Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛାଡିଗଲା ବର୍ଷା, କାନ୍ଦୁଛି ଚାଷୀ 

Smruti Parija
Browse all articles by Smruti Parija
·2 years ago·1 min read
ଛାଡିଗଲା ବର୍ଷା, କାନ୍ଦୁଛି ଚାଷୀ 

କଟକ: ଉପକୂଳରୁ ଉପାନ୍ତ ସବୁଠି କାନ୍ଦୁଛି ଚାଷୀ । କାଳବୈଶାଖୀ ସାଙ୍ଗକୁ ଲଗାଣ ବର୍ଷା ସବୁକିଛି ଉଜାଡି ଦେଇଛି । ବର୍ଷା ସିନା ଛାଡିଗଲା ହେଲେ ଦେଇଗଲା ଦୁର୍ଦ୍ଦଶା । ଚାଷୀର ସୁନାର ଫସଲକୁ ଛାରଖାର କରିଦେଲା ଏହି ଲଗାଣ ବର୍ଷା । ବିଶେଷ କରି ବାଇଗଣ, ମକା, କୋବି, କଲରା, ଟମାଟ, କାକୁଡି, ତରଭୁଜ ଚାଷ ଆଦି ବେଶ୍ ପ୍ରଭାବିତ ହୋଇଛି । ଧାର କରଜ କରି ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ପରିବା ଚାଷ ସବୁ ନଷ୍ଟ ହୋଇପଡିଛି । ଫଳରେ ଆଠଗଡ଼ ଅଞ୍ଚଳର ଚାଷୀକୂଳ ଏବେ ହତାସ ହୋଇପଡିଛନ୍ତି । 

ରାଜ୍ୟରେ ଗୁରୁଚାପ ପ୍ରଭାବରେ ଲଗାଣ ବର୍ଷାରେ ପୁରା ବେହାଲ ହୋଇ ପଡିଛନ୍ତି ଆଠଗଡ଼ ଚାଷୀକୁଳ । କାଳବୈଶାଖୀ ସାଙ୍ଗକୁ ଲଗାଣ ବର୍ଷାରେ ଧୋଇ ହୋଇଯାଇଛି ପରିବା ଚାଷ । ଚଳିତ ଖରାଟିଆ ପରିବା ଫସଲ କରିଥିଲା ଦୁଇ ପଇସା ରୋଜଗାର କରିବା ପାଇଁ । କିନ୍ତୁ ଦୁଇ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ଅଦିନିଆ ଝଡ଼ ତୋଫାନ ସବୁ ଫସଲକୁ ନଷ୍ଟ କରି ଦେଇଛି ।

ଆଉ କିଛି ଦିନ ପରେ ଅମଳ ହେବାକୁ ଥିବା ପରିବା ଏବେ ଚାଷ ଜମିରେ ଶୋଇ ଯାଇଛି । ମାଟି କାମୁଡି ପଡିଛି ନୂଆ କରି ମୁଣ୍ଡ ଟେକୁଥିବା ପରିବା ଗଛ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Farmers in quandary as heavy rainfall damage crops-in-cuttack-athagarh-area | Argus News