ତିଗିରିଆ ଗୋ ତସ୍କରୀ ଘଟଣାରେ ସାମ୍ନାକୁ ଆସୁଛି ସାଂଘାତିକ ପ୍ରମାଣ

ତିଗିରିଆ ଗୋ ତସ୍କରୀ ଘଟଣାରେ ସମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ସାଂଘାତିକ ପ୍ରମାଣ
ବେଆଇନ୍ ଭାବେ ବାରମାଣ ଜଙ୍ଗଲରେ ଗୋମାଂସ ପ୍ୟାକେଜିଂ ୟୁନିଟ୍ ହୋଇଥିଲା ନିର୍ମାଣ
ମେସିନରେ ଗୋ ମାଂସ କଟିଂ, ପ୍ୟାକିଂ କରାଯାଇ ବାହାର ରାଜ୍ୟକୁ ହେଉଥିଲା ଚାଲାଣ
ପ୍ରତି ସପ୍ତାହରେ ୫-୬ଟି ବଡ଼ ବଡ଼ କଣ୍ଟେନରରେ ରାଜ୍ୟ ବାହାରକୁ ଯାଉଥିଲା ଗୋ ମାଂସ
ପଶ୍ଚିମବଙ୍ଗ, ଆନ୍ଧ୍ର, ଗୋଆ, ତାମିଲନାଡୁରେ ପ୍ରୋସେସିଂ ହୋଇ ମାଂସ ଯାଉଥିଲା ବିଦେଶ
ତିଗିରିଆରୁ ବର୍ଷକୁ ୩୦୦-୪୦୦ କୋଟି ଟଙ୍କାର ହେଉଥିଲା ଗୋ ମାଂସ କାରବାର
ପୋଲିସ, ପ୍ରଶାସନ ଓ ଜଙ୍ଗଲ ବିଭାଗ ପ୍ରୋତ୍ସାହନରେ ଗୋ ତସ୍କରୀ ଚାଲିଥିଲା ଜୋରଦାର
ଆଠଗଡ଼ ବେଆଇନ୍ ଗୋ ତସ୍କରୀ ଉପରୁ ପରଦା ଉଠିବା ପରେ କେବେ ହେବ FIR ?
ଗୋ ତସ୍କରୀରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ ଆକ୍ସନ ନେବେ କି ରାଜ୍ୟ ସରକାର ?
ଆଠଗଡ଼ ତିଗିରିଆ ବାରମାଣ ସଂରକ୍ଷିତ ଜଙ୍ଗଲରେ ଗୋ ତସ୍କରୀ ମାମଲାରେ ହୋଇଛି ଆଉ ଏକ ବଡ଼ ଖୁଲାସା। କିଭିଳି ଗୋ ମାଫିଆ ସବୁ ଆଇନକୁ ଦଳି ମକଚି ଗୋ ତସ୍କରୀ ଚଳାଇଥିଲେ ଆଉ ପୋଲିସ, ଜଙ୍ଗଲ ବିଭାଗ ଓ ପ୍ରଶାସନ ମୁକ ସାଜିଥିଲା ତାର ବଡ଼ ପ୍ରମାଣ ହେଉଛି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗଢା ହୋଇଥିଲା ଏହି ଗୋ ମାଂସ ପ୍ୟାକେଜିଂ ୟୁନିଟ୍। ଜଙ୍ଗଲ ବିଭାଗ ଅଜାଣତରେ ସଂରକ୍ଷିତ ଜଙ୍ଗଲରେ ଏତେ ବଡ଼ ନିର୍ମାଣ ସମ୍ଭବ କି ? ଖାଲି ସେତିକି ନୁହେଁ ଏଠାରେ ବୋର ୱେଲ ଖୋଳାଯିବ , ବିଦ୍ୟୁତ ସଂଯୋଗ କରାଯିବା ପ୍ରଶାସନର ବିନା ପ୍ରୋତ୍ସାହନରେ ସମ୍ଭବ କି? ଅଭିଯୋଗ ହୋଇଛି ଆଠଗଡ଼, ତିଗିରିଆ, ବାଙ୍କୀ, ବଡ଼ମ୍ବା, ନରସିଂହପୁର ଢେଙ୍କାନାଳ, ନୟାଗଡ଼, ଦଶପଲ୍ଲା, ଗଣିଆ ସମେତ ଆଖପାଖ ଅଞ୍ଚଳରୁ ଗୋରୁ କିଣା ହୋଇ ଏଠାରେ ଜମା କରାଯାଉଥିଲା । ଗୋରୁଙ୍କୁ ହତ୍ୟା କରିବା ଲାଗି ବାଂଲାଦେଶ ଓ ଉତ୍ତରପ୍ରଦେଶରୁ ଆସୁଥିଲେ ଜହ୍ଲାଦ । ଏହି ୟୁନିଟରେ ଲାଗିଥିବା ମେସିନ ସାହାଯ୍ୟରେ ମାଂସ କଟାଯାଇ ପ୍ୟାକେଜିଂ ହେଉଥିଲା।
ବଡ଼ ବଡ଼ କଣ୍ଟେନର ଯୋଗେ ଗୋ ମାଂସ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଗୋଆ, ତାମିଲନାଡୁ ଆଦି ରାଜ୍ୟକୁ ପଠାଯାଉଥିଲା। ସେଠାରେ ପ୍ରୋସେସିଂ କରାଯାଇ ଗୋମାଂସ ମୁସଲିମ ଦେଶଗୁଡ଼ିକୁ ରପ୍ତାନୀ କରାଯାଉଥିଲା। ତିଗିରିଆରୁ ଯାଜପୁର, ଭଦ୍ରକ, ବାଲେଶ୍ବର ହୋଇ ପଶ୍ଚିମବଙ୍ଗ ଯାଉଥିଲା ଗୋମାଂସ କଣ୍ଟେନର। ସପ୍ତାହକୁ ୫-୬ଟି କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିଲା। ପୋଲିସର ସହଯୋଗ ବିନା ଏହା ସମ୍ଭବ ଥିଲା କି ? ଅଭିଯୋଗ ହୋଇଛି ବିଜେଡି ସରକାର ଓ ସ୍ଥାନୀୟ କ୍ଷମତାଶାଳୀ ବିଜେଡି ନେତାଙ୍କ ପ୍ରୋତ୍ସାହନରେ ଚାଲିଥିଲା ଏହି ଗୋ ତସ୍କରୀ।
ପ୍ରଥମେ ଆଠଗଡ଼ ଓ ଆଖପାଖ ଅଞ୍ଚଳରୁ ଗୋରୁଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା କିନ୍ତୁ ହିନ୍ଦୁ ସଂଗଠନଗୁଡ଼ିକ ଏହାକୁ ବିରୋଧ କରବା ସହ ଧରପଗଡ ହେବା ପରେ ମାଫିଆ ମାନେ ଜଙ୍ଗଲରେ ୟନିଟ ବସାଇ ଏଠାରେ ଗୋରୁୁଙ୍କୁ ମାରି ମାଂସ ଚାଲାଣ ପାଇଁ କରିଥିଲେ ଯୋଜନା। ଏହାପଛରେ ବଡ଼ ଧରଣର ରାକେଟ କାମ କରୁଥିବା ଅଭିଯୋଗ ହୋଇଛି ଯାହାର ଚେର ବିଦେଶ ଯାଏ ଲମ୍ବିଛି। ତିଗିରିଆରେ ବର୍ଷକୁ ପ୍ରାୟ ୩୦୦ରୁ ୪୦୦ କୋଟି ଟଙ୍କର ଗୋ ମାଂସ କାରବାର ହେଉଥିବା ଅଭିଯୋଗ ହୋଇଛି।
ଅର୍ଗସ ଏହି ସାଂଘାତିକ ଗୋ ତସ୍କରୀ ଘଟଣା ସାମ୍ନାକୁ ଆଣିବା ପରେ ପୋଲିସ ଓ ପ୍ରଶାସନ ତତ୍ପରତା ଦେଖାଇଛି। ଗତାକଲି ତହସିଲଦାଲ ଓ ପୋଲିସ ପହଞ୍ଚି ପାହାଡ଼ ଭଳି ଗଦା ହୋଇଥିବା ଗୋରୁ ହାଡ଼ ଓ କଙ୍କାଳଗୁଡ଼ିକ ଉପରେ ମାଟି ଘୋଡ଼ାଇବା ଆରମ୍ଭ କରିଛନ୍ତି । ଏବେ ବଡ଼ ପ୍ରଶ୍ନ କେବେ ପୋଲିସ ଏ ଘଟଣାରେ କରିବା ସୋମୋଟେ ଏଫଆଇଆର ? ଉଚ୍ଚସ୍ତରୀୟ ତଦନ୍ତ କରି ଗୋ ତସ୍କରୀରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ ଆକ୍ସନ ନେବେ କି ରାଜ୍ୟ ସରକାର ?