Tragic Road Accident / ସାଙ୍ଗର ବାପାଙ୍କ ଶବ ନେଇ ଫେରୁଥିଲେ, ରାସ୍ତାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
·2 hours ago·2 min read

Key Points
ଶବ ନେଇ ଫେରୁଥିଲେ, ହେଲେ ବାଟରେ ନିଜେ ପାଲଟିଗଲେ ଶବ
ଶବ ନେଇ ଫେରୁଥିଲେ, ହେଲେ ବାଟରେ ନିଜେ ପାଲଟିଗଲେ ଶବ। ସାଙ୍ଗର ବାପାଙ୍କ ମୃତଦେହକୁ ଗାଁକୁ ନେଇ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଆଉ ଦୁଇଟି ଜୀବନ। ଅସୁସ୍ଥ ବାପାଙ୍କ ଚିକିତ୍ସା ପାଇଁ ପୁଅ ତାଙ୍କୁ ଭୁବନେଶ୍ୱର ନେଇଥିଲେ। ସବୁକିଛି ଠିକ୍ଠାକ୍ ଥିଲା, ଘରକୁ ଫେରିବା ପାଇଁ ଟ୍ରେନ୍ ଟିକେଟ୍ ମଧ୍ୟ କରିଥିଲେ। ହେଲେ ସାଙ୍ଗର ଅସହାୟ ପରିସ୍ଥିତି ଦେଖି ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସରେ ଫେରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ କିଏ ଜାଣିଥିଲା, ସେହି ଯାତ୍ରା ତାଙ୍କ ଜୀବନର ଶେଷ ଯାତ୍ରା ପାଲଟିଯିବ! ଏପଟେ ତିନି ତିନିଟି ମୃତଦେହ ଗାଁରେ ପହଞ୍ଚିବା ପରେ ବଲାଙ୍ଗିର ଜିଲ୍ଲାର ମୁରସିଂହ ଗାଁରେ ଖେଳିଯାଇଛି ଗଭୀର ଶୋକର ଛାୟା।
ଶବ ସହ ଆସୁଥିଲେ ନିଜେ ଶବ ହୋଇଗଲେ। ରୋଗୀଣା ବାପାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲ ନେଇଥିଲେ। ଡାକ୍ତରଙ୍କ ନିକଟରେ ବାପାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଘରକୁ ଫେରିବା ପାଇଁ ଟ୍ରେନ ଟିକେଟ ବି କରିଥିଲେ। ହେଲେ ଟ୍ରେନରେ ନଆସି ନିଜ ସାଙ୍ଗର ବାପାଙ୍କ ଶବ ଗାଡ଼ି ରେ ବାପା ଙ୍କୁ ନେଇ ଆସୁଥିଲେ। ବାଟରେ ଶବ ନେଇ ଆସୁଥିବା ଗାଡ଼ି ଦୁର୍ଘଟଣା ହେବାରୁ ଶବ ସହ ଗାଡିରେ ଥିବା ବାପାପୁଅଙ୍କର ମୃତ୍ୟୁ ହୋଇଛି। ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ମୁରସିଂହ ଗାଁରେ।
ଏହି ଗାଁର ପ୍ରତାପ ବାଗ ହେଉଛନ୍ତି ଜଣେ ଦରଦୀ ମଣିଷ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ବଡ ପୁଅ ତୀର୍ଥ ରାଜ ବାଗ ଯିଏ କି ଦେଓଗାଁ ଓ ଗୁଡ଼ଭେଲା ବ୍ଲକରେ ସୁଭଦ୍ରା ଶକ୍ତି ବିଭାଗରେ ବିପିଏମ ଭାବେ କାର୍ଯ୍ୟ କରନ୍ତି। ଛୁଟିରେ ବାପାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେହି ଗାଁର ରାଜୁ ସାହୁଙ୍କ ବାପା ଈଶ୍ୱର ସାହୁଙ୍କର ମଧ୍ୟ ସେହି ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ରାଜୁ ଏକା ଥିବାରୁ ଚିକିତ୍ସା ହେବାକୁ ଯାଇଥିବା ବାପା ଓ ପୁଅ ତାଙ୍କୁ ଦେଖିବା ପରେ ଟ୍ରେନରେ ନ ଆସି ଶବ ବୁହା ଗାଡ଼ି ରେ ସାଙ୍ଗ ହୋଇ ଯିବାର ନିଷ୍ପତ୍ତି ନେଇ ଶବ ସହ ଆସୁଥିଲେ। ହେଲେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲରେ ରାସ୍ତାକଡ ଡିଭାଇଡରରେ ଆମ୍ବୁଲାନ୍ସ ପିଟି ହେବାରୁ ବାପା ପୁଅ ସହ ଡ୍ରାଇଭରର ପ୍ରାଣ ବାୟୁ ଉଡିଯାଇଛି।
ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଦେଓଗାଁର ଈଶ୍ୱର ସାହୁ ଭୁବନେଶ୍ୱରରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପୁଅ ନେତ୍ରଭାନୁ ଏବଂ ସଂପର୍କୀୟ ମାନେ ଭୁବନେଶ୍ୱରରୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଭିମୁଖେ ଆମ୍ବୁଲାନ୍ସ ରେ ମୃତଦେହ ନେଇ ଆସୁଥିବା ବେଳେ ଦଶପଲ୍ଲା 57 ନମ୍ବର ଜାତୀୟ ରାଜପଥ ଶାଳଭଙ୍ଗା ଜଙ୍ଗଲରେ ରାସ୍ତା କଡ ଡିଭାଇଡରରେ ଆମ୍ବୁଲାନ୍ସ ପିଟି ହବା ଫଳରେ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି।
ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୁରସିଂହ ଗାଁରୁ ଈଶ୍ୱର ସାହୁ, ପ୍ରତାପ ବାଗ ଓ ତୀର୍ଥ ରାଜ ବାଗଙ୍କ ଶବ ଆଜି ରାତିରେ ଗାଁକୁ ପହଞ୍ଚିଛି। ରାଜୁ ସାହୁ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ତିନି ଜଣଙ୍କ ଶବ ଭିନ୍ନ ଭିନ୍ନ ଜାତିର ହୋଇଥିଲେ ବି ଗାଁକୁ ପହଞ୍ଚିବା ପରେ ଲୋକାରଣ୍ୟ ହୋଇ ପଡ଼ିଛି ଗାଁ। ପୁରା ଗାଁ କାନ୍ଦବୋବାଳିରେ ଫାଟି ପଡ଼ୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories