ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।
ସୂଚନାନୁସାରେ, ରବିବାର ସକାଳ ୯ଟା ବେଳେ ପଦରବାଲି ଛକ ରାଜ୍ୟ ରାଜପଥ-୧୭ ଉପରେ ଜଣେ ପୋଲିସ କନଷ୍ଟେବଳ ଗାଡିମଟର ଯାଞ୍ଚ କରି ଚାଳକଙ୍କଠାରୁ ଟଙ୍କା ଆଦାୟ କରୁଥିବା ସଦର ଥାନାକୁ ଖବର ମିଳିଥିଲା । ସେହି ସମୟରେ ସଦର ଥାନାର ଏଏସଆଇ ଓ ତାଙ୍କ ଟିମ ଘଟଣା ଖବର ପାଇ ସତ୍ୟାସତ୍ୟ ଜାଣିବା ପାଇଁ ତୁରନ୍ତ ପଦରବାଲି ଛକରେ ପହଞ୍ଚିଥିଲେ । ପୋଲିସ ଗାଡି ଆସିବା ଦେଖି ସେଠାରେ ପୋଲିସ ପୋଷାକ ପିନ୍ଧି ଛିଡା ହୋଇଥିବା ଅଭିଯୁକ୍ତ ମନୋଜ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ କର୍ମଚାରୀମାନେ ମନୋଜଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପଚରାଉଚରା ପରେ ଅଭିଯୁକ୍ତ ମନୋଜଙ୍କ ଘର ନାରାୟଣପୁର ହୋଇଥିବା ବେଳେ ସେ ଲାଠିରେ ଏକ ଭଡା ଘର ନେଇ ନିଜ ପତ୍ନୀଙ୍କ ସହ ରହୁଥିବା ପୋଲିସକୁ ଜଣାଇଥିଲା।
ଏହାସହ ପୋଲିସ ଲାଠି ସ୍ଥିତ ମନୋଜଙ୍କ ଭଡା ଘରେ ଚଢାଉ କରିଥିଲା । ଚଢାଉ ବେଳେ ସେହି ଘରୁ ଉପରୋକ୍ତ ସାମଗ୍ରୀ ଜବତ ହୋଇଥିଲା । ଅଭିଯୁକ୍ତ ମନୋଜ ଘର ମାଲିକଙ୍କୁ ପୋଲିସ କନଷ୍ଟେବଳ ବୋଲି କହି ଘର ଭଡା ନେଇଥିଲେ ମଧ୍ୟ ଆଜକୁ ୧୦ ମାସ ହେବ ଭଡା ଟଙ୍କା ଦେଇନାହାନ୍ତି । ସେ ପୋଲିସ ପୋଷାକ ପିନ୍ଧି କନେଷ୍ଟେବଳ ବୋଲି କହି ବିଭିନ୍ନ ଜିଲ୍ଲାକୁ ମାଗଣାରେ ବସ ଓ ଟ୍ରେନ ଯୋଗେ ଯିବାଆସିବା କରୁଥିଲା । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କଠାରୁ ଫାଇନ ଆଦାୟ କରୁଥିଲା। ଏଭଳି କରି ନିଜର ଗୁଜୁରାଣ ମେଣ୍ଟାଉଥିଲା।
ଘଟଣାକୁ ନେଇ ସଦର ଥାନାରେ ଏକ ମାମଲା(୫୧୮/୨୫) ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ମନୋଜକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏହାସହ ପୋଲିସ ମନୋଜଠାରୁ ଅଧିକ ତଥ୍ୟ ଆଦାୟ କରୁଥିବା ସୂଚନା ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories