Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଦିନିଆ ବର୍ଷାରେ ଭିଜିଲା ଧାନ: ଚିନ୍ତାରେ ଚାଷୀ

Ritu Das
Browse all articles by Ritu Das
·1 year ago·1 min read
ଅଦିନିଆ ବର୍ଷାରେ ଭିଜିଲା ଧାନ: ଚିନ୍ତାରେ ଚାଷୀ

Key Points

ଲଗାତାର ବର୍ଷା ଯୋଗୁଁ ଅନେକ ବିଲରେ ଏବେ ଵି ଧାନ ପାଣିରେ ବୁଡ଼ିଛି

ଅଦିନିଆ ବର୍ଷାରେ ଭିଜୁଛି ଧାନ

ଚିନ୍ତାରେ ଚାଷୀ

ଟିଟିଲାଗଡ଼ ବ୍ଳକ୍ ଅନ୍ତର୍ଗତ ନାରେନ୍ ଗ୍ରାମପଞ୍ଚାୟତ ର ଅନେକ ଚାଷୀ ଖରା ଦିନେ ଅମଳ ହେଉଥିବା ଧାନଚାଷ କରିଥିଲେ ଚଳିତ ବର୍ଷ ବହୁତ ସୁନ୍ଦର ଭାବରେ ଧାନ ଅମଳ ମଧ୍ୟ ହୋଇଥିଲା ହେଲେ ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ସାଜିଛି କାଳ। ଲଗାତାର ବର୍ଷା ଯୋଗୁଁ ଅନେକ ବିଲରେ ଏବେ ଵି ଧାନ ପାଣିରେ ପଡି ଯାଇ ଥିବା ବେଳେ ଏବେ ଵି ଅନେକ ଧାନ ଗଜା ମଧ୍ୟ ହୋଇଛି।


ଯାହାକୁ ନେଇ ଏବେ ଚାଷୀ ଚିନ୍ତା ରେ ଭାଙ୍ଗି ପଡିଛି। ଧାର କରଜ ଆଣି ଚାଷୀ ବିଲରେ ଧାନ କରିଥିଲେ ସୁଦ୍ଧା ଲଗାତାର ବର୍ଷା ଯୋଗୁଁ ଏବେ ଚାଷୀ ଧାନ ବ୍ୟାପକ କ୍ଷୟକ୍ଷତି ହୋଇ ଥିବା ଅଭିଯୋଗ କରିଛନ୍ତି। ଏନେଇ ଚାଷୀ ମାନେ ସରକାରୀ ସହାୟତା ପାଇଁ ତହସିଲଦାର ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
farmers-worried-as-paddy-fields-get-soaked-in-unseasonal-rain | Argus News