Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Paddy Procurment / ମିଲର୍ସ ଅନ୍ଦୋଳନ ଯୋଗୁଁ ବଢୁଛି ଚାଷୀଙ୍କ ଦୁର୍ଦ୍ଦଶା !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ମିଲର୍ସ ଅନ୍ଦୋଳନ ଯୋଗୁଁ ବଢୁଛି ଚାଷୀଙ୍କ ଦୁର୍ଦ୍ଦଶା !
Paddy Procurment

Key Points

ସମବାୟ ମନ୍ତ୍ରୀ କହିଲେ, ଅନ୍ୟ ପ୍ରରୋଚନାରେ ଚାଲିଛି ମିଲର୍ସଙ୍କ ଆନ୍ଦୋଳନ ।
ସେପଟେ ସରକାରଙ୍କୁ କାଠଗଡାକୁ ଟାଣିଲେ ବିରୋଧୀ ।

ଯେଉଁ ସମୟରେ ଅମଳ ଧାନ ଟଙ୍କା ପାଇ ଚାଷୀ ମନରେ ଖୁସି ଭରିଯିବା କଥା ସେ ସମୟରେ ଏବେ ସାରା ରାଜ୍ୟର ଚାଷୀଙ୍କ ମନରେ ଦୁଶ୍ଚିନ୍ତା । ମିଲ୍ ମାଲିକମାନେ ଆନ୍ଦୋଳନ କରିଛନ୍ତି, ମଣ୍ଡିରେ ଧାନ କିଣାଯାଉନି, ମିଲର୍ସଙ୍କ ସହ ସରକାର ବାରମ୍ବାର ଆଲୋଚନା କରୁଥିଲେ ବି କିଛି ଫଳ ବାହାରୁନି । ମିଲର୍ସଙ୍କ ଆନ୍ଦୋଳନକୁ ନେଇ ଆଜି ବଡ଼ ବୟାନ ଦେଇଛନ୍ତି ସମବାୟ ମନ୍ତ୍ରୀ, କହିଛନ୍ତି ଅନ୍ୟ ପ୍ରରୋଚନାରେ ମିଲ୍ ମାଲିକମାନେ ଆନ୍ଦୋଳନ କରୁଛନ୍ତି ।

ବଲାଙ୍ଗୀର ପୁଇଁତଳା ପାକ୍ସ ଆଗରେ ଲାଗିଛି ନୋଟିସ । ମଣ୍ଡିରେ ଜାଗା ନାହିଁ, ଧାନ ଆଣନି । ଗଇଁତଳା ପାକ୍ସରେ ବି ସମାନ ନୋଟିସ । ଚାଷୀଙ୍କୁ ଧାନ ନଆଣିବାକୁ ଅନୁରୋଧ କରୁଛନ୍ତି ପାକ୍ସ କର୍ତ୍ତୃପକ୍ଷ । ମିଲର୍ସଙ୍କ ଆନ୍ଦୋଳନ ଯୋଗୁ ଜିଲ୍ଲାର ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲର ବିଭିନ୍ନ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା । କେବଳ ବଲାଙ୍ଗୀର ନୁହେଁ ପୁରା ରାଜ୍ୟରେ ମିଲର୍ସଙ୍କ ଆନ୍ଦୋଳନ ଯୋଗୁ ଠପ ହୋଇଛି ଧାନ କିଣା । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବକ୍ସମା ମଣ୍ଡିରେ ବି ସମାନ ଚିତ୍ର । ସୁବର୍ଣ୍ଣପାଲି, ଗୁଣ୍ଡରୁଚୂଆଁ, ଫାଶିମାଲ ଓ ଭୋଜପୁରରେ ଚାଷୀଙ୍କୁ ଘାରିଛି ଟୋକନ ଲାପସ ଭୟ । ମଣ୍ଡିକୁ ଧାନ ଆଣି, ଶୀତ କାକରରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଚାଷୀ ।

ଏପଟେ ମିଲର୍ସ ଆସୋସିଏସନ୍ ଆନ୍ଦୋଳନକୁ ନେଇ ସମବାୟ ମନ୍ତ୍ରୀ କହିଛନ୍ତି, ଅନ୍ୟ କାହା ପ୍ରରୋଚନାରେ ଚାଲିଛି ମିଲର୍ସଙ୍କ ଆନ୍ଦୋଳନ । ତେବେ ଚାଷୀଙ୍କୁ ଦେବାକୁ ଟଙ୍କା ନଥିବାରୁ ସରକାର ଜାଣି ଶୁଣି ଧାନ ନ କିଣି ମିଲର୍ସଙ୍କ ସହ ସଲାସୁତରା କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି ବିରୋଧୀ ।

ଧାନ ରକ୍ଷଣାବେକ୍ଷଣ ବକେୟା ଟଙ୍କା, କଷ୍ଟମ ମିଲିଂ ଦର ବୃଦ୍ଧି, ଧାନ ପରିବହନ ଖର୍ଚ୍ଚ ବୃଦ୍ଧି କରିବାକୁ ଦାବି କରୁଛନ୍ତି ମିଲର୍ସ । ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ଧାନ ଉଠିବନି ବୋଲି ଚେତାବନୀ ଦେଇଛନ୍ତି ମିଲର୍ସ । ଏସବୁ ଭିତରେ ଚାଷୀଙ୍କ ଧାନ ଠିକ୍ ସମୟରେ ନଉଠିଲେ ଦଲାଲଙ୍କୁ ଧାନ ବିକି ଅଭାବି ବିକ୍ରିର ସମ୍ମୁଖୀନ ହେବେ ଚାଷୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Paddy Procurment | Farmers' plight is increasing due to the millers' agitation. | Argus News