Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚାଷୀଙ୍କ ଆୟ ବଢିଛି, ରାଜ୍ୟର ଅର୍ଥନୀତି ହେବ ମଜବୁତ୍

Odisha

ଚାଷୀଙ୍କ ଆୟ ବଢିଛି, ରାଜ୍ୟର ଅର୍ଥନୀତି ହେବ ମଜବୁତ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଚାଷୀଙ୍କ ଆୟ ବଢିଛି, ରାଜ୍ୟର ଅର୍ଥନୀତି ହେବ ମଜବୁତ୍

Key Points

  • ଗୋଟିଏ ପଟେ ୮୦୦ ବୋନସ୍, କୁଇଣ୍ଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା, କଟନୀଛଟନୀ କଠୋର
  • ଚାଷୀଙ୍କ ଆୟ ବଢିଛି, ରାଜ୍ୟର ଅର୍ଥନୀତି ହେବ ମଜବୁତ୍
  • ଅନ୍ୟପଟେ ବିଧାନସଭାରେ ମଣ୍ଡି, ଧାନକିଣାକୁ ନେଇ ବିବାଦ
  • ସେପଟେ ନୂଆପଡ଼ାରେ ଧାନକିଣାରେ ବିଳମ୍ବ ଯୋଗୁଁ ରାସ୍ତାକୁ ଓହ୍ଲାଇଲା ବିଜେପି
  • ପୂର୍ବରୁ ଥିବା ମିଲର୍ସ-ଅଫିସର୍-ଦଲାଲ୍ ମଧୁଚନ୍ଦ୍ରିକା ଯୁଗ ଶେଷ ହୋଇଛି
  • ଏଇଥିଲାଗି ହତାଶ ହୋଇ ବିଜେଡି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ:  ଚାଷୀଙ୍କୁ ମିଳିଲା ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା। କଥା ଦେଇ କଥା ରଖିଲେ ବିଜେପି ସରକାର । ଦୁଇ ଗୁଣ ହେବ ଚାଷୀଙ୍କ ଆୟ । ଚାଷୀ ଧାନ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଏମଏସପି ପାଉଥିବା ବେଳେ ରବିବାର କୁଇଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ପ୍ରଦାନର ଶୁଭାରମ୍ଭ କରିଛନ୍ତି ସରକାର । ଏବେ ରାଜ୍ୟରେ ଚାଷୀର ମାସିକ ଆୟ ମାତ୍ର 9 ହଜାର 2 ଶହ 90 ଟଙ୍କା। କ୍ବିଣ୍ଟାଲ ପିଛା 8 ଶହ ଟଙ୍କା ଚାଷୀଙ୍କ ଆୟ ବଡାଇବାରେ ସହାୟକ ହେବୟ। ତା ସହିତ ଓଡ଼ିଶାର ଅର୍ଥିନିତୀକୁ ବି ନେବ। ଅର୍ଥନୈତିଜ୍ଞଙ୍କ ଆକଳନ ଅନୁସାରେ ସରକାର ମୁଣ୍ଡପିଛା ଟଙ୍କାଟିଏ ଖର୍ଚ୍ଚ କରନ୍ତି, ଅର୍ଥନିତୀ 4.8 ଗୁଣା ପ୍ରଭାବଶାଳୀ ସାବ୍ୟସ୍ତ ହୁଏ।  ଗୋଟିଏ ପଟେ ବିଜେପି ସରକାର ଓଡିଶାରେ ସମୃଦ୍ଧ କୃଷି ଅର୍ଥନୀତିର ମୂଳଦୁଆ ପକାଇଥିବା ବେଳେ ଅନ୍ୟପଟେ ମଣ୍ଡିରେ ଧାନ କିଣାକୁ ନେଇ ବିଧାନସଭାରେ ଦେଖିବାକୁ ମିଳିଛି ତାତି ।

ଅବ୍ୟବସ୍ଥିତ ମଣ୍ଡିରେ ଚାଲୁଥିବା ଧାନ କିଣା ଯୋଗୁଁ ଚାଷୀ ଶୋଷଣର ଶିକାର,ଚାଷୀଙ୍କ ସ୍ଵାର୍ଥ ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଶୀର୍ଷକରେ ମୁଲତବୀ ପ୍ରସ୍ତାବ ଦେଇଥିଲା ବିଜେଡି । ଯାହାର କଡା ଜବାବ ଦେଇଥିଲେ ଯୋଗାଣ ମନ୍ତ୍ରୀ । ଧାନ କଣାରେ କେମିତି ଅବ୍ୟବସ୍ଥା ହେବ ସେଥିପାଇଁ ଚକ୍ରାନ୍ତ କରିଥିଲା ବିଜେଡି । ଧାନ ନ ଉଠାଇବା ପାଇଁ ମିଲର ମାନଙ୍କୁ ଧମକ ଦିଆଯାଉଛି । ପାଣି ବିନା ମାଛର ଅବସ୍ଥା ଯାହା, ପାୱାର ବିନା ବିଜେଡିର ଅବସ୍ଥା ସେଇୟା ବୋଲି ଗୃହରେ ବିବୃତ୍ତି ରଖି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଅନ୍ୟପଟେ ମଣ୍ଡିରେ ଅଚଳାବସ୍ଥା ପାଇଁ ଧରା ପଡିଛି ବିଜେଡିର ଷଡ଼ଯନ୍ତ୍ର । ନୂଆପଡ଼ା ଜିଲ୍ଲାରେ ଗତ ୨୨ ତାରିଖ ଠାରୁ ମଣ୍ଡି ଆରମ୍ଭ ହୋଇଛି । କିନ୍ତୁ ମିଲର ମାନେ ସହଯୋଗ କରୁନଥିବାରୁ ଜିଲ୍ଲାରେ ମଣ୍ଡିରେ ଦେଖିବାକୁ ମିଳିଛି  ଅବ୍ୟବସ୍ଥା । ବିଜେଡି ଚକ୍ରାନ୍ତରେ ମିଲର କରୁଥିବା ମନମାନିରୁ ବିରୋଧ କରି ଆଜି ନୂଆପଡାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ମିଲର ମାନଙ୍କ ସହିତ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।ସୁଭଦ୍ରା ଓ 8 ଶହ ଟଙ୍କାର ବୋନସ୍ ନିର୍ବାଚନରେ ବିଜେପି ପାଇଁ ଥିଲା ଗେମ ଚେଞ୍ଜର। ତା ସହିତ ରାଜ୍ୟ ଅର୍ଥନିତୀ ଉପରେ ବି ରହିଛି ବଡ଼ ପ୍ରଭବା। ସୁଭଦ୍ରାରେ ବର୍ଷକୁ 10 ହଜାର ଟଙ୍କାରେ ହିସାବରେ 5 ବର୍ଷରେ ମିଳିବ 50 ହଜାର ଟଙ୍କା। ତେବେ 5 ବର୍ଷରେ ସୁଭଦ୍ରା ଦ୍ବାରା ରାଜ୍ୟର ଅର୍ଥିନିତୀକୁ ଅଢେଇ ଲକ୍ଷ କୋଟିର ଲାଭ ମିଳିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Farmers' income is increasing, the state's economy will be strong | Argus News