Videos
|
Odisha

ଚାଷୀଙ୍କୁ ମିଳିବ ହକ୍,ସବୁ ଜିଲ୍ଲାରେ ପରିବା ମଣ୍ଡି 

Sangram Tripathy
Browse all articles by Sangram Tripathy
·2 years ago·1 min read
ଚାଷୀଙ୍କୁ ମିଳିବ ହକ୍,ସବୁ ଜିଲ୍ଲାରେ ପରିବା ମଣ୍ଡି 

ଅର୍ଗସ ବ୍ୟୁରୋ: ହଟିବେ ଦଲାଲ, ଚାଷୀଙ୍କୁ ମିଳିବ ଉପଯୁକ୍ତ ମୂଲ୍ୟ ମଣ୍ଡିରେ ରହିବ ପରିବା ଦର,ଦୋକାନରେ ପରିବା ରେଟ୍ ଚାର୍ଟ ହେବ ବାଧ୍ୟତାମୂଳକ । ପରିବା ଦର ଦିନକୁ ଦିନ ହୁହୁ ହୋଇ ବଢୁଥିବାବେଳେ ଏଣିକି କମିବ ଗ୍ରାହକ ମୁଣ୍ଡରୁ ପରିବା ଦର ବୋଝ,ଗ୍ରାହକ ଏବଂ ଚାଷୀ ମଧ୍ୟରେ ଦଲାଲ ହଟାବେ ରାଜ୍ୟସରକାର,ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ଉତ୍ପାଦିତ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି ହେବ,ରାଜ୍ୟରେ ପରିବା ଦର କମାଇବା ଲାଗି ପ୍ରତି ଜିଲ୍ଲାରେ ପରିବା ମଣ୍ଡି ଖୋଲିବେ ସରକାର ,ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ମଣ୍ଡି ହେଲେ ମିଡିଲ୍ ମ୍ୟାନଙ୍କ ପ୍ରାଦୁର୍ଭାବ କମିବ, ଦର ନିୟନ୍ତ୍ରଣରେ ରହିବ କୃଷକ ମଣ୍ଡିକୁ ଉତ୍ପାଦିତ ସାମଗ୍ରୀ ଆଣିବେ, ସେଇଠୁ ବିକ୍ରି ହେବ ବୋଲି କହିଛନ୍ତି ମନ୍ତ୍ରୀ। ପ୍ରାଥମିକ ପର୍ଯ୍ୟାୟରେ କଟକ ଏବଂ ଭୁବନେଶ୍ବରରେ ପ୍ରଥମେ ମଣ୍ଡି ଖୋଲିବ। ବର୍ତ୍ତମାନ ୧୩୭ ଲକ୍ଷ ମେଟ୍ରିକ୍ ଟନ୍ ଚାଷୀ ସାମଗ୍ରୀ ଉତ୍ପାଦନ ହେଉଥିବାବେଳେ ୨୦୦ ଲକ୍ଷ ଟନ୍ ଉତ୍ପାଦନ ହେବା ନେଇ ବ୍ଲୁ ପ୍ରିଣ୍ଟ ହେବ ପ୍ରସ୍ତୁତ ।

ଅଧିକ ଆଳୁ, ପିଆଜ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବା ସହ ଚାଷ ପାଇଁ ମିଳିବ ଆର୍ଥିକ ପ୍ରୋତ୍ସାହନ,ଏଥିସହ କଳାବଜାରିକୁ ଚିହ୍ନଟ କରାଯିବା ସହ ସେମାନଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ  ବୋଲି   କହିଛନ୍ତି ମନ୍ତ୍ରୀ। ସରକାରଙ୍କ ଏ ପଦକ୍ଷେପ ଆଗାମୀ ଦିନରେ ଚାଷୀଙ୍କୁ ସ୍ବବାଲମ୍ବୀ କରିବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ସବଳ କରିବ,ଦରଦାମ କମିବ ବୋଲି ଆଶା ରଖିଛନ୍ତି ଜନସାଧାରଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Farmers will | Argus News