Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଣ୍ଡିରେ ଅସୁବିଧା ନେଇ ସିଧାସଳଖ ସରକାରଙ୍କୁ ଅଭିଯୋଗ କରିପାରିବେ ଚାଷୀ

Odisha

ମଣ୍ଡିରେ ଅସୁବିଧା ନେଇ ସିଧାସଳଖ ସରକାରଙ୍କୁ ଅଭିଯୋଗ କରିପାରିବେ ଚାଷୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମଣ୍ଡିରେ ଅସୁବିଧା ନେଇ ସିଧାସଳଖ ସରକାରଙ୍କୁ ଅଭିଯୋଗ କରିପାରିବେ ଚାଷୀ

ଅର୍ଗସ ବ୍ୟୁରୋ:   ମଣ୍ଡିରେ ଅସୁବିଧା ନେଇ ସିଧାସଳଖ ସରକାରଙ୍କୁ ଅଭିଯୋଗ କରିପାରିବେ ଚାଷୀ। ୧୯୬୭ ନମ୍ବରରେ ଫୋନ କରି ସିଧାସଳଖ ମଣ୍ଡି ସମ୍ପର୍କିତ ନିଜ ସମସ୍ୟା ବିଷୟରେ ଜଣାଇ ପାରିବେ ଚାଷୀ । ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ସମସ୍ୟା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍। କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସବୁ ମଣ୍ଡି ଉପରେ ନଜର ରଖିବ ଯୋଗାଣ ବିଭାଗ। ମଣ୍ଡିରେ ବେଆଇନ କାର୍ଯ୍ୟ ହେଲେ ତୁରନ୍ତ  ହେବ ଆକ୍ସନ । ସିଧାସଳଖ କମାଣ୍ଡ କଣ୍ଟ୍ରୋଲରେ ଅଭିଯୋଗ କରିବେ ଚାଷୀ । ସବୁ ଜିଲ୍ଲାର ମଣ୍ଡି ଗୁଡ଼ିକର ମନିଟରିଂ କରିବ କମାଣ୍ଡ କଣ୍ଟ୍ରୋଲ  ସେଣ୍ଟର । ଭୁବନେଶ୍ବରର ରାଜ୍ୟ ଖାଦ୍ୟ ଯୋଗାଣ ନିଗମରେ ଖୋଲିଲା ନୂଆ ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର ।

ଏହାକୁ ଉଦଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ଵାରା ସମସ୍ତ ଜିଲ୍ଲାର ମଣ୍ଡିରେ ଲାଗିଥିବା ସିସିଟିଭି ଜରିଆରେ ଦୃଷ୍ଟି ରଖିବେ ଯୋଗାଣ ଅଧିକାରୀ । ଏହାସହିତ ମଣ୍ଡିରେ ଥିବା ଅଧିକାରୀଙ୍କ ସହ ସିଧାଳଖ ଏହି କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଅଭିଜ୍ଞତା ଏବଂ ଅବ୍ୟବସ୍ଥା ସମ୍ପର୍କରେ ଜାଣିପାରିବେ । ଚାଷୀ, ସାଧାରଣ ଲୋକେ ଏହି କମାଣ୍ଡ ସେଣ୍ଟର ଜରିଆରେ ଫୋନ୍ ଯୋଗେ ଅଭିଯୋଗ ଜଣାଇପାରିବେ । ଟୋଲ୍ ଫ୍ରି ନମ୍ବର 1967  ମାଧ୍ୟମରେ ଏହି ଅଭିଯୋଗ କରିପାରିବେ। ଯେଉଁଠି ଅବ୍ୟବସ୍ଥା ଥିବା ଘଟଣା ସାମ୍ନାକୁ ଆସିବ ତୁରନ୍ତ ନୋଡାଲ୍ ଅଧିକାରୀ ଯିବେ ନହେଲେ ଯେଉଁ ମଣ୍ଡିରେ ଅବ୍ୟବସ୍ଥା କିମ୍ବା ଅଭିଯୋଗ ଥିବ ସେଠାରୁ ମଧ୍ୟ ଗୋଟିଏ ଟିମ୍ ଏହାକୁ ତନଖି କରି ଯାଞ୍ଚ କରିବେ । ସୁରୁଖୁରୁରେ ଧାନ ଉଠିବା ଏବଂ ମଣ୍ଡି ଜନିତ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେଇଛି ଯୋଗାଣ ବିଭାଗ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Farmers can complain directly to the government about problems in the mandi | Argus News