Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଅର ଜୀବନ ନେଇଗଲା ବାପା

Smruti Parija
Browse all articles by Smruti Parija
·1 year ago·1 min read
ପୁଅର ଜୀବନ ନେଇଗଲା ବାପା

ସମ୍ବଲପୁର: ବାପା ମାଡରେ ପୁଅ ମୃତ । ସମ୍ବଲପୁର  ଜିଲ୍ଲା ଠେଲକୋଲି ଥାନା  ଅନ୍ତର୍ଗତ ଡେରବା ଗାଁରେ ବାପାର କାଠ ଫାଳୀୟା ମାଡ଼ରେ ପୁଅର ମୃତ୍ୟୁ ଘଟିଛି  l ପଡିଶା ଘରର ଛେଳିକୁ ପୁଅ ତଣ୍ଟି ଚିପି ମାରି ଦେଇଥିବାରୁ ବାପା ଉତ୍ୟକ୍ତ ହୋଇ ପୁଅକୁ କାଠ ଫାଳୀୟାରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି l 

ବଳି ପାଇଁ ପଡିଶା ଘରର ଲୋକେ ଛେଳି ଆଣିଥିଲେ । ନିତ୍ୟକିଷାନ ପଡିସା ଘରର ଛେଳିକୁ ତଣ୍ଟି ଚିପି ମାରି ଦେଇଥିଲା ପରେ  ପଡିଶା ଘରର ଲୋକେ ନିତ୍ୟ କିଷାନ ଘରର ପରିବାର ଲୋକଙ୍କୁ ଜଣାଇଥିଲେ  l ବାପା ଉଦ୍ଧବ କିଷାନ ପୁଅର ଏଭଳି କାଣ୍ଡ ଶୁଣି ପୁଅ ନିତ୍ୟ କିଷାନକୁ କାଠ ଫାଳୀୟା ରେ ପିଟି ପିଟି ମାରି ଦେଲା l  ଠେଲକୋଳି ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା  l ଏବଂ ଘଟଣାର ତଦନ୍ତ କରି ଠେଲକୋଳି ପୋଲିସ ବାପା ଉଦ୍ଧବ କିଷାନକୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
father-killed-his-son-in-sambalpur | Argus News