Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ଖାଇଥିଲା ବାପା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ଖାଇଥିଲା ବାପା

Key Points

ବିଷ ପିଇ ପରିବାରର ସମସ୍ତଙ୍କ ଜୀବନ ସଫା

୮ବର୍ଷର ପୁଅ ଓ ୧୧ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ଖାଇଥିଲା ବାପା

ବିଷ ପିଇ ଗୋଟେ ପରିବାରର ସମସ୍ତଙ୍କ ଜୀବନ ଚାଲିଯାଇଛି। ଏ ଖବର ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଗତକାଲି ଝିଅ ମୃତ୍ୟୁ ହୋଇଥିବା ବେଳେ ଆଜି ବାପା ଏବଂ ଝିଅର ଜୀବନ ଚାଲିଯାଇଛି। ଗତକାଲି ୮ବର୍ଷର ପୁଅ ଓ ୧୧ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ଖାଇଥିଲା ବାପା । ଗୁରୁତର ଅବସ୍ଥାରେ ୩ଜଣଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସଂପର୍କୀୟ। ଚିକିତ୍ସାଧୀନ ଅବସ୍ଥାରେ ପୁଅ ବିଜୟାନନ୍ଦ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିଲା।ଏହାସହ ଝିଅ ପ୍ରିୟଦର୍ଶିନୀ ଓ ବାପା ଶୁଭାଶିଷଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ।


ଗତ ମାର୍ଚ୍ଚ ୨୧ତାରିଖରେ ଶୁଭିଶିଷର ସ୍ତ୍ରୀ ଶ୍ବେତାର ଅଚାନକ ମୃତ୍ୟୁ ହୋଇଥିଲା ।ଏଯାଏଁ କାରଣ ଅସ୍ପଷ୍ଟ ରହିଥିବାବେଳେ ପାରିବାରକ କଳହରୁ ଏପରି ହୋଇଥିବା ଅନୁମାନ କରାଯାଉଛି। ପାରଳାଖେମୁଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
father-poisoned-son-and-daughter-took-poison-himself | Argus News