PM Kisan / ଆଜି ଦେଶର ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନାର 21ତମ କିସ୍ତି
·10 months ago·2 min read

Key Points
ଚାଷୀ ଯୁଗ ଆରମ୍ଭ, ପ୍ରତାରଣାର ଯୁଗ ଶେଷ
ପିଏମ କିସାନ, ସିଏମ କିସାନ ଦେଇଛି ହସ
ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
ପିଏମ କିସାନ, ସିଏମ କିସାନ ଦେଇଛି ହସ
ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
ବଦଳିଛି ସରକାର, ବଦଳିଛି ଯୁଗ । ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ । ଆଜି ଦେଶର ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନାର 21 ତମ କିସ୍ତି । 9 କୋଟି ଚାଷୀଙ୍କୁ 18 ହଜାର କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ । ତାମିଲନାଡୁ କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନ ଉଦଘାଟନ କରି ଦେଶର ଚାଷୀଙ୍କୁ ମୋଦି ଦେବେ ଭେଟି । ଏହି ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ସ୍ଥିର, ପରିବେଶ ଅନୁକୂଳ, ରସାୟନମୁକ୍ତ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ତଥା ଭାରତରେ କୃଷିର ଭବିଷ୍ୟତ ପାଇଁ ବ୍ୟାବହାରିକ, ଜଳବାୟୁ ଅନୁକୂଳ ଏବଂ ଆର୍ଥିକ ରୂପରୁ ସ୍ଥିର ମଡେଲ ଭାବେ ପ୍ରାକୃତିକ ଏବଂ ପୁନଃ ବିକାଶ ଯୋଗ୍ୟ କୃଷି ଦିଗ ପରିବର୍ତ୍ତନକୁ ଗତି ପ୍ରଦାନ କରିବା ।
ଚାଷୀଙ୍କୁ ମିଳିଛି ପିଏମ କିଷାନ ସମ୍ମାନ ନିଧି ଯୋଜନାରେ 21ତମ କିସ୍ତି । ଓଡିଶାର 31 ଲକ୍ଷ 51 ହଜାର 700 ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା। ଆହୁରି ବହୁତ ଚାଷୀ ଯୋଗ୍ୟ ଥିବା ବେଳେ ସେମାନଙ୍କୁ ତାଲିକାରେ ସାମିଲ ପାଇଁ ନୂଆ ସରକାର ପ୍ରୟାସ କରୁଛନ୍ତି। ତାଲିକା ଅପଲୋଡ୍ କରିବା ଦାୟିତ୍ୱ ନୋଡାଲ ଅଫିସରମାନଙ୍କୁ ପ୍ରଦାନ କରାଯାଇଛି। ଆବେଦନ ପରେ ଆମେ ଭେରିଫିକେସନ କରିବୁ । ସବୁ ଜାଗାରେ ଆମେ E-kyc କରାଯାଇଛି । ପିଏମ କିଷାନ ଯୋଜନା କେନ୍ଦ୍ର ସରକାରଙ୍କ ଯୋଜନା । ଏଥିରେ ଯାହା ନିୟମ ଅଛି ଜଣେ ଚାଷୀର ଚାଷ ଜମି ଥିବା ଦରକାର ।" ତେଣୁ ହିତାଧିକାରୀଙ୍କ ନାମ ଅପଲୋଡ୍ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ରାଜ୍ୟକୁ ଅନୁରୋଧ କରିଥିବା ଜଣାପଡିଛି।
ପୂର୍ବରୁ ଓଡ଼ିଶାର 46 ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଡିବିଟି ମାଧ୍ୟମରେ 925 କୋଟି ପ୍ରଧାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅର୍ଥାତ ଡବଲ ଇଜିଂନ ସରକାର ହେବା ପରେ ଓଡ଼ିଶାର ଚାଷୀ 5ଟି କିସ୍ତିରେ ପାଇବେ ବର୍ଷକୁ 10 ହଜାର ଟଙ୍କା। ଏଥିପାଇଁ ତ ଚାଷ ହସୁଛି ଆଉ ଚାଷୀ ମଧ୍ୟ । କେବଳ ପିଏମ କି ସିଏମ କିଷାନ ନୁହେଁ ।
ଆମ ଚାଷ, ଆମ ଚାଷୀ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ହେଉଛି ସଫଳ। ଖୁସି ବ୍ୟକ୍ତ କରୁଛନ୍ତି ଚାଷୀ। ଆଉ ରହିବ ନାହିଁ ରାଜ୍ୟରେ ଚାଷୀଙ୍କର କୌଣସି ସମସ୍ୟା। ଯାହାକୁ ଦୃଷ୍ଟିରେ ରଖି ଏଭଳି ପ୍ରୟାସ ଜାରି କରିଛନ୍ତି କେନ୍ଦ୍ର ସରକାର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: