Videos
|
Odisha

ପ୍ରବଚନରେ ଦେଉଥିଲେ ଅପରାଧରୁ ଦୂରେଇ ରହିବାର ମନ୍ତ୍ର, ଲୁଟ୍ ଘଟଣାରେ ବାନ୍ଧିଲା ପୋଲିସ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ପ୍ରବଚନରେ ଦେଉଥିଲେ ଅପରାଧରୁ ଦୂରେଇ ରହିବାର ମନ୍ତ୍ର, ଲୁଟ୍ ଘଟଣାରେ ବାନ୍ଧିଲା ପୋଲିସ

Key Points

ପ୍ରବଚନ ଦେଉଥିବା ଭଣ୍ଡ ପ୍ରବଚକକୁ ଖଣ୍ଡଗିରି ବାରି ଲୁଟ୍‌ ଘଟଣାରେ ବାନ୍ଧିଛି କମିଶନରେଟ୍ ପୋଲିସ । ୨ ଶହ ଗ୍ରାମ୍‌ ସୁନା, ୧ ଲକ୍ଷ ନଗଦ ଟଙ୍କା, ବାଇକ୍‌, ଲୁହା ରଡ୍‌ ଜବତ କରିଛି ।

ଭୁବନେଶ୍ଵର: ଅନ୍ୟକୁ ଦେଉଥିଲେ ଶିକ୍ଷା, ହେଲେ ନିଜେ କରୁଥିଲେ ଚୋରି । ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ପ୍ରବଚନ ଦେଉଥିବା ଭଣ୍ଡ ପ୍ରବଚକକୁ ଖଣ୍ଡଗିରି ବାରି ଲୁଟ୍‌ ଘଟଣାରେ ବାନ୍ଧିଛି କମିଶନରେଟ୍ ପୋଲିସ । ୨ ଶହ ଗ୍ରାମ୍‌ ସୁନା, ୧ ଲକ୍ଷ ନଗଦ ଟଙ୍କା, ବାଇକ୍‌, ଲୁହା ରଡ୍‌ ଜବତ କରିଛି । ଗିରଫ ଅଭିଯୁକ୍ତ ମନୋଜ ନାଁରେ ବିଭିନ୍ନ ଥାନାରେ ରହିଛି ୧୦ଟି ମାମଲା ।


ଗତ ୧୪ ତାରିଖ ଦିନ ଖଣ୍ଡଗିରି ବାରି ଅଞ୍ଚଳରୁ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଥିଲା । ଆଉ ମାମଲାରେ ପୋଲିସକୁ ମିଳିଛି ସଫଳତା, ବନ୍ଧା ହୋଇଛି ପ୍ରବଚକ ଚୋର ମନୋଜ କୁମାର ସିଂ । ଲୁଟ୍ ପରେ ସୁନାକୁ ବନ୍ଧକ ରଖି ମନୋଜ ଋଣ ଆଣିଥିବା ତଦନ୍ତ ସମୟରେ ଜାଣିବାକୁ ପାଇଛି ପୋଲିସ । ଗିରଫ ମନୋଜ ନାଁରେ କମିସନରେଟ ପୋଲିସ ଓ ବିଭିନ୍ନ ଜିଲ୍ଲାରେ ୧୦ଟି ମାମଲା ରହିଛି । ପୂର୍ବରୁ ଜେଲ୍ ଯାଇଥିବା ମନୋଜ ଜେଲରୁ ଫେରି ଚେଞ୍ଜ ୟୋର ଲାଇଫ ନାଁରେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲି ପ୍ରବଚନ ଦେଉଥିଲା ।


ଏବେ ଚୋର ଗିରଫ ପରେ ଚୋରି ସୁନା ଗହଣା ପାଇଛନ୍ତି ପରିବାର ଲୋକ । ଯାହାକୁ ନେଇ ସେମାନେ ଖୁସିବ୍ୟକ୍ତ କରିଛନ୍ତି । ଅଗଷ୍ଟ ୧୪ ତାରିଖ ଦିନ ନବ ଦମ୍ପତି ଘର ତାଲା ପକାଇ ଅଫିସ୍ ଯାଇଥିଲେ । ଦିନ ଦ୍ଵିପ୍ରହରରେ ଘରେ ପଶି କଳା କନା ବୁଲାଇ ଥିଲେ ଲୁଟେରା ।


ଘର କବାଟ ଭାଙ୍ଗି, ଗଡ୍‌ରେଜ ତାଡ଼ି ଲୁଟି ନେଇଥିଲେ ସୁନା ଗହଣା ଓ ନଗଦ ଟଙ୍କା । ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କ ବିଷୟରେ ତଥ୍ୟ ପାଇଥିଲା । ଆଉ ଏବେ ହାତକଡ଼ି ପିନ୍ଧାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: