ଚାଷୀଙ୍କ ପାଇଁ ବଡ଼ ଖବର; ପିଏମ୍ କିଷାନରେ ସାମିଲ ହେବେ ସିଏମ୍ କିଷାନ ହିତାଧିକାରୀ

Key Points
ରାଜ୍ୟ କୃଷି ବିଭାଗ ପକ୍ଷରୁ KYC ଅବଧି ୬ ମାସ ବଢ଼ା ଯାଇଛି । ୮ ସେପ୍ଟେମ୍ବରରୁ ଆଉ ୬ ମାସ ସମୟସୀମା ବୃଦ୍ଧି କରାଯାଇଛି ।
ଭୁବନେଶ୍ଵର: ଚାଷୀଙ୍କୁ ମିଳିବ ଅଧିକ ସହାୟତା । ରାଜ୍ୟ ସହ କେନ୍ଦ୍ର ଯୋଜନାର ମିଳିବ ଲାଭ । ଚାଷୀଙ୍କୁ ସୁଯୋଗ ଦେଲେ ରାଜ୍ୟ ସରକାର । ପିଏମ୍ କିଷାନରୁ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ କରାଯିବ ସାମିଲ । ଏଥିପାଇଁ ରାଜ୍ୟ ସରକାର KYC ଅବଧିକୁ ବୃଦ୍ଧି କରିଛନ୍ତି ।
ରାଜ୍ୟ କୃଷି ବିଭାଗ ପକ୍ଷରୁ KYC ଅବଧି ୬ ମାସ ବଢ଼ା ଯାଇଛି । ୮ ସେପ୍ଟେମ୍ବରରୁ ଆଉ ୬ ମାସ ସମୟସୀମା ବୃଦ୍ଧି କରାଯାଇଛି । ସିଏମ୍ କିଷାନ ପାଉଥିବା ହିତାଧିକାରୀ ପିଏମ୍ କିଷାନରେ KYC ଅପଡେଟ୍ କରି ସାମିଲ ହୋଇପାରିବେ।
ଏବେ ସିଏମ୍ କିଷାନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ଥିବା ବେଳେ ପିଏମ୍ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଅଧିକ ୬ ଲକ୍ଷ ହିତାଧିକାରୀ ପିଏମ୍ କିଷାନରେ ସାମିଲ କରିଛନ୍ତି ନୂଆ ସରକାର । ଅଧିକ ଚାଷୀଙ୍କୁ ଯୋଡିବାକୁ ସରକାର କରୁଛନ୍ତି ସ୍ପେଶାଲ୍ ଡ୍ରାଇଭ୍ ।