Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ପ୍ରସିଦ୍ଧ କଥାବାଚକ ଜୟାକିଶୋରୀ

Odisha

ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ପ୍ରସିଦ୍ଧ କଥାବାଚକ ଜୟାକିଶୋରୀ

Smruti Parija
Browse all articles by Smruti Parija
·1 year ago·1 min read
ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ପ୍ରସିଦ୍ଧ କଥାବାଚକ ଜୟାକିଶୋରୀ

Key Points

ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ପ୍ରସିଦ୍ଧ କଥାବାଚକ ସୁଶ୍ରୀ ଜୟାକିଶୋରୀ ।

କଟକ: ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ପ୍ରସିଦ୍ଧ କଥାବାଚକ ସୁଶ୍ରୀ ଜୟାକିଶୋରୀ । ଆପ୍ ଅର୍ ହମ୍ କମିଟି ପକ୍ଷରୁ ଆୟୋଜିତ ତିନି ଦିନିଆ ଭକ୍ତିମୟ କାର୍ଯ୍ୟକ୍ରମ “ନାନିବାଇ କୋ ମାୟରୋ” ରେ ଜାନୁଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ କଟକ ସି ଡି ଏ ବିଡାନାସୀ ମିନି ଷ୍ଟାଡିୟମରେ ତିନି ଦିନ ଧରି ଆୟୋଜିତ ହେବାକୁ ଯାଉଛି ।


ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଆଧ୍ୟାତ୍ମିକ କଥାବାଚକ ସୁଶ୍ରୀ ଜୟା କିଶୋରୀ ଯୋଗ ଦେବା ସହ ପ୍ରବଚନ ଦେବେ । ଏନେଇ କଟକ ନୟ ସଡକ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆପ ଔର ହମ ସଂଗଠନ ପକ୍ଷରୁ କୁହାଯାଇଛି । ପୂର୍ବରୁ ଜୟା କିଶୋରୀ ମଧ୍ୟ ଆଧ୍ୟାତ୍ମିକତା ଏବଂ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ଅନେକ ପୁରସ୍କାର ଗ୍ରହଣ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ତାଙ୍କର କଟକ ଆଗମନକୁ ନେଇ ଦୈନିକ ୫ ହଜାର ଲୋକଙ୍କ ଆଗମନର ଲକ୍ଷ୍ୟ ରଖାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅତିଥିମାନଙ୍କୁ ସ୍ଵତନ୍ତ୍ର ପାସର ବନ୍ଦୋବସ୍ତ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଆପ ଔର ହମ୍ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି ।

Sponsored
famous-orator-jayakishori-is-coming-to-cuttack-for-the-first-time | Argus News