Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସରକାରୀ ଅଫିସ ଆଗରେ ଚାଷୀଙ୍କ ଭଜନ କୀର୍ତ୍ତନ  

Odisha

ସରକାରୀ ଅଫିସ ଆଗରେ ଚାଷୀଙ୍କ ଭଜନ କୀର୍ତ୍ତନ  

Manini Pattanayak
Browse all articles by Manini Pattanayak
·2 years ago·1 min read
ସରକାରୀ ଅଫିସ ଆଗରେ ଚାଷୀଙ୍କ ଭଜନ କୀର୍ତ୍ତନ  

ବରଗଡ: ସରକାରୀ ଅଫିସରେ ଚାଲିଛି ଭଜନ କୀର୍ତ୍ତନ । ଭଜନ ଗୀତ ଗାଇ ମୃଦଙ୍ଗ ବଜାଇ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଭିନବ ଢ଼ଙ୍ଗରେ ଧାରଣା ଦେଇ ପ୍ରତିବାଦ କରୁଛନ୍ତି  ବରଗଡ଼ ଜିଲ୍ଲାର ଚାଷୀ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଚାଷୀଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ଯାହାକୁ ନେଇ ଗତ ତାରିଖ ଠାରୁ ଆଜକୁ 10 ଦିନ ହେଲା ଚାଷୀ ମାନେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି । 

 ମିଗଜୋମରେ ହୋଇଥିବା କ୍ଷୟକ୍ଷତି ଦାବୀ, ଇନପୁଟ ସବସିଡ଼ି ଓ ବୀମା ଟଙ୍କା ପ୍ରଦାନ ଦାବିରେ ତେଜୁଛି ଚାଷୀ ଆନ୍ଦୋଳନ। ବର୍ତମାନ ସୁଦ୍ଧା କୌଣସି ଅଫିସର ଆଲୋଚନା କରିବା ପାଇଁ ମଧ୍ୟ ଆସୀନଥିବାରୁ ଚାଷୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ।  ପୂର୍ବରୁ ଚାଷୀ, ବୀମା କମ୍ପାନୀ ଓ ଜିଲ୍ଲା ପ୍ରଶାସନ ସହ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା ଓ ଚାଷୀଙ୍କୁ ପ୍ରତିଶୃତି ମିଳିଥିଲା ହେଲେ ପ୍ରତିଶୃତି ଦେଇ ଚାଷୀଙ୍କୁ ପ୍ରତାରଣା କରିଥିବା ଚାଷୀ ଅଭିଯୋଗ କରିଛନ୍ତି। ଚାଷୀଙ୍କୁ  ଇନପୁଟ ସବସିଟି ଓ ବୀମା ଟଙ୍କା ନମିଳିବାଯାଏଁ ଆନ୍ଦୋଳନ ଜାରିରହିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। 

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
farmer's hymn in front of the government office | Argus News