Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହୀରାକୁଦ ନଦୀବନ୍ଧ ପାଇଁ ଜମି ଦେଇ ସର୍ବହରା ଚାଷୀ

Odisha

ହୀରାକୁଦ ନଦୀବନ୍ଧ ପାଇଁ ଜମି ଦେଇ ସର୍ବହରା ଚାଷୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହୀରାକୁଦ ନଦୀବନ୍ଧ ପାଇଁ ଜମି ଦେଇ ସର୍ବହରା ଚାଷୀ

Key Points

ହୀରାକୁଦ ବିସ୍ଥାପିତ ଚାଷୀଙ୍କୁ ପୂର୍ବ ବିଜେଡି ସରକାରର ପ୍ରତାରଣା
ହୀରାକୁଦ ନଦୀବନ୍ଧ ପାଇଁ ଜମି ଦେଇ ସର୍ବହରା ଚାଷୀ
ଚାଷ ଜମିରେ ପାଣି ଟୋପାଏ ପାଇପାରିଲେନି
24ବର୍ଷର ପୂର୍ବ ବିଜେଡି ସରକାର ଶୁଣିଲାନି ଗୁହାରି
ଏବେ ମୋହନ ସରକାରଙ୍କ ଉପରେ ବିସ୍ଥାପିତଙ୍କ ଭରସା

ଯେଉଁ ଗରିବ ଚାଷୀମାନଙ୍କ ପାଇଁ ହୀରାକୁଦ ନଦୀବନ୍ଧ ଗଠନ ହେଲା ଆଜି ସେହି ହୀରାକୁଦ ବିସ୍ଥାପିତ ଚାଷୀଙ୍କୁ ମିଳିଲାନି ପାଣି । 24ବର୍ଷର ପୂର୍ବ ବିଜେଡି ସରକାରର ଚାଷୀଙ୍କୁ ପ୍ରତାରଣା l ହୀରାକୁଦ ନଦୀବନ୍ଧ ପାଇଁ ଏହି ବିସ୍ଥାପିତ ଚାଷୀମାନେ ଜମି ଦେଲେ । ଭିଟାମାଟି ଛାଡିଲେ । ବେସାହାରା ହେଲେ । ହେଲେ ଆଜି ପର୍ଯ୍ୟନ୍ତ ହୀରାକୁଦ ବିସ୍ଥାପିତ ଚାଷୀଙ୍କ ଦୁଃଖ କେହି ବୁଝିଲେନି । ଚାଷ ଜମିକୁ ମିଳିଲାନି ପାଣି । ବର୍ଷା ଜଳ ହି ଏକମାତ୍ର ଭରସା । ବର୍ଷା ନ ହେଲେ ଚାଷୀ ହତାଶ ।

ହୀରାକୁଦ ବିସ୍ଥାପିତ ଚାଷୀଙ୍କୁ ମିଳୁନି ପାଣି ଅଥଚ ରେଙ୍ଗାଲି ଅଂଚଳର ବଡ଼ ବଡ଼ କମ୍ପାନୀଙ୍କୁ ଭରପୁର ପାଣି ଯୋଗାଇଥିଲେ 24 ବର୍ଷର ପୂର୍ବ ବିଜେଡି ସରକାର l ହୀରାକୁଦ ବିସ୍ଥାପିତ ଚାଷୀଙ୍କୁ ଠକି ଚାଲିଲେ । ଏବେ କିନ୍ତୁ ନୂଆ ସରକାର ଉପରେ ଭରସା । ହୀରାକୁଦ ବିସ୍ଥାପିତ ଚାଷୀ ମଧ୍ୟ ନୂଆ ସରକାର ଉପରେ ବିଶ୍ୱାସ ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
farmers-in-distress-giving-up-land-for-hirakud-dam | Argus News