Thar Accident / ରାଜଧାନୀରେ ଥାର ଦେଖିଲେ ଡରିଲେଣି ଲୋକେ

Key Points
ଥାର୍ ଆତଙ୍କରେ ରାଜଧାନୀ ଥରହର । ଆଖି ପିଛୁଳାକେ ମାଡ଼ି ଆସୁଛି । ନେଇଯାଉଛି ଜୀବନ । ଗଲା ୨୪ ଘଣ୍ଟାରେ ରାଜଧାନୀରେ ଦୁଇ ଦୁଇଟି ଥାର୍ ଦୁର୍ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ କ୍ୟାପିଟାଲ ହସ୍ପିଟାଲ ନିକଟରେ ବୁଲେଟ ଆରୋହୀ ତିନି ଯୁବକଙ୍କୁ ଧକ୍କା ଦେଇଛି ଥାର୍। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାହା ଶବ୍ଦରେ ପ୍ରକାଶ କରିବା କଷ୍ଟ । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ମୃତ ରାଜା ଏକ ପାର୍ଲରେ କାମ କରି ପେଟ ପୋଷୁଥିବା ବେଳେ ତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛି ତାଙ୍କ ପରିବାର।
ସେପଟେ କ୍ୟାପିଟାଲ ହସ୍ପିଟାଲ ଛକ ନିକଟ ଦୁର୍ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଚନ୍ଦକା ଥାନା ଅଞ୍ଚଳରେ ଦୁର୍ଘଟଣା ଘଟାଇଛି ଆଉ ଏକ ଥାର୍। ଭେନ୍ୟୁ ସହ ଧକ୍କା ପରେ ଦୁଇଟି ଗାଡିକୁ ଅଟକ ରଖିଛି ପୋଲିସ । ତେବେ ବାରମ୍ବାର ଏଭଳି ଦୁର୍ଘଟଣା ଏବେ ପୋଲିସର ମୁଣ୍ଡବିନ୍ଧା ପାଲଟିଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।
ଗଲା ବର୍ଷ ଅଗଷ୍ଟ ମାସରେ ଘଟିଥିବା ଛାତି ଥରା ଥାର୍ ଦୁର୍ଘଟଣା ରାଜଧାନୀବାସୀଙ୍କ ମନରୁ ଲିଭିନି। କିଛି ଧନ ନିଶାରେ ଚୂର୍ ମତୁଆଲାଙ୍କ ଲାଗି ଗୋଟେ ପରିବାର ହୋଇଯାଇଥିଲା ଛାରଖାର୍। ସେହିପରି ଏହାର ମାତ୍ର ଦୁଇ ମାସ ପରେ ଏଜି ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ସିରିଜ ଦୁର୍ଘଟଣା ଘଟାଇ ମାଡି ଯାଇଥିଲା ଥାର୍। ତେବେ ଏହି ଗାଡ଼ି ନିଜ ଫିଚରକୁ ନେଇ ଯେତିକି ଚର୍ଚ୍ଚା ସାଉଣ୍ଟିନି ଦୁର୍ଘଟଣାକୁ ନେଇ ସେତିକି ଖେଳାଇଲାଣି ଚାଞ୍ଚଲ୍ୟ। ଯାହା ଏବେ ରାଜଧାନୀବାସୀଙ୍କ ଚିନ୍ତାର କାରଣ ପାଲଟିଲାଣି।
ପୁଣି ଜୀବନ ନେଲା କିଲର୍ ଥର୍ । ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ଵରରେ ଥର୍ ଆତଙ୍କ ଖେଳାଇ ଦେଇଛି । ଦ୍ରୁତଗତିରେ ଯାଉଥିବା ଥର୍ ଧକ୍କା କ୍ୟାପିଟାଲ୍ ହସ୍ପିଟାଲ୍ରେ ବୁଲେଟ୍କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ କ୍ୟାପିଟାଲ୍ ହସ୍ପିଟାଲ୍ ଟ୍ରାଫିକ୍ରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, "ବୁଲେଟ୍ରେ ୩ ଜଣ କ୍ୟାପିଟାଲ୍ ହସ୍ପିଟାଲ୍ ପଟୁ ଏୟାରପୋର୍ଟ ଆଡ଼କୁ ଯାଉଥିଲେ । ଏଜି ଛକ ପଟୁ ଦ୍ରୁତଗତିରେ ଆସୁଥିବା ଥର୍ ଗାଡ଼ି ବୁଲେଟକୁ ଧକ୍କା ଦେଇଥିଲା । ଫଳରେ ୨ ଜଣ ରାସ୍ତାକୁ ଛିଟିକି ପଡ଼ିଥିବା ବେଳେ ଥର୍ ଚକ୍କା ତଳେ ଜଣେ ଚାପି ହୋଇ ଯାଇଥିଲେ ।"
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, "ଥର୍ ଗାଡ଼ି ଭିତରେ ବସିଥିବା ଯୁବକଙ୍କ ମୃତ୍ୟୁ ଏହି ଦୁର୍ଘଟଣାରେ ହୋଇଛି ।" ଦୁର୍ଘଟଣା କେତେ ଯେ ଭୟଙ୍କର ଥିଲା ତାହା ଦୁର୍ଘଟଣାଗ୍ରସ୍ତ ଥର୍ ଗାଡ଼ିକୁ ଦେଖିଲେ ବୁଝା ପଡ଼ୁଛି । ଥର୍ ଡ୍ରାଇଭର୍ ଓ କୋ ପାସେଞ୍ଜର ସିଟ୍ର ଏୟାରବ୍ୟାଗ୍ ଦୁର୍ଘଟଣା ପରେ ଖୋଲି ଯାଇଛି ।
ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ପୋଲିସ ପହଞ୍ଚି ଥର୍ ଗାଡ଼ି ସହ ଦୁର୍ଘଟଣାଗ୍ରସ୍ତ ବୁଲେଟ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ତେବେ ରାଜଧାନୀ ଭୁବନେଶ୍ଵରରେ ଥର୍ର ଏହା ପ୍ରଥମ ଦୁର୍ଘଟଣା ନୁହେଁ । ଏହା ପୂର୍ବରୁ ଗତବର୍ଷ ଅଗଷ୍ଟ ୧୦ ରକ୍ଷା ବନ୍ଧନ ଦିନ ଥର୍ ଓ ସ୍କର୍ପିଓ ରେସ୍ ନେଇ ଯାଇଥିଲା ୮ ବର୍ଷର ଝିଅର ଜୀବନ । ମାଆ ସହ ନାବାଳିକା ଝିଅ ପାତ୍ରପଡ଼ାରେ ରାସ୍ତା ପାର୍ ବେଳେ ଥର୍ ଉଭୟଙ୍କୁ ଧକ୍କା ଦେଇଥିଲା । ଝିଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଆହତ ହୋଇଥିଲେ ।
📱 Get Argus News App
✨Related Topics
Explore more stories