Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମିଲରଙ୍କ ଶୋଷଣର ଶିକାର ହେଉଛନ୍ତି ଚାଷୀ

Odisha

ମିଲରଙ୍କ ଶୋଷଣର ଶିକାର ହେଉଛନ୍ତି ଚାଷୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମିଲରଙ୍କ ଶୋଷଣର ଶିକାର ହେଉଛନ୍ତି ଚାଷୀ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଞ୍ଚଳରେ ମିଲରଙ୍କ ମନମାନୀ । ଚାଷୀଙ୍କୁ ମିଲର ଶୋଷଣ କରୁଥିବା ଅଭିଯୋଗ । ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ମିଲରଙ୍କ ଜରିଆରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବାକୁ ନୂତନ ମାର୍ଗ ଦର୍ଶିକା ଜାରି କରିଛନ୍ତି । ଏହାସହ କଟନି ଛଟନି ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଘୋଷଣା ମଧ୍ୟ କରିଛନ୍ତି । କିନ୍ତୁ ଧାନମଣ୍ତିରେ ସରକାରଙ୍କ ଘୋଷଣା ଏଠି ପ୍ରହସନ ପାଲଟି ଥିବା ମନେ ହେଉଛି। ଦେଓଗାଁ, ଖାଳିଆମେଣ୍ଟା, ଶୈଲଙ୍ଗ ଆଦି ସମବାୟ ସମିତିରେ ଚାଷୀଙ୍କୁ ମିଲର ଶୋଷଣ କରୁଥିବା ଅଭିଯୋଗ ହୋଇଛି ।


ଅନେକ ସ୍ଥାନରେ ସମବାୟ ସମିତି ଗୁଡିକରେ ଧାନ କିଣା ଚାଲୁ ଥିଲେ ସୁଦ୍ଧା ତାହା ସମୂଦ୍ରକୁ ଶଙ୍ଖେ ସଦୃଶ । ଚାଷୀ କୁଳ ଧାର କରଜ କରି ଧାନ ଅମଳ କରି ମଣ୍ତିରେ ବିକ୍ରି କରିବାକୁ ଅନାଇ ବସିଥିବା ବେଳେ ମିଲରଙ୍କ ଅସହଯୋଗ ଯୋଗୁଁ ଚାଷୀଙ୍କ ଚିନ୍ତା ବଢିଯାଇଛି । ଅନ୍ୟପଟେ ମିଲ ମାଲିକ ଓ ଜିଲ୍ଲା ନିବନ୍ଧକ ଅଧିକାରୀ ସବୁ କିଛି ଠିକ ଥିବା ପ୍ରକାଶ କରୁଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମିଲ ମାଲିକ ଓ ସମବାୟ ସମିତି କର୍ମଚାରୀ ଙ୍କ ମଧୁ ଚନ୍ଦ୍ରିକାରେ ଛନ୍ଦି ହୋଇପଡୁଛନ୍ତି ନିରୀହ ଚାଷୀ। ସରକାରଙ୍କ ଧାନ ର ସହାୟକ ମୂଲ୍ୟ ବୃଦ୍ଧି ଯୋଗୁ ଭଲ ଦି ପଇସା ରୋଜଗାର କରିବାକୁ ଆଶା ରଖିଥିବା ଚାଷୀ ଏବେ ଚିନ୍ତାରେ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
Farmers are victims of miller exploitation | Argus News