Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫସଲ କ୍ଷୟକ୍ଷତି ହେଲେ ଆଉ ହଇରାଣ ହେବେନି ଭାଗ ଚାଷୀ

Odisha

ଫସଲ କ୍ଷୟକ୍ଷତି ହେଲେ ଆଉ ହଇରାଣ ହେବେନି ଭାଗ ଚାଷୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଫସଲ କ୍ଷୟକ୍ଷତି ହେଲେ ଆଉ ହଇରାଣ ହେବେନି ଭାଗ ଚାଷୀ

Key Points

ବିଜେଡି ସରକାରରେ ମିଳିଲାନି, ବିଜେପି ସରକାରରେ ଭାଗଚାଷୀଙ୍କୁ ମିଳିବ ନ୍ୟାୟ !
ଖୁବଶୀଘ୍ର ଆସିବ ଭାଗ ଚାଷୀ ଆଇନ
ପୁର୍ନଗଠନ ହେଲା ସଚିବ ସ୍ତରୀୟ କମିିଟି
ଫସଲ କ୍ଷୟକ୍ଷତି ହେଲେ ଆଉ ହଇରାଣ ହେବେନି ଭାଗ ଚାଷୀ
ଚିହ୍ନଟ ହେବେ ଭାଗ ଚାଷୀ, ମିଳିବ ସରକାରୀ ସୁବିଧା

ଭାଗ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ କମିଟି ପୁର୍ନଗଠନ କରିଛନ୍ତି ରାଜ୍ୟ ସରକାର । ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟି ଗଠନ ହୋଇଛି। ଭାଗ ଚାଷୀ ଆଇନ ଆଣିବାକୁ ପରାମର୍ଶ ଦେବ ଏହି କମିଟି । ତେବେ ଏ ନେଇ ରାଜସ୍ଵ ମନ୍ତ୍ରୀ କହିଛନ୍ତି, ଭାଗ ଚାଷୀ ଆଇନ ବାବଦରେ ଆଲୋଚନା ହୋଇଛି । କେତେ ଚାଷୀ ଅଛନ୍ତି, କେଉଁ ମାନେ ଚାଷ କରୁଛନ୍ତି, ତାହାର ସଂଜ୍ଞା ମଧ୍ୟ ସଂଶୋଧନ କରିବାକୁ ହେବ । ଓଡିଶା ଲ୍ୟାଣ୍ଡ ରିଫର୍ମ ଆକ୍ଟକୁ ସଂଶୋଧନ କରିବାକୁ ପଡିବ । ଗୁରୁତ୍ଵପୂର୍ଣ୍ଣ କଥା, ଆଇନ ଆସିଲେ ସେଥିରେ ଭାଗ ଚାଷୀ ମାନଙ୍କୁ ସ୍ଵୀକୃତି ଦେଲା ପରେ ବି ଜମିର ମୂଳ ମାଲିକଙ୍କର ସ୍ଵତ୍ଵ ଅକ୍ଷୁର୍ଣ୍ଣ ରହିବ ।

ବିଧାନସଭାରୁ ମିଳିଥିବା କହୁଛି, ୨୦୧୫-୧୬ କୃଷି ଗଣନା ଅନୁସାରେ ରାଜ୍ୟରେ ଅଛନ୍ତି ୯ ଲକ୍ଷ ୫ ହଜାର ୧୮୪ ଜଣ ଭାଗ ଚାଷୀ । ସାମ୍ପ୍ରତିକ ସ୍ଥିତିରେ ରାଜ୍ୟର ପାଖାପାଖି ଅଧା ଜମି ଭାଗରେ ଚାଷ ହେଉଛି । ଜମି ମାଲିକଙ୍କ ସହ ମୌଖିକ ବୁଝାମଣା ବା ସର୍ତ୍ତରେ ବର୍ଷ ବର୍ଷ ଧରି ଚାଷ କରୁଛନ୍ତି ଭାଗଚାଷୀ । ଆଉ ଅମଳ ଫସଲର ନିର୍ଦ୍ଦିଷ୍ଟ ପରିମାଣ କିମ୍ବା ଅର୍ଥ ଜମି ମାଲିକ ଓ ଭାଗ ଚାଷୀଙ୍କ ମଧ୍ୟରେ ବଣ୍ଟା ହୁଏ । କିନ୍ତୁ କୌଣସି ଆଇନ ନଥିବାରୁ ଏବଂ ଭାଗ ଚୀଷୀ ପାଖରେ ଜମିର ରେକର୍ଡ ନଥିବାରୁ ବ୍ୟାଙ୍କ ଋଣ, ଫସଲ ବୀମା, ସବସିଡି ଓ କ୍ଷତିପୂରଣ ମିଳୁନି ।

ଭାଗଚାଷୀଙ୍କୁ ଅଧିକାର ଦେବାକୁ ବିଜେଡି ସରକାର ୨୦୧୧ରୁ ଆରମ୍ଭ ହୋଇଥିଲା ପ୍ରକିୟା । ୨୦୧୭ ଜୁନ ୧ରେ ସରକାର ଭାଗଚାଷୀଙ୍କ ଅଧିକାର ପାଇଁ ୫ ବିଭାଗର ମନ୍ତ୍ରୀଙ୍କୁ ନେଇ ଗଠନ କରିଥିଲେ ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି । ୧୪ ଦିନ ଭିତରେ କମିଟି ରିପୋର୍ଟ ଦେବା କଥା । ହେଲେ କମିଟି ବାରମ୍ବାର ବୈଠକ କରିବା ପରେ ବି ନିଷ୍କର୍ସ ବାହାରିଲା ନାହିଁ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସରକାର ଭାଗଚାଷୀଙ୍କ ଅଧିକାର ପାଇଁ କିଛି ପଦକ୍ଷେପ ନେବେ ସମସ୍ତେ ଆଶା କରିଥିଲେ । କିନ୍ତୁ ନିର୍ବାଚନ ଜିତିବା ପରେ ଭାଗ ଚାଷୀଙ୍କ କଥା ଭୁଲି ଗଲେ ପୂର୍ବ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
farmers-will-not-be-harassed-if-crops-are-damaged | Argus News