Videos
|
Odisha

ବେଦପାଠରେ ଗୁଞ୍ଜରିତ ପରିବେଶ, ଫତେଗଡରେ ଚାଲିଛି ରାମ ମନ୍ଦିର ପ୍ରତିଷ୍ଠା

Smruti Parija
Browse all articles by Smruti Parija
·2 years ago·1 min read
ବେଦପାଠରେ ଗୁଞ୍ଜରିତ ପରିବେଶ, ଫତେଗଡରେ ଚାଲିଛି ରାମ ମନ୍ଦିର ପ୍ରତିଷ୍ଠା

ନୟାଗଡ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସହ ନୟାଗଡ଼ ଫତେଗଡ଼ ଠାରେ ପ୍ରତିଷ୍ଠା ଚାଲିଛି ଭବ୍ୟ ରାମ ମନ୍ଦିର । ସାଧୁ ସନ୍ଥଙ୍କ ଗହଣରେ ମନ୍ତ୍ରପାଠ ଓ ବେଦପାଠରେ ଗୁଞ୍ଜରିତ ହେଉଛି ପରିବେଶ । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ହେବ । 

ତେବେ ଏହି ଅବସରରେ ପ୍ରାକୃତିକ ପରିବେଶରେ ପାହାଡ଼ ଉପରେ ଥିବା ଶ୍ରୀରାମଙ୍କ ମନ୍ଦିରର ଶୋଭାକୁ ଦ୍ବିଗୁଣିତ କରୁଛି ଫୁଲର ସାଜ୍ଜସଜ୍ଜା । ଗତକାଲି ବିଗ୍ରହଙ୍କ ନ୍ୟାସାଦିକାର୍ଯ୍ୟ ସମାପନ ହୋଇଥିବାବେଳେ ଆଜି ପ୍ରାଣ ପ୍ରତିଷ୍ଠା ପାଇବେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ । ଦ୍ୱିତୀୟ ଅଯୋଧ୍ୟା ପାଲଟିଥିବା ଏହି ମନ୍ଦିର ପ୍ରତିଷ୍ଠା ସମାରୋହରେ ବହୁ ରାମ ଭକ୍ତଙ୍କ ସମାଗମ ହୋଇଛି । 

୧୭ ତାରିଖରୁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିବାବେଳେ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଏହି ସମାରୋହ ଚାଲିବ । ତେବେ ଆଜି ଏହାର ମୁଖ୍ୟ ଉତ୍ସବ ଅନୁଷ୍ଠିତ ହେଉଛି । ରେଖ, ଭଦ୍ର, ମୋହନ ଢାଞ୍ଚାରେ ନିର୍ମିତ ଏହି ଭବ୍ୟ ମନ୍ଦିରର ଉଚ୍ଚତା 65 ଫୁଟ  ଓ ଅନେକ ସୁନ୍ଦର କାରୁକାର୍ଯ୍ୟରେ ନୟାଗଡ଼ରେ ଦ୍ୱିତୀୟ ଅଯୋଧ୍ୟାର ଭ୍ରମ ସୃଷ୍ଟି କରୁଛି ନୟାଗଡ଼ ଫତେଗଡ଼ ସ୍ଥିତ ଏହି ଭବ୍ୟ ରାମ ମନ୍ଦିର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
fategarh-ramtemple-pratistha-rituals-is-going-on | Argus News