Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଫାର୍ମ ହାଉସ୍ ମାଲିକ ମୃତ

Sushanta Sahoo
Browse all articles by Sushanta Sahoo
·1 year ago
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଫାର୍ମ ହାଉସ୍ ମାଲିକ ମୃତ

ଢେଙ୍କାନାଳ: ଭୋର୍‌ରୁ ଫୁଟିଲା ଗୁଳି । ଟଳି ପଡ଼ିଲେ ଫାର୍ମ ହାଉସ ମାଲିକ । ଢେଙ୍କାନାଳ ଜିଲ୍ଲା କଳାଙ୍ଗ ଗାଁ ନିକଟ ଫାର୍ମ ହାଉସ୍‌ରେ ଗୁଳିମାଡ଼ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସେହି ଗାଁର ଗୋବିନ୍ଦ ଚନ୍ଦ୍ର ନାୟକ । ଭୋର୍ ସମୟରେ ଫାର୍ମ ହାଉସ୍‌ରେ ଗୋବିନ୍ଦ ଶୋଇଥିବା ବେଳେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି ।


ତେବେ କିଏ ଓ କାହିଁକି ଗୋବିନ୍ଦଙ୍କୁ ଗୁଳି ମାରିଲା ? ଗୁଳିମାଡ଼ର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଗୋବିନ୍ଦଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ଭାପୁର-ରାସୋଳ ସୀମାନ୍ତ କଳାଙ୍ଗ ଗାଁ ନିକଟରେ ଭୋର୍‌ରେ ଏଭଳି ଗୁଳିକାଣ୍ଡ ହୋଇଛି । ଢେଙ୍କାନାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Farm House Owner Shot Dead In Dhenkanal | Argus News