ଚାଷାୀଙ୍କ ପାଇଁ ଖୁସି ଖବର: ୨୫ ଯାଏଁ ବଢିଲା ଚାଷୀ ରେଜିଷ୍ଟ୍ରେସନ୍ ଅବଧି

Key Points
ଅଗଷ୍ଟ ୨୫ ଯାଏଁ ବଢିଲା ଚାଷୀ ରେଜିଷ୍ଟ୍ରେସନ୍ ଅବଧି
ପୂର୍ବରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଶେଷ ତାରିଖ ଥିଲା
ମୁଖ୍ୟମନ୍ତ୍ରୀ ଏହାକୁ ୨୫ ତାରିଖ ଯାଏଁ କରିଛନ୍ତି ବୃଦ୍ଧି
ବିଜେଡିର ଚାଷୀ ପ୍ରତାରଣା ଅଭିଯୋଗକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା...ସେ କହିଛନ୍ତି , ଏହା ସତ୍ୟ ଆଧାରିତ ନୁହଁ । ଚାଷୀ ପଞ୍ଜୀକରଣ ଗତ ବର୍ଷ ଅପେକ୍ଷା ବଢିଛି । ପଞ୍ଜୀକରଣ ଅବଧି ମଧ୍ୟ ବଢାଯାଇଛି । ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ କରାଯାଇଛି । ଏଥର ଟାର୍ଗେଟ ୧୭ଲକ୍ଷ ୫୦ ହଜାରରୁ ଅଧିକ ପଞ୍ଜୀକରଣ ହେବ ବୋଲି ଆଶା କରାଯାଉଛି । ବିଜେଡିର ଅଭିଯୋଗ ଠିକ୍ ନୁହେଁ ।
୨୦୨୫-୨୬ ଖରିଫ ପଞ୍ଚିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଚାଷୀଙ୍କୁ ଆଉ ଦେବାକୁ ପଡିବନି ବଂଶାବଳୀ ପ୍ରମାଣ ପତ୍ର । ବଂଶାବଳୀ ପ୍ରମାଣ ପତ୍ର ବଦଳରେ ଏଥର ଚାଷୀଙ୍କୁ ସେଲ୍ଫ ଡିକଲାରେସନ ଦେବାକୁ ପଡିବ । ସେଲ୍ଫ ଡିକଲାରେସନ ଫର୍ମ ସବୁ ଜିଲ୍ଲାକୁ ପଠେଇ ଦିଆଯାଇଛି । ଚାଷୀଙ୍କୁ ଆଉ RI ପାଖକୁ ଯିବାକୁ ପଡ଼ିବନି । ଚାଷୀ ସେଲ୍ଫ ଡିକଲାରେସନ ଫର୍ମରେ ଦସ୍ତଖତ କରି ରେଜିଷ୍ଟେସନ କରିବେ ।
ସେପଟେ ୫ ଦିନ ବଢିଲା ରେଜିଷ୍ଟ୍ରେସନ୍ ଅବଧି । ଅଗଷ୍ଟ ୨୫ ଯାଏଁ ବଢିଲା ଚାଷୀ ରେଜିଷ୍ଟ୍ରେସନ୍ ଅବଧି । ପୂର୍ବରୁ ଅଗଷ୍ଟ ୨୦ ତାରିଖ ଶେଷ ତାରିଖ ଥିବାବେଳେ ମୁଖ୍ୟମନ୍ତ୍ରୀ ଏହାକୁ ୨୫ ତାରିଖ ଯାଏଁ କରିଛନ୍ତି ବୃଦ୍ଧି । ଏହାସହ digitalization ପାଇଁ ଆଉ ୫ ଦିନ ଅର୍ଥାତ୍ ୩୦ ତାରିଖ ଯାଏଁ ସମୟ ଦେଇଛନ୍ତି ସରକାର ।