Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବବିଙ୍କ ପରିବାରର ଅହଂକାର ଯୋଗୁଁ ବଳି ପଡ଼ିଲେ ବ୍ୟବସାୟୀ

Odisha

ବବିଙ୍କ ପରିବାରର ଅହଂକାର ଯୋଗୁଁ ବଳି ପଡ଼ିଲେ ବ୍ୟବସାୟୀ

Smruti Parija
Browse all articles by Smruti Parija
·1 year ago·2 min read
ବବିଙ୍କ ପରିବାରର ଅହଂକାର ଯୋଗୁଁ ବଳି ପଡ଼ିଲେ ବ୍ୟବସାୟୀ

Key Points

  • ବବିଙ୍କ ପରିବାରର ଅହଂକାର ଯୋଗୁଁ ବଳି ପଡ଼ିଲେ ବ୍ୟବସାୟୀ
  • ପୁରୁଣା ହାଟକୁ ପୁଣି ଫେରିବା ନେଇ ଚାଷୀ ଓ ବେପାରୀ ଆଶାୟୀ
  • ଦେହ ସିନା ଯାଇଛି ସନ୍ଥମାଧବ ନଗର ବିରଜା ହାଟରେ ଅଛି ମନ
  • କାହା ସ୍ବାର୍ଥରେ ହାଟ କରାଗଲା ସ୍ଥାନାନ୍ତର ତାକୁ ନେଇ ଉଠିଛି ପ୍ରଶ୍ନ ?

ଅର୍ଗସ ବ୍ୟୁରୋ: ଉନବିଂଶ ଶତାବ୍ଦୀରୁ ମା ବିରଜାଙ୍କ ମନ୍ଦିର ନିକଟରେ ବସି ଆସୁଥିଲା ବିରଜା ହାଟ। ଶହ ଶହ ଚାଷୀ ଓ ବ୍ୟବସାୟୀଙ୍କର ପରିବାର ପୋଷଣର ଏହା ଥିଲା ମାଧ୍ୟମ କିନ୍ତୁ ଯାଜପୁରର ଗୋଟିଏ ପରିବାରର ଅହଂକାର ଯୋଗୁଁ ରାଜ୍ୟର ଅନ୍ୟତମ ସର୍ବପୂରାତନ ହାଟକୁ ଏଠାରେ ବେଦଖଲ କରାଗଲା। ଯାହାକି ଥିଲା ସଂପୂର୍ଣ୍ଣ ଅନାବଶ୍ୟକ। ଏପରିକି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ବେ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ବଳ ପ୍ରୟୋଗ କରି ତଡ଼ି ଦେଲେ ବିଜେଡିର ପାୱାରଫୁର ନେତା ବବି ଦାସଙ୍କ ପରିବାର। ବବିଙ୍କ ଭାଇ ବଳଭଦ୍ର ଚାଷୀଙ୍କୁ ହତ୍ୟା ଧମକ ଦେଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏବେ ବିରଜା ଅଗ୍ନେଶ୍ବର ହାଟରୁ ପ୍ରାୟ ଅଢେଇ କିଲୋମିଟର ଦୂର ସନ୍ଥମାଧବ ନଗରରେ ବସୁଛି ହାଟ। କିନ୍ତୁ ନା ସେଠାକୁ ଆଗଭଳି ଚାଷୀ ଓ ବ୍ୟବସାୟୀ ମାନେ ଆସୁଛନ୍ତି ନା ଆଉ ପୂର୍ବଭଳି ହେଉି ବେପାର। ଚାଷୀଙ୍କ ଦେହ ସିନା ସନ୍ଥମାଧବ ନଗର ଯାଇଛି କିନ୍ତୁ ମନ ଏବେବି ଅଛି ବିରଜା ହାଟରେ। 

ଖାଲି ଜୋର ଜବରଦସ୍ତ ହାଟ ସ୍ଥାନାନ୍ତର କଲେନି ଜାଗା ପ୍ରଦାନରେ କରାଯାଇଛି ଚଞ୍ଚକତା। ବିରଜା ଅଗ୍ନେଶ୍ବର ହାଟ ୩ ଏକର ୪୧ ଡସିମିଲ ଜମିରେ ବସୁଥିବା ବେଳେ ସନ୍ଥମାଧବ ନଗରରେ ୨ ଏକର ୯୧ ଡେସିମିଲ ଜମିରେ କରାଯାଇଛି ହାଟ। ଖାଲି ସେତିକି ନୁହେଁ ଚାଷୀଙ୍କୁ କୁହାଯାଇଥିଲା ପୁରୁଣା ହାଟ ଭଙ୍ଗାଯଇ ହାଇଟେକ୍ ହାଟ ନିର୍ମାଣ କରାଯିବ। ହାଟ ତିଆରି ସରିଗଲେ ପୁଣି ଫେରିଆସିବେ। କିନ୍ତୁ ଫେରିବାତ ଦୂରର କଥା ବିରଜା ହାଟର ବଳକା ସ୍ଥାନରେ ମଧ୍ୟ ବସିବାକୁ ବ୍ୟବସାୟୀଙ୍କୁ ଦିଆଗଲା ନାହିଁ। ଏବେ ପୁଣି ପୁରୁଣା ସ୍ଥାନରେ ହାଟ ବସିବାକୁ ଚାଷୀ ଓ ବ୍ୟବସାୟୀ ଦାବି କରୁଥିବା ବେଳେ ପ୍ରଶାସନ ବି କରୁଛି ବିଚାର। ଏ ନେଇ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। ଯେଉଁଥିରେ ହାଟ ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

ସେପଟେ ବିରଜା ହାଟରେ ଗଣ୍ଡଗୋଳ ସମୟରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଗତ ୨୪ ତାରିଖରେ ବବିଙ୍କ ଭାଇ ଲଲ ବିରୋଧରେ ଆଉ ଏକ ମାମଲା ରୁଜ୍ଜୁ କରିଛି ପୋଲିସ। ଏହାକୁ ମିଶାଇ ଭବ ପ୍ରକାଶଙ୍କ ବିରୋଧରେ ମାମଲା ସଂଖ୍ୟା ୫ରେ ପହଞ୍ଚିଛି। ବବିଙ୍କ ବଡ଼ ଭାଇ ବଳଭଦ୍ରଙ୍କ ବିରୋଧରେ ବି ୩ଟି ମାମଲା ରୁଜ୍ଜୁ ହୋଇଛି। ଏବେ ପ୍ରଶାସନ ହାଟ ବ୍ୟବସାୟୀଙ୍କୁ କିପରି ନ୍ୟାୟ ଦେଉଛି ତାକୁ ରହିଛି ଅପେକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
farmers-and-traders-in-tension-for-biraja-hatt | Argus News