Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରକ୍ ଧକ୍କାରେ ଚାଲିଗଲା ବାପା, ମା ଓ ପୁଅର ଜୀବନ

Rashmita Mishra
Browse all articles by Rashmita Mishra
·1 year ago·1 min read
ଟ୍ରକ୍ ଧକ୍କାରେ ଚାଲିଗଲା ବାପା, ମା ଓ ପୁଅର ଜୀବନ

ଝିଅ ଘରେ ପହଞ୍ଚିଲେ ସମସ୍ତେ ହୋଲି ଖେଳିବେ । ଏଥିପାଇଁ ସମସ୍ତେ ଖୁସିରେ ଥିଲେ । ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିନଥିଲା। ଜ୍ୱାଇଁ ଘରକୁ ଯିବାବେଳେ ଧକ୍କାଦେଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ୱଶୁର ଓ ଶାଳକଙ୍କ ଜୀବନ । ଚମ୍ପୁଆ ଥାନା ଏନଏଚ୍ ୨୦ ଦଳିତା ଛକ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପାଇବା ସହ ଲୋକେ ଦଳିତା ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।

ଚମ୍ପୁଆ ଥାନା, ସାନନଈ ଗାଁର ଐବନ ପ୍ରଧାନ, ସ୍ତ୍ରୀ ମଥାମଣି ପ୍ରଧାନ ଓ ପୁଅ ମଙ୍ଗଲ ପ୍ରଧାନ ଏକ ବାଇକ୍ ଯୋଗେ ଦୋଳିତା ଛକ ନିକଟରେ ଥିବା ନିଜ ଜ୍ୱାଇଁ ସୁବ୍ରତ କୁମାର ଯାଦବଙ୍କ ଘରକୁ ଯାଉଥିଲେ । ମାତ୍ର ଏହା ପୂର୍ବରୁ ଜ୍ୱାଇଁଙ୍କ ଘର ସାମ୍ନାରେ ହିଁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ରିମୁଳି ପଟୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଜୋରଦାର ଧକ୍କା ଦେଇଥିଲା। ସେହିଠାରେ ହିଁ ଶ୍ୱଶୁର ଐବନ ପ୍ରଧାନ ମୃତ୍ୟୁ ବରଣ କରିଥିବାବେଳେ ସଙ୍କଟା ପନ୍ନ ଅବସ୍ଥାରେ ଉଭୟ ଶାଶୁ ମଥାମଣି ପ୍ରଧାନ ଓ ଶାଳକ ମଙ୍ଗଲ ପ୍ରଧାନଙ୍କୁ ଚମ୍ପୁଆ ମେଡିକାଲକୁ ନିଆଯାଇଥିଲା, ମାତ୍ର ସେଠାରେ ମଥାମଣି ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା ।

ସେପଟେ ମଙ୍ଗଲଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିବା ବେଳେ, ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏକା ସାଙ୍ଗରେ ୩ ଜଣଙ୍କ ମୃତ୍ୟୁ ପରେ ଏହି ପରିବାର ପୁରାପୁରି ନିଶ୍ଚିହ୍ନ ହୋଇଯାଇଛି । ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେଇଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ହମ୍ପସ୍ ନିର୍ମାଣ ପାଇଁ ଦାବି କରାଯାଇଛି । ଚମ୍ପୁଆ ତହସିଲଦାର ଓ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
father-mother-and-son-killed-in-truck-collision | Argus News