Murder Case / ପାରିବାରିକ କଳହର କରୁଣ ଅନ୍ତ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

Key Points
ପାରିବାରିକ କଳହର କରୁଣ ଅନ୍ତ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ବସ୍ତାରେ ଭରି ଶବ ପୋତିଦେଲା ସ୍ୱାମୀର ଜଘନ୍ୟ କାଣ୍ଡ !
ନିଖୋଜ ପତ୍ନୀର ରହସ୍ୟ ଖୋଲିଲା ମାଟି ତଳୁ ମିଳିଲା ଶବ ।
ପାରିବାରିକ କଳହର କରୁଣ ପରିଣତି... ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା ପରେ ନଦୀ କୂଳରେ ପୋତିଦେଲା ସ୍ୱାମୀ...କଟକ ଟାଙ୍ଗୀ ଥାନା ଭଟିମୁଣ୍ଡା ସାରଗାଁ ଗାଁରେ ଜଘନ୍ୟ କାଣ୍ଡ...ପୋଲିସ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମାଟି ଖୋଳି ମହିଳାଙ୍କ ଶବ ଉଦ୍ଧାର...ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ ।
ସ୍ତ୍ରୀକୁ ହତ୍ୟା କରି ନଦୀ କୂଳରେ ପୋତିଦେଲା ସ୍ୱାମୀ । କଟକ ଟାଙ୍ଗୀ ଥାନା ଭଟିମୁଣ୍ଡା ସାରଗାଁ ଗାଁରେ ଜଘନ୍ୟ କାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିବା ପରେ ଶବକୁ ବସ୍ତାରେ ଭର୍ତ୍ତି କରି ନଦୀ କୂଳରେ ପୋତିଦେଲା ସ୍ୱାମୀ । ପୋଲିସ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମାଟି ଖୋଳି ମହିଳାଙ୍କ ଶବ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।
ଭଟିମୁଣ୍ଡା ଗାଁର ମଳୟ ସାମଲ ଗତ ୨୦୧୯ ମସିହାରେ ଜଗସିଂହପୁର ବାଲିକୁଦା ଥାନା ଅଞ୍ଚଳ ଗରାମ ଗାଁର ବନିତା ସେଠୀଙ୍କୁ ଭଲ ପାଇ ବିବାହ କରିଥିଲେ । ବିବାହ ପରେ ଦୁହେଁ କିଛି ବର୍ଷ ବାଲିକୁଦା ଅଞ୍ଚଳରେ ରହୁଥିବା ବେଳେ ଗତ ଦୁଇ ବର୍ଷ ହେବ ନିଜ ଗାଁକୁ ଫେରିଥିଲେ ।
ବନିତା ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ମଳୟ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ତେବେ ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। କିଛି ଦିନ ହେବ ବନିତା ହଠାତ୍ ନିଖୋଜ ହୋଇଯାଇଥିଲେ । ଏହା ଦେଖି ବନିତାଙ୍କ ସମ୍ପର୍କୀୟମାନେ ତାଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲେ। ଝିଅର କୌଣସି ସନ୍ଧାନ ନପାଇବାରୁ ପରିବାର ଲୋକେ ଟାଙ୍ଗୀ ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଟାଙ୍ଗୀ ପୋଲିସ ସ୍ୱାମୀ ମଳୟକୁ ଅଟକ ରଖି ପଚରାଉଚରା କରିବା ପରେ ସେ ନିଜର ଅପରାଧ ସ୍ୱୀକାର କରିଥିଲା ସ୍ବାମୀ ।
📱 Get Argus News App
✨Related Topics
Explore more stories