Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଧାୟକଙ୍କ କାମରେ ଖୁସି ହୋଇଗଲେ ପୂରା ଚାଷୀକୂଳ

Odisha

ବିଧାୟକଙ୍କ କାମରେ ଖୁସି ହୋଇଗଲେ ପୂରା ଚାଷୀକୂଳ

Smruti Parija
Browse all articles by Smruti Parija
·2 years ago·2 min read
ବିଧାୟକଙ୍କ କାମରେ ଖୁସି ହୋଇଗଲେ ପୂରା ଚାଷୀକୂଳ

Key Points

  • ସରକାର କରିପାରିଲେନି ସୁରଜ କଲେ
  • ଭୁରି ଭୁରି ପ୍ରଶଂସା କଲେ ଚାଷୀ
  • ୧୦ ଖଣ୍ଡ ପଞ୍ଚାୟତ ଲୋକଙ୍କ ମୁହଁରେ ଫୁଟିଲା ହସ

ଅର୍ଗସ ବ୍ୟୁରୋ: ସରକାର ଯାହା କରିପାରିଲେନି, ସୁରଜ ତାହା କଲେ । କାଳ କାଳ ଯାହା ହୋଇନଥିଲା ଚୁଟକିରେ କରିଦେଲେ ସୁରଜ । ବିଧାୟକଙ୍କ କାମରେ ଖୁସି ହୋଇଗଲେ ପୂରା ଚାଷୀକୂଳ । ସେଇଥି ଲାଗି ତ ସୁରଜଙ୍କୁ ନେଇ ଏବେ ଚର୍ଚ୍ଚା ଜୋର । ନିଷ୍ଠାପର କାମ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ସୁରଜ । ହେଲେ ଏବେ ଖାସ କରି ଚଷାଭାଇଙ୍କ ପାଇଁ ଯେଉଁ କାମ କରିଛନ୍ତି ତାହାକୁ ଯେତେ ପ୍ରଶଂସା କଲେ ବି କମ ପଡ଼ିବ ।  କାରଣ 10 ଖଣ୍ଡ ପଞ୍ଚାୟତର ପ୍ରାୟ  ହଜାର ହଜାର ଚାଷୀଙ୍କ ମୁହଁରେ ହସ ଫୁଟାଇଛନ୍ତି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ । 

ଭଦ୍ରକ ଧାମନଗର ବ୍ଲକ୍‌ର ଧୁଷୁରୀ, ଭଟ୍ଟସାହି, ନଦୀଗାଁ ପଞ୍ଚାୟତରେ କଣ୍ଡିଆ ନଦୀରେ ଦୀର୍ଘ 30 ବର୍ଷ ଧରି ଚାଷୀ ମୂଳାଡିହ ସ୍ଲୁଇସ୍ ଗେଟ୍ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବି ଜଣାଇ ଆସୁଥିଲେ । ହେଲେ ତାଙ୍କ କଥା କେହି ଶୁଣି ନ ଥିଲେ । ବାରମ୍ବାର ନିରାଶ ହେବା ପରେ ଶେଷରେ ସମସ୍ୟାକୁ ନେଇ ସ୍ଥାନୀୟ ଯୁବ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଚାଷୀ ।

ଯୁବ ବିଧାୟକ ଏହି ବିଷୟକୁ ନେଇ ନଭେମ୍ବର ମାସରେ ବିଧାନସଭାରେ 436 ନଂ ଚିଠି ମାଧ୍ୟମରେ ଉପସ୍ଥାପନା କରିବା ସହିତ ଜଳସମ୍ପଦ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ସ୍ଲୁଇସ୍ ଗେଟ୍ ପାଇଁ ଦାବି କରିଥିଲେ । ଶେଷରେ ମାର୍ଚ୍ଚ 16ରେ ଏହି ସ୍ଲୁଇସ୍ ଗେଟ୍ ପାଇଁ 2 କୋଟି 52 ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁରୀ ହୋଇଛି । ଆଉ ଖୁବଶୀଘ୍ର ଏନେଇ କାମ ଆରମ୍ଭ ହେବ ।  ଯେଉଁ ଖବର ଶୁଣିବା ପରେ ଚାଷୀଙ୍କ ଗହଣରେ ଖୁସି କାହିଁରେ କେତେ । ସେଥିପାଇଁ ଚାଷୀମାନେ ସୁରଜଙ୍କ ବାସଭବନରେ ପହଞ୍ଚି ଧନ୍ୟବାଦ ଜଣାଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ ଚାଷୀଙ୍କ ଖୁସିରେ ବେଶ ଖୁସି ହୋଇଛନ୍ତି ସୁରଜ । କହିଛନ୍ତି, ଏତେଦିନର ଦାବି ପୂରଣ ହୋଇଥିବାରୁ ମୁଁ ବେଶ ଖୁସି ।


 

Sponsored
farmers-praised-bhadrak-mla-suraj-suryabansi-work | Argus News