Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କିନ୍ନର ବେଶରେ ପୁରୁଷ, ଲୋକଙ୍କୁ ଲୁଟିବା ଥିଲା ଲକ୍ଷ 

Odisha

କିନ୍ନର ବେଶରେ ପୁରୁଷ, ଲୋକଙ୍କୁ ଲୁଟିବା ଥିଲା ଲକ୍ଷ 

Manini Pattanayak
Browse all articles by Manini Pattanayak
·1 year ago·2 min read
କିନ୍ନର ବେଶରେ ପୁରୁଷ, ଲୋକଙ୍କୁ ଲୁଟିବା ଥିଲା ଲକ୍ଷ 

ଭଦ୍ରକ: ଶଙ୍ଖା, ସିନ୍ଦୁର ଲଗାଇ ସାଢି  ପିନ୍ଧି  ମିଛି ମିଛିକା  କିନ୍ନର ବେଶ ହୋଇ  ଲୋକଙ୍କ ଠାରୁ  ଟଙ୍କା ଳୁଟି ନେଉଥିଲେ  ଶ୍ୱଶୁର  ଓ ଜ୍ୱାଇଁ ।  ଶଶୁର ଜ୍ୱାଇଁ ମିଶି ସାଜିଥିଲେ କିନ୍ନର । ଆଉ ଲୁଟୁଥିଲେ ଟଙ୍କା।  ଶ୍ୱଶୁର ଏବଂ  ଜ୍ୱାଇଁଙ୍କୁ  ଧରିଛି ଭଦ୍ରକ କିନ୍ନର ସଂଘ ।   ତେବେ ଏଭଳି କରିବା ଆଇନ ଗତ ଅପରାଧ ବୋଲି କହିବାରୁ  ମିଛରେ ହିଞ୍ଜଡା ସାଜିଥିବା   ବ୍ୟକ୍ତି ଜଣଙ୍କ କହିଥିଲେ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ଛତାବର ଟୋଲ ଗେଟ ନିକଟରେ ଶ୍ୱଶୁର ଜ୍ୱାଇଁ ମିଶି ବାଂଲାଦେଶୀ କିନ୍ନର ମାନଙ୍କୁ ନେଇ ଅନେକ ବେଆଇନ କାର୍ଯ୍ୟ  କରୁଛନ୍ତି।  ଫଳରେ ଭଦ୍ରକ ଜିଲ୍ଲାର କିନ୍ନର ମାନେ ବଦନାମ ହେଉଛନ୍ତି। ଯାହାକୁ ନେଇ ଭଦ୍ରକ କିନ୍ନର ସଂଘର୍ଷ ପକ୍ଷରୁ ଥାନା ରେ ଅଭିଯୋଗ ହୋଇଛି।

ଏହାକୁ ବିରୋଧ କରି ଭଦ୍ରକ ଜିଲ୍ଲା କିନ୍ନର ସଙ୍ଘ ପକ୍ଷରୁ ଶ୍ରାବଣୀ କିନ୍ନର ଙ୍କ ନେତୃତ୍ୱ ରେ କିନ୍ନର ମାନେ ଭଣ୍ଡାରିପୋଖରୀ ଥାନା ରେ ପହଂଚି ସେହି ଟୋଲ ଗେଟ ନିକଟ ରେ ବେଆଇନ ନିଶା କାରବାର ଓ ଅନ୍ୟାନ୍ୟ ବହୁ ବେଆଇନ କାରବାର ରେ ସମ୍ପୃକ୍ତ ଥିବା ଶଶୁର ଜ୍ୱାଇଁ ଙ୍କ ବିରୋଧ ରେ ଅଭିଯୋଗ କରିବା ସହିତ ସେମାନଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।  ସେମାନେ କହିଛନ୍ତି ଯେ  ଟୋଲ ଗେଟ ଅଞ୍ଚଳରେ ବାଙ୍ଗଲାଦେଶୀ କିନ୍ନରଙ୍କୁ ରଖି ଏହି ଶ୍ୱଶୁର ଜ୍ୱାଇଁ ଯେଉଁ ଭଳି ବେଆଇନ କାର୍ଯ୍ୟ କରୁଛନ୍ତି ଏହା ଦ୍ୱାରା ପୁରା କିନ୍ନର ସଙ୍ଘ ବଦନାମ ହେଉଛି ।  ତେଣୁ ପୋଲିସ ଯଦି ଏହାକୁ ନ ରୋକିବ  ତେବେ ଓଡିଶାର ଥିବା ସମଗ୍ର କିନ୍ନର ସମାଜ ଆନ୍ଦୋଳନ କୁ ବାହାରିବ ବୋଲି ଚେତାବନୀ ଦେଇଛନ୍ତି।  ତେବେ  ଏହି ସବୁ କାରବାର ଉପରେ ରୋକ୍ ଲଗାଇବା ପାଇଁ ଆଗକୁ ଭଣ୍ଡାରିପୋଖରୀ ପୋଲିସ   କିପରି କାର୍ଯ୍ୟାନୁଷ୍ଠାନ ନେଇଛି  ତାହା ଦାଖିବାକୁ ବାକି ରହିଲା।  
ଅଧିକ  ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Father-in-law and son-in-law in kinner getup | Argus News