|
logo
Live

Argus News - ଆସନ୍ତାକାଲି ଚାଷୀଙ୍କୁ ମିଳିବ CM କିଷାନ ଯୋଜନା ଟଙ୍କା

Odisha

ଆସନ୍ତାକାଲି ଚାଷୀଙ୍କୁ ମିଳିବ CM କିଷାନ ଯୋଜନା ଟଙ୍କା

Rashmita Mishra
Browse all articles by Rashmita Mishra
·11 months ago·1 min read
 ଆସନ୍ତାକାଲି ଚାଷୀଙ୍କୁ ମିଳିବ CM କିଷାନ ଯୋଜନା ଟଙ୍କା

ଆସନ୍ତାକାଲି ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା । ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଟଙ୍କା ବାଣ୍ଟିବେ ରାଜ୍ୟ ସରକାର । ଚାଷୀଙ୍କ ଖାତାକୁ ଯିବ ୨ହାଜର ଟଙ୍କା । ଗତ ବର୍ଷ ନୂଆଁଖାଇରେ ପ୍ରାୟ ୪୬ ଲକ୍ଷ ଚାଷୀଙ୍କୁ ସିଏମ କିଷାନ ଯୋଜନାରେ ସହାୟତା ରାଶି ବାଣ୍ଟିଥିଲେ ସରକାର ।

ଆଉ ମିଳିବନି କାଳିଆ ଟଙ୍କା! ଓଡ଼ିଶାରେ ନୂଆ ସରକାର ଗଠନ ପରେ ଏହାକୁ ବନ୍ଦ କରି ନୂଆ ଯୋଜନା ମଧ୍ୟ ଲାଗୁ କରାଯାଇଛି । ଅର୍ଥାତ୍ ଏଥର ଆଉ କୃଷକମାନଙ୍କୁ କାଳିଆ ଟଙ୍କା ମିଳିବନି, ବରଂ ତା ବଦଳରେ ସିଏମ୍ କିଷାନ ଯୋଜନା ଅଧୀନରେ ଟଙ୍କା ମିଳିବ । ଆସନ୍ତାକାଲି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା ।
ଅକ୍ଷୟ ତୃତୀୟାରେ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ୨ ହଜାର ଟଙ୍କା ଲେଖାଏଁ ପାଇବେ ଚାଷୀ । ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ୧ ହଜାର କୋଟି ଟଙ୍କା ।

ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ମିଳୁଛି ୪ ହଜାର ଟଙ୍କା । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଦେବେ ସରକାର । ସେହିପରି ପିଏମ କିଷାନ ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ମିଳୁଛି ୬ ହଜାର ଟଙ୍କା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆସନ୍ତାକାଲି ଚାଷୀଙ୍କୁ ମିଳିବ CM କିଷାନ ଯୋଜନା ଟଙ୍କା | Argus News