Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଭିମାନ କରି ଆସିଥିଲେ, ବିଦ୍ୟାରାଣ ପକାଇ ଚାଲିଗଲେ; ଲୋତକପୂର୍ଣ୍ଣ ନୟନରେ ବିଦାୟ

Sushanta Sahoo
Browse all articles by Sushanta Sahoo
·1 year ago·3 min read
ଅଭିମାନ କରି ଆସିଥିଲେ, ବିଦ୍ୟାରାଣ ପକାଇ ଚାଲିଗଲେ; ଲୋତକପୂର୍ଣ୍ଣ ନୟନରେ ବିଦାୟ

Key Points

ସେ କୋଟି ହୃଦୟର ନାୟକ । ଯାହାଙ୍କ ଅଭିନୟର ଯାଦୁରେ ବନ୍ଧା ଅଗଣିତ ଦର୍ଶକ । ଯିଏ ତିନି ପିଢ଼ିର ଓଡ଼ିଆଙ୍କୁ କରିଛନ୍ତି ପ୍ରଭାବିତ । ତାଙ୍କ ବିୟୋଗ ଆଜି ସାରା ଓଡ଼ିଶାକୁ କରିଦେଇଛି ସ୍ତବ୍ଧ । ଓଡ଼ିଆ ସିନେ ଜଗତରେ ଗୋଟିଏ ଯୁଗର ହୋଇଛି ଅନ୍ତ । ପଞ୍ଚ ମହାଭୂତରେ ଲୀନ ହୋଇଛି ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର।

ଭୁବନେଶ୍ଵର: ଶତାଧିକ ଫିଲ୍ମ, କୋଟିକୋଟି ଫ୍ୟାନ । ଶହ ଶହ ଅବିସ୍ମରଣୀୟ ସଂଳାପ ଓ ଚରିତ୍ର । ଏସବୁକୁ ପଛରେ ଛାଡ଼ି ବାହୁଡ଼ି ଯାଇଛନ୍ତି ନବେ ଦଶକ ଏକଛତ୍ରବାଦ ଷ୍ଟାରଡମର ଅଧିକାରୀ ଉତ୍ତମ ମହାନ୍ତି । ଓଲିଉଡର ଯୁଗ ପୁରୁଷଙ୍କୁ ଅନ୍ତିମ ସମ୍ମାନ ଜଣାଇଛି ଓଡ଼ିଶା । ଅଶ୍ରୁଳ ବିଦାୟ ଜଣାଇଛନ୍ତି ଓଡ଼ିଆ ସିନେପ୍ରେମୀ । ଭୁବନେଶ୍ଵରର ସତ୍ୟ ନଗର ଶ୍ମଶାନରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ ।

ସେ କୋଟି ହୃଦୟର ନାୟକ । ଯାହାଙ୍କ ଅଭିନୟର ଯାଦୁରେ ବନ୍ଧା ଅଗଣିତ ଦର୍ଶକ । ଯିଏ ତିନି ପିଢ଼ିର ଓଡ଼ିଆଙ୍କୁ କରିଛନ୍ତି ପ୍ରଭାବିତ । ତାଙ୍କ ବିୟୋଗ ଆଜି ସାରା ଓଡ଼ିଶାକୁ କରିଦେଇଛି ସ୍ତବ୍ଧ । ଓଡ଼ିଆ ସିନେ ଜଗତରେ ଗୋଟିଏ ଯୁଗର ହୋଇଛି ଅନ୍ତ । ପଞ୍ଚ ମହାଭୂତରେ ଲୀନ ହୋଇଛି ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର।

ଭୁବନେଶ୍ଵର ସତ୍ୟନଗର ଶ୍ମଶାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି ଅନ୍ତିମ ସଂସ୍କାର । ପଞ୍ଚଭୂତରେ ବିଲୀନ ହୋଇଛି ବର୍ଷୀୟାନ ଉତ୍ତମଙ୍କ ମରଶରୀର । ଅଭିନେତାରୁ ନେଇ ରାଜନେତା ଆଉ ସାଧାରଣ ଜନତା । ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ଆବାଳ ବୃଦ୍ଧ ବନିତା । ଶୋକାକୁଳ ନୟନରେ ପ୍ରିୟ ନାୟକଙ୍କୁ ଦେଇଛନ୍ତି ବିଦାୟ ।

ଉତ୍ତମ ମହାନ୍ତି, ଆଉ ନାହାନ୍ତି । ଗୁରୁବାର ରାତିରେ ଏ ଖବର ଆସିବା ପରେ ବିଜୁଳି ବେଗରେ ହୋଇଥିଲା ପ୍ରଚାର । ଯିଏ ଶୁଣିଲା ସେ ହୋଇଗଲା ସ୍ତବ୍ଧ । ଦୀର୍ଘଦିନ ଧରି ଅସୁସ୍ଥ ଥିଲେ, ଗୁରଗାଓଁ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଉତ୍ତମ ମହାନ୍ତି । ଦିଲ୍ଲୀରୁ ଆସି ଆଜି ମଧ୍ୟାହ୍ନ ପ୍ରାୟ ୧୨ରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଲା ପାର୍ଥିବ ଶରୀର । ତା' ପୂର୍ବରୁ ଲୋକାରଣ୍ୟ ପାଲଟିଥିଲା ବିମାନବନ୍ଦର । ପ୍ରିୟ ଅଭିନେତାଙ୍କ ଝଲକ ଟିକିଏ ପାଇବାକୁ ଅପେକ୍ଷା କରିଥିଲେ ଶହ ଶହ ଲୋକ ।

ବିମାନବନ୍ଦରରୁ ବରମୁଣ୍ଡା ଜଗନ୍ନାଥବିହାରସ୍ଥିତ ବାସଭବନକୁ ଅଣାଗଲା ପାର୍ଥିବ ଶରୀର । ସେଠାରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ଲୁହ ଓ କୋହ ସମ୍ଭାଳି ପାରୁନଥିଲେ ସିନେ ଦୁନିଆର ସାଥୀ ଓ ସହଯୋଗୀ । ପୁଣି ରାଜ୍ୟର ବିଭିନ୍ନ କୋଣରୁ ବି ଟାଣି ହୋଇ ଆସିଥିଲେ ବହୁ ସଂଖ୍ୟାରେ ସିନେ ପ୍ରେମୀ ।

ଅପରାହ୍ଣ ୩ଟାରେ ଆରମ୍ଭ ହେଲା ବର୍ଷୀୟାନ ଅଭିନେତାଙ୍କ ଅନ୍ତିମ ଯାତ୍ରା । ବରମୁଣ୍ଡାରୁ ସତ୍ୟନଗର ଶ୍ମଶାନ । ଆଗରେ ଖଇ କଉଡ଼ି ବିଞ୍ଚି ଚାଲିଥିଲେ ପୁଅ ବାବୁସାନ । ଆଉ ପଛରେ ଚାଲିଥିଲା ସିନେ କିମ୍ବଦନ୍ତୀଙ୍କ ଶେଷ ଶୋଭାଯାତ୍ରା । ଦୁଇ ପାଖରେ ଚାଲିଥିଲେ ଶହ ଶହ ଜନତା । ସତ୍ୟନଗରରେ ବି ପ୍ରିୟ ନାୟକଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷା କରିଥିଲେ ବହୁ ପ୍ରଶଂସକ ଷ ଲୋତକପୂର୍ଣ୍ଣ ନୟନରେ ପ୍ରିୟ ଅଭିନେତାଙ୍କୁ ଜଣାଇଲେ ଅନ୍ତିମ ବିଦାୟ । ମୁଖାଗ୍ନି ଦେଲେ ପୁଅ ବାବୁସାନ ।

ସେ ଅଭିମାନ କରି ଆସିଥିଲେ, ବିଦ୍ୟାରାଣ ପକାଇ ଚାଲିଗଲେ । ଓଡ଼ିଆ ସିନେ ଦୁନିଆରେ ସୃଷ୍ଟି ହୋଇଛି ବିରାଟ ଶୂନ୍ୟ ସ୍ଥାନ । ଶୋକ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ବିକାଶ କ୍ଷେତ୍ରର ଉତ୍ତମ ମହାନ୍ତିଙ୍କ ଅବଦାନ ସର୍ବଦା ରହିବ ସ୍ମରଣୀୟ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଚିର ସବୁଜ ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗରେ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Famous Actor Uttam Mohanty Life Journey | Argus News