Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖାଓ ଗଲିର ନମ୍ବର 1 ପାନ ଦୋକାନ, ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ

Smruti Parija
Browse all articles by Smruti Parija
·11 months ago·2 min read
ଖାଓ ଗଲିର ନମ୍ବର 1 ପାନ ଦୋକାନ, ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ

Key Points

ଖାଓ ଗଲିର ନମ୍ବର 1 ପାନ ଦୋକାନ
ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ
ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା

ସନ୍ଧ୍ୟା ହେଲେ ଏଠି ଭିଡ ଜମେ । ଖାଲି ଯୁବପିଢି ନୁହନ୍ତି ପରିବାରର ପ୍ରାୟ ସବୁ ଲୋକ ଏଠି ଖାଇବାକୁ ବେଶୀ ପସନ୍ଦ କରନ୍ତି । ଭଳିକି ଭଳି ଖାଇବାକୁ ନିଆରା ଟେଷ୍ଟ ରାଜଧାନୀବାସୀଙ୍କୁ ଏଠାକୁ ଟାଣି ଆଣେ । ନା ତାର ଖାଓ ଗଲ୍ଲୀ । ସେଥିପାଇଁ କାମରୁ ଟିକିଏ ଫୁରସତ ମିଳିଲେ..ପାଟି ଟିକେ ସ୍ୱାଦିଷ୍ଟ ଖାଇବାକୁ ମନ ବଳାଇଲେ ୱାନ୍ ଷ୍ଟପ୍ ସଲ୍ୟୁସନ ଖାଓ ଗଲ୍ଲୀ । କାରଣ ଏଇଠି ଇଣ୍ଡିଆନ, ଚାଇନିଜ ଏବଂ ଆରବି୍ୟାନ ଖାଦ୍ୟ ଗୋଟିଏ ଯାଗାରେ । ଚିଙ୍ଗୁଡ଼ି ଠାରୁ ମଟନ... ଚାଟ୍ ଠାରୁ ବିଡ଼ିଆ ପାନ ସବୁ ମିଳେ । ଆଉ ଏଠାକାର ଖାଇବାର ସ୍ୱାଦ ବି ଅନ୍ୟ ଠାରୁ ଭିନ୍ନ । ସେଥିପାଇଁ ଦେଖୁନାହାନ୍ତି କେମିତି ଭିଡ ଲାଗିଛି ।


ଆଉ ସବୁ ଖାଇବା ପରେ ଶେଷରେ ଏହି ପାନ ମନ କିଣିନେଉଛି । ଦୋକାନୀଙ୍କ କହିବା କଥା...ସିଜିନ୍ କି ଅଫ୍ ସିଜିନ୍ ନାହିଁ । ସୁବୁବେଳେ ଭଲ ବେପାର ହୁଏ । କାରଣ ସବୁ ଖାଇଲା ପରେ ମୋ ଠୁ ପାନ ନେବା ଥୟ । ଟକଟ ସିଡିଏ ହେଉ ବା ଡମଣା ଖାସ୍ କରି ୟାଙ୍କ ପାନ ଖାଇବାକୁ ଲୋକ ଆସିଥାନ୍ତି । ପାନ ଗୋଟେକୁ 20 ଟଙ୍କା । ମୋ ପାନ ନମ୍ବର ୱାନ୍ ବୋଲି କୁହନ୍ତି ଏହି ପାନ ବ୍ୟବସାୟୀ।

ବଦଳୁଥିବା ସମୟ ସହ ବଦଳୁଛି ଲୋକଙ୍କ ମନ ପସନ୍ଦ । କିଏ ନିଜର ମନ ପସନ୍ଦର ଖାଇବା ପ୍ରସ୍ତୁତ କରୁଛି ତ ଆଉ କିଏ ନିଜ ମନ ପସନ୍ଦର ଖାଦ୍ୟ ଖାଇବାକୁ ଖୋଜି ଖୋଜି ଠିକଣା ଜାଗାରେ ପହଁଚୁଛି । ହେଲେ ଏବେ ଅନେକ ସ୍ଥାନରେ ପ୍ରସିଦ୍ଧ ଲାଭ କରିଥିବା ଫୁଡ ଏବେ ଖାଓଗଲିରେ ମିଳୁଛି । ନାଁ ରେ ଯେମିତି ସ୍ୱାଦ ଆଉ ଦାମ୍ ମଧ୍ୟ ସେମିତି ।
ସଞ୍ଜ ହେଲେ ଜମୁଛି ଖାଓଗଲିର ମାହଲ। ବିଶେଷ କରି ଯୁବପିଢ଼ିଙ୍କ ମାନଙ୍କ ଭିଡ଼ ଅଧିକ ଦେଖିବାକୁ ମିଳୁଛି। ବିଭିନ୍ନ ଶୈଳୀରେ ପ୍ରସ୍ତୁତ ମକଟେଲ, ମିଠା ସମସ୍ତଙ୍କ ମନ ମୋହୁଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଧାରଣ ସମୟ ଭିତରେ ଦୋକାନ ଖୋଲିବା ସହ ବ୍ୟବସାୟୀଙ୍କର ହେଉଛି ଭଲ ବ୍ୟବସାୟ । ରାଜଧାନୀର ଅନ୍ୟ ବଜାର ଠାରୁ ଖାଓଗଲିର ଖାଦ୍ୟ ଭିନ୍ନ। ସେଥିପାଇଁ ଖାଓଗଲିରେ ଲାଗେ ରାଜଧାନୀ ବାସୀଙ୍କ ଭିଡ଼....

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
favourites-food-destination-for-bhubaneswar-people-khaogali-argus-news | Argus News