Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Gajapati / ଗଜପତିର ଭୟଙ୍କର ଭୁସ୍ଖଳନର 48 ଘଣ୍ଟା ପରେ ବି ମିଳିନି ବାପ- ପୁଅଙ୍କ ପତ୍ତା

Smruti Parija
Browse all articles by Smruti Parija
·9 months ago·2 min read
ଗଜପତିର ଭୟଙ୍କର ଭୁସ୍ଖଳନର 48 ଘଣ୍ଟା ପରେ ବି ମିଳିନି ବାପ- ପୁଅଙ୍କ ପତ୍ତା

Key Points

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ବଡ଼ ଯୋଜନା
ଭୁବନେଶ୍ବରରେ ଖୋଲିବ ଅତ୍ୟାଧୁନିକ ବିପର୍ଯ୍ୟୟ ଭବନ
ଗୋଟିଏ ଛାତ ତଳେ ରହିବ ବିପର୍ଯ୍ୟୟ ମୁକାବିଲାର ସବୁ କାର୍ଯ୍ୟାଳୟ
ଗଜପତିର ଭୟଙ୍କର ଭୁସ୍ଖଳନର 48 ଘଣ୍ଟା ପରେ ବି ମିଳିନି ବାପ- ପୁଅଙ୍କ ପତ୍ତା
ଭୁସ୍ଖଳନ ମୁକାବିଲା ପାଇଁ ହେବ ସ୍ବତନ୍ତ୍ର ପ୍ଲାନ

ଗଜପତିରେ ବୁଧବାର ରାତିରୁ ଆରମ୍ଭ ହୋଇଥିଲା ବାଦଲଫଟା ବର୍ଷା । ଗୁରୁବାର ସକାଳ 8ଟା ରୁ ଅପରାହ୍ନ 2ଟା ଭିତରେ ହୋଇଥିଲା 1375ମିମି ବର୍ଷା । ଫଳରେ କେଉଁଠି ଭୂସ୍ଖଳନ ତ ଆଉ କେଉଁଠି ସୃଷ୍ଟି ହୋଇଥିଲା ବନ୍ୟା ସ୍ଥିତି । ଭୂସ୍ଖଳନ ଯୋଗୁଁ ଆର.ଉଦୟଗିରି ବ୍ଲକ ବସ୍ତ୍ରୀଗୁଡା ଗାଁର ତ୍ରିନାଥ ନାୟକ ଓ ମୋହନା ବ୍ଲକର ବନ୍ଧଗୁଡାର ଲକ୍ଷ୍ଣଣ ମଲିକଙ୍କ ମୃତ୍ୟୁ ହୋଇଛି । ରାୟଗଡ ବ୍ଲକର ପେକଟରେ ଭୂସ୍ଖଳନ ଯୋଗୁଁ ବାପପୁଅ ନିଖୋଜ ହୋଇଯାଇଛନ୍ତି । 48ଘଣ୍ଟା ପରେ ବି ଏମାନଙ୍କ ପତ୍ତା ମିଳିନି । 


ମୋହନା ନିକଟ ଲେଡାବନ୍ଧ ନିକଟରେ ରାସ୍ତା ଧୋଇଯିବା ଫଳରେ 326ନମ୍ବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବାଲିବସ୍ତା ଓ ମାଟି ପକାଇ ଏହାକୁ ମରାମତି କରାଯାଇଥିଲେ ବି ଗାଡି ଚଳାଚଳ ସ୍ବାଭାବିକ ହୋଇନାହିଁ । ନୂଆଗଡ ଅସୁର ଘାଟି ଓ ଶିବମନ୍ଦିର ନିକଟରେ ରାସ୍ତା ଧୋଇ ହୋଇଯାଇଥିବାରୁ ନୂଆଗଡରୁ ଖଜୁରୀପଦା ଓ ଗୁଣପୁରକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଗୁମ୍ମା ବ୍ଲକର ଆଶ୍ରୟଗଡ ନିକଟରେ ପୋଲ ଧୋଇଯିବା ଫଳରେ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭୂସ୍ଖଳନ ପରେ ପେକଟ ଅଞ୍ଚଳରେ ଆଜି ପୁଣି ଜେସିବି ଦ୍ୱାରା ମାଟି ଖୋଳାଯାଉଛି । ମୁଖ୍ୟ ରାସ୍ତା ଉପରେ ଏବେ ବି ବଡ଼ ବଡ଼ ପଥର ପଡି ରହିଛି । ରାସ୍ତା ଉପରକୁ ଆସି ଥିବା ପଥରକୁ ବ୍ଲାଷ୍ଟ କରାଯିବ । ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି ।  ଭୁସ୍ଖଳନ ସ୍ଥାନକୁ ଗଜପତି ଜିଲ୍ଲାପାଳ ଓ ବ୍ରହ୍ମପୁର ସାଂସଦ ଗସ୍ତ କରି ଉଦ୍ଧାର କାମରେ ନିୟୋଜିତ ଓଡ୍ରାଫ୍, ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ସହ ଆଲୋଚନା କରିଛନ୍ତି ।  ନିଖୋଜ ପରିବାର ଲୋକଙ୍କୁ ଭେଟି ସାନ୍ତ୍ବନା ଜଣାଇଛନ୍ତି । ଗଜପତିର ପେକଟ ପରି ଭୁସ୍ଖଳନ ହେଉଥିିବା ଅଞ୍ଚଳ ଚିହ୍ନଟ କରି ମୁକାବିଲା ପାଇଁ ସ୍ବତନ୍ତ୍ର ପ୍ଲାନ ପ୍ରସ୍ତୁତ କରିବେ ସରକାର । 

Related Topics

Explore more stories

Sponsored
Gajapati | father-sons-body-still-missing-48-hours-after-gajapati-landslide | Argus News