Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଘଟଣାରେ ଗୋଟିଏ ପରିବାର ଛାରଖାର; ପୁଅ ବଞ୍ଚିଗଲା, ବାପା-ମାଆ ଚାଲିଗଲେ

Smruti Parija
Browse all articles by Smruti Parija
·1 year ago·1 min read
ଦୁର୍ଘଟଣାରେ ଗୋଟିଏ ପରିବାର ଛାରଖାର; ପୁଅ ବଞ୍ଚିଗଲା, ବାପା-ମାଆ ଚାଲିଗଲେ

ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ କୁନିପୁଅ ଆଖି ସାମ୍ନାରେ ଚାଲିଗଲା ମା'ର ଜୀବନ । ଚିକିତ୍ସାଧିନ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବାପାଙ୍କ ମୃତ୍ୟୁ ଘଟିଛି । ଗୋଟିଏ ପରିବାରର ବାପା-ମା' ଓ ୪ ବର୍ଷର ଶିଶୁପୁତ୍ର ବାଇକ ଯୋଗେ କୁଆଖିଆ ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିବାବେଳେ ହଠାତ୍ ପୁରୁଣା ଟୋଲଗେଟ ନିକଟରେ ଦୁର୍ଘଟଣା ହୋଇଥିଲା ।


ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ମାଆଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୋଲିସ ସହାୟତାରେ ଗୁରୁତର ବାପାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ୪ ବର୍ଷର ଶିଶୁପୁତ୍ରକୁ ପାଣିକୋଇଲି ପୋଲିସ ହେପାଯତକୁ ନେଇ ଥାନାରେ ରଖିଛି । ଏଯାଏଁ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପାଣିକୋଇଲି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
father-and-mother-killed-in-an-accident-at-panikoili | Argus News