Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫାଷ୍ଟଫୁଡ୍ ଦୋକାନୀଙ୍କୁ ଗୁଳିମାଡ, 7 ଅଟକ 

Odisha

ଫାଷ୍ଟଫୁଡ୍ ଦୋକାନୀଙ୍କୁ ଗୁଳିମାଡ, 7 ଅଟକ 

Smruti Parija
Browse all articles by Smruti Parija
·1 year ago
ଫାଷ୍ଟଫୁଡ୍ ଦୋକାନୀଙ୍କୁ ଗୁଳିମାଡ, 7 ଅଟକ 

ନୂଆପଡା: ଗୁଳି ମାଡ଼ରେ ଜଣେ ଗୁରୁତର ।  7 ଜଣ ଅଟକ । ନୂଆପଡା ଜିଲ୍ଲା ସିନାପାଲି ଥାନା କାପସି ଛକରେ ଘଟିଛି ଗୁଳି କାଣ୍ଡ । ଗୁରୁତର ଜଣଙ୍କ ସିନାପାଲି ସହରର ନିଲାମ୍ବର ମେହେର ବୋଲି ଜଣାପଡିଛି । ସିନାପାଲି ସହରର ନିଲାମ୍ବର ମେହେର କାପସି ଛକରେ ଫାଷ୍ଟଫୁଡ୍ ଦୋକାନ ଖୋଲିଥିଲେ ।

ରାତିରେ କୌଣସି କଥା ନେଇ କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇ ଗୁଳିକାଣ୍ଡ ହୋଇଥିଲା । ଏଥିରେ ନୀଳାମ୍ବର ମେହେରଙ୍କ ପେଟରେ ଗୁଳି ବାଜିଥିଲା । ପରେ ଗୁରୁତର ଅବସ୍ଥାରେ ସିନାପାଲି ମେଡିକାଲ ପରେ ଭବାନୀପାଟଣା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l କାପସି ଗାଁର 7 ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ସିନାପାଲି ପୋଲିସ ।
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fast food shopkeeper shot, 7 detained | Argus News