Videos
|
Odisha

33 ପ୍ରତିଶତ କ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୁରଣ

Rashmita Mishra
Browse all articles by Rashmita Mishra
·1 year ago·2 min read
33 ପ୍ରତିଶତ କ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୁରଣ

Key Points

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କଲେ ରାଜ୍ୟ ସରକାର
ଚାଷୀ ମେଳାରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

33 ପ୍ରତିଶତ କ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୁରଣ

ବୀମା କରିଥିବା ଚାଷୀ ଆଜିଠାରୁ ପାଇବେ କ୍ଷତିପୁରଣ
ବୀମା କରି ନଥିବା ଅବା ଚାଷୀ ଓ ଧାନ ବ୍ୟତୀତ ଅନ୍ୟ ଫସଲ ପାଇଁ ବି ମିଳବ କ୍ଷତିପୁରଣ

ଅର୍ଗସ ବ୍ୟୁରୋ: ଅଦିନିଆ ବର୍ଷାରେ 2 ପ୍ରକାର କ୍ଷତିପୁରଣ ପାଇବେ ଚାଷୀ.. ବୀମା କରିଥିବା ଚାଷୀ ଡିବିଟି ମାଧ୍ୟମରେ ପାଇବେ କ୍ଷତିପୁରଣ.. ବୀମା କରି ନ ଥିବା ଚାଷୀ ବି ପାଇବେ କ୍ଷତିପୁରଣ.. ଚାଷୀ ମେଳା ମୁଖ୍ୟମନ୍ତ୍ରୀ କହିଛନ୍ତି ବୀମା କରିଥିବା 2 ଲକ୍ଷ 61 ହଜାର ଚାଷୀ ଆଜି ଠାରୁ କ୍ଷତିପୁରଣ ପାଇବେ.. ବୀମା ଚାଷୀଙ୍କ ପାଇଁ ଆବେଦନର ସୀମାକୁ ଅଧିକ 3 ଦିନ ବଢାଇଥିଲେ ସରକାର ।


ଯେଉଁ ମାନେ ବୀମା କରିନାହାଁନ୍ତି ସେମାନଙ୍କ ରିପୋର୍ଟ ଜିଲ୍ଲାପାଳଙ୍କ ମାଧ୍ୟମରେ ଆସିଛି । ଭାଗଚାଷୀ ବି ପାଇବେ କ୍ଷତିପୁରଣ ପନିପରିବା ଚାଷୀ ଠାରୁ ଆରମ୍ଭ କରି କ୍ଷିତିଗ୍ରସ୍ତ ହୋଇଥିବା କପା ଓ ପାନ ଚାଷୀ ବି କ୍ଷତିପୁରଣ ପାଇବେ । ଏମାନଙ୍କ ସଂଖ୍ୟା 6ଲକ୍ଷ 66ହଜାର 720 । 33 ପ୍ରତିଶତ ଫସଲ କ୍ଷତି ହୋଇଥିବା ଏହି ଚାଷୀ ମାନଙ୍କ ପାଇଁ 291 କୋଟି 65 ଲକ୍ଷ ଟଙ୍କାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏସଡିଆରଏଫରୁ ଏହି ସହାୟତା ରାଶି ମିଳିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଦିନିଆ ବର୍ଷାରେ 16 ଜିଲ୍ଲାର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଜିଲ୍ଲାପାଳଙ୍କ ପାଖରୁ ଆସିଥିବା ରିପୋର୍ଟ ଅନୁସାରେ ଗଂଜାମ ଜିଲ୍ଲାରେ ସବୁଠୁ ଅଧିକ ଚାଷ ଜମି କ୍ଷତି ଗ୍ରସ୍ତ ହୋଇଛି । ଭଦ୍ରକ, କଟକ ଢେଙ୍କାନାଳ, ଗଜପତି, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା , ଖୋର୍ଦ୍ଧା,ପୁରୀ,ରାୟଗଡା, ଜଗତସିଂହପୁର, କନ୍ଧମାଳ, ନୟାଗଡ, ନୂଆପଡା, ରାୟଗଡା ଜିଲ୍ଲାରେ ବି ଅଧିକ କ୍ଷତି ହୋଇଛି । 3 ରୁ 4 ଦିନ ଭିତରେ ଚାଷୀଙ୍କ ପାଖରେ ପଂହଁଚିବ ସହାୟତା । ସେପଟେ ଓଡ଼ିଶାର ସୁଗନ୍ଧିତ ଚାଉଳ ଯିବ ଦୁବାଇ..ଚାଷୀ ମେଳାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏ ନେଇ ସ୍ବାକ୍ଷରିତ ହୋଇଛି ଚୁକ୍ତିନାମା ଦୁବାଇର ଦୁଇଟି ସଂସ୍ଥା ସହ ଓଡ଼ିଶା କୃଷି ବିଭାଗର ଚୁକ୍ତି କରିଛି ।


ବରମୁଣ୍ଡା ପଡିଆରେ ତିନି ଦିନ ଧରି ଚାଲିବ କୃଷି ଓଡିଶା 2025 । ଏଥିରେ ସ୍ଥାନ ପାଇଛି 200ରୁ ଅଧିକ ଷ୍ଟଲ . ଏଥିରେ ଆଧୁନିକ କୃଷି ଯନ୍ତ୍ର ପାତି ଏବଂ କୃଷି ଜାତ ଦ୍ରବ୍ୟ ପ୍ରଦର୍ଶିତ ହେଉଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ 10 ହଜାର ରୁ ଅଧିକ କୃଷକ, କୃଷି ଜିବି ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, ଅଣ ସରକାରୀ ଗୋଷ୍ଠୀ, ପାଣି ପଞ୍ଚାୟତ ସଭ୍ୟ, କୃଷି ଉଦ୍ୟୋଗି, ରପ୍ତାନିକାରି, ଛାତ୍ରଛାତ୍ରୀ ଓ ଗବେଷକ ମାନେ ଏଥିରେ ଯୋଗ ଦେଇଛନ୍ତି ।