ବାପପୁଅଙ୍କ ଛୁରାମାଡରେ ଜଣେ ମୃତ
·1 year ago·1 min read

ବେଲଗାଁ ଦଣ୍ଡନାଚ କମିଟିର ସଦସ୍ୟଙ୍କ ଭିତରେ ଗଣ୍ଡଗୋଳ । ଛୁରା ମାଡ଼ ରେ ଜଣେ ସଦସ୍ୟଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ବେଲଗାଁ ଥାନା କମା ଗାଁର ଜଗଦୀଶ ପାଣିଗ୍ରାହୀ । ଘଟଣା ଘଟିଛି ବଡ ବଜାର ଥାନା ଜେନା ସାହିରେ । ଆକ୍ରମଣ କରିଥିବା ବ୍ୟକ୍ତି ହେଲେ ବେଲଗାଁ ଦଣ୍ଡ ନାଚର ମୁଖିଆ ତଥା ଅଧିକାରୀ ତ୍ରିନାଥ ପାଣିଗ୍ରାହି ଓ ତାଙ୍କ ପୁଅ ପ୍ରଦୀପ ପାଣିଗ୍ରାହୀ । ଦଣ୍ଡ ନାଚ ଚାଲିଥିବା ବେଳେ କୌଣସି କାରଣକୁ ନେଇ ଜଗଦୀଶ ଓ ତ୍ରିନାଥଙ୍କ ମଧ୍ୟରେ ପାଟି ତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା ।
ଏତିକି ବେଳେ ତ୍ରିନାଥ ଓ ପ୍ରଦୀପ ଏକ ଛୁରୀ ରେ ଜଗଦୀଶଙ୍କ ଗଳାକୁ କାଟିବା ସହ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ । ଫଳରେ ଜଗଦୀଶ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ mkcg ମେଡିକାଲ ରେ ଭର୍ତ୍ତି କରିଥିଲେ । ସେଠାରେ ଜଗଦୀଶଙ୍କୁ ମୃତ ଘୋଷଣା କରା ଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: